Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶା ୭୬ ରନ୍‌ରେ ଆଗୁଆ

ଭୁବନେଶ୍ୱର, ୨୧।୧ (ସରୋଜ ଜେନା): କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଦୃଢ ସ୍ଥିତିରେ ରହିଛି ଜମ୍ମୁ-କଶ୍ମୀର। ବୋଲରଙ୍କୁ ସୁହାଉଥିବା ଉଇକେଟରେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୭ ଉଇକେଟରେ ୧୨୬ ରନ୍‌ କରିଛି। ହାତରେ ୩ ଉଇକେଟ ରହିଥିବା ବେଳେ ଦଳ ମାତ୍ର ୭୬ ରନ୍‌ରେ ଆଗୁଆ ରହିଛି। ପ୍ରଥମ ଦିନରେ ୧୪ଟି ଉଇକେଟର ପତନ ଘଟିଥିବା ବେଳେ ଦ୍ୱିତୀୟ ଦିନରେ ୧୩ ଜଣ ଖେଳାଳି ଆଉଟ ହୋଇଥିଲେ। ପ୍ରଥମ ଦିନର ଅସମାପ୍ତ ସ୍କୋର ୪୫/୪ରୁ ଖେଳ ଆରମ୍ଭ କରି ଜମ୍ମୁ କଶ୍ମୀର ୧୮୦ ରନ୍‌ରେ ଅଲଆଉଟ ହୋଇଥିଲା। ଜବାବରେ ଓଡ଼ିଶା ୧୨୬ ରନରେ ୭ ଉଇକେଟ ହରାଇଛି।

ରାଜେଶଙ୍କ ୫ ଉଇକେଟ
ଜମ୍ମୁ କଶ୍ମୀର ଏହାର ଅସମାପ୍ତ ଇନିଂସ ଆରମ୍ଭ କରିଥିବା ବେଳେ ପୂର୍ବ ଦିନର ସ୍କୋରରେ ୮ ରନ୍‌ ଯୋଡି ପ୍ରଥମ ଉଇକେଟ ହରାଇଥିଲା। ୮୫ ରନ୍‌ରେ ଦଳ ଷଷ୍ଠ ଉଇକେଟ ହରାଇଥିଲେ ମଧ୍ୟ ଆବିଦ୍‌ ମୁସ୍ତାକ ୫୦ ଓ ଉମର ନାଜିର ୨୫ ରନ୍‌ କରି ଦଳକୁ ମହତ୍ତ୍ୱପୂର୍ଣ୍ଣ ୫୦ ରନ୍‌ର ଅଗ୍ରଣୀ ପ୍ରଦାନ କରିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ୫ ଉଇକେଟ ନେଇଥିବା ବେଳେ ସୁନୀଲ ରାଉଳ ୩ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରୟାସ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।

ଓଡ଼ିଶାର ବିପର୍ଯ୍ୟୟ
୫୦ ରନ୍‌ରେ ପଛୁଆ ରହି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଓଡ଼ିଶାର ଆରମ୍ଭ ବିପର୍ଯ୍ୟୟପୂର୍ଣ୍ଣ ରହିଥିଲା। ଦଳର ଟପ୍‌ ଅର୍ଡର ବ୍ୟାଟିଂ ପୁନର୍ବାର ଫେଲ ମାରିଥିଲା। ଓପନର ଶାନ୍ତନୁ ମିଶ୍ର(୭) ଓ ଅନୁରାଗ ଷଡଙ୍ଗୀ(୧୬) ରନ୍‌ କରଥିବା ବେଳେ ୨୩ ରନ୍‌ରେ ଉଭୟ ପ୍ୟାଭିଲିୟନ୍‌ ଫେରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶୁଭ୍ରାଂଶୁ ସେନାପତି ଖାତା ଖୋଲିପାରି ନ ଥିବା ବେଳେ ଗୋବିନ୍ଦ ପୋଦ୍ଦାର ମାତ୍ର ୮ ରନ୍‌ କରିଥିଲେ। କାର୍ତ୍ତିକ ବିଶ୍ୱାଳ(୭), ରାଜେଶ ଧୂପର(୧) ଓ ପ୍ରୟାସ ସିଂ(୪) ସହଜରେ ଆଉଟ ହୋଇଥିବା ବେଳେ ଓଡ଼ିଶା ମାତ୍ର ୬୭ ରନ୍‌ରେ ୭ ଉଇକେଟ ହରାଇଥିଲା। ଓଡ଼ିଶା ଏକ ବିପର୍ଯ୍ୟୟ ଆଡକୁ ଅଗ୍ରସର ହେଉଥିବା ବେଳେ ୩ ନମ୍ବର ବ୍ୟାଟର ସନ୍ଦୀପ ପଟ୍ଟନାୟକ(୪୭*) ଓ ସୂର୍ଯ୍ୟକାନ୍ତ ପ୍ରଧାନ(୨୭) ଅଷ୍ଟମ ଉଇକେଟରେ ଅବିଭାଜିତ ୫୯ ରନ୍‌ ଯୋଡିଥିଲେ। ସନ୍ଦୀପ ୧୦୮ ବଲ୍‌ ଖେଳି ୬ ଚୌକା ମାରି ବ୍ୟାଟିଂ କରୁଛନ୍ତି। ଅନ୍ୟ ପକ୍ଷରେ ସୂର୍ଯ୍ୟକାନ୍ତ ୨୫ ବଲ୍‌ ଖେଳି ଗୋଟିଏ ଲେଖାଏ ଛକା ଓ ଚୌକା ମାରିଛନ୍ତି। ଜମ୍ମୁ କଶ୍ମୀର ପକ୍ଷରୁ ରୋହିତ ଶର୍ମା, ଉମର ନାଜିର ମୀର ଓ ଆକ୍ୱିବ ନବି ଦର ଦୁଇଟି ଲେଖାଏ ଉଇକେଟ ନେଇଛନ୍ତି।

ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୧୩୦/୧୦ (ଗୋବିନ୍ଦ ପୋଦ୍ଦାର-୫୫, ଶାନ୍ତନୁ ମିଶ୍ର-୨୮, ରୋହିତ ଶର୍ମା-୫/୧୨, ଉମ୍ରାନ ମଲିକ-୨/୩୪, ଉମ୍ରାନ ନାଜିର ମିର-୨/୨୭)।
ଜମ୍ମୁ-କଶ୍ମୀର ପ୍ରଥମ ଇନିଂସ: ୧୮୦/୧୦ (ଆବିଦ୍‌ ମୁସ୍ତାକ-୫୦, ଉମର ନାଜିର-୨୫, ଶୁଭମ୍‌ ପୁନ୍ଦିର-୩୪, ରାଜେଶ ମହାନ୍ତି-୫/୬୪, ସୁନୀଲ ରାଉଳ-୩/୩୨, ସୂର୍ଯ୍ୟକାନ୍ତ ପ୍ରଧାନ-୧/୪୨, ପ୍ରୟାସ ସିଂ-୧/୩୦)।
ଓଡ଼ିଶା ଦ୍ୱିତୀୟ ଇନିଂସ: ୧୨୬/୭(ସନ୍ଦୀପ ପଟ୍ଟନାୟକ-୪୭*, ସୂର୍ଯ୍ୟକାନ୍ତ ପ୍ରଧାନ-୨୭*, ଅନୁରାଗ ଷଡଙ୍ଗୀ-୧୬*, ରୋହିତ ଶର୍ମା-୨/୨୩, ଉମର ନାଜିର ମୀର-୨/୨୭, ଆକ୍ୱିବ ନବି ଦର-୨/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri