ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ଗିରଫ

କଟକ ଅଫିସ, ୧୦।୧୧: ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରାଯାଇଛି। ରଞ୍ଜିତାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଜଣେ ବ୍ୟବସାୟୀଙ୍କୁ ଏମାନେ ଦାଦାବଟି ମାଗିଥିଲେ। ଏ ନେଇ ବ୍ୟବସାୟୀ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପରେ ପୋଲିସ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରିଛି।