Posted inଖେଳ

ରଣଜୀ ଟ୍ରଫି ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର

କୋଲକାତା,୧୯ା୨: କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ଦାବିଦାରୀକୁ ଦୃଢ କରିଛି ସୌରାଷ୍ଟ୍ର। ପ୍ରଥମ ଇନିଂସରେ ୨୩୦ ରନର ବୃହତ ବ୍ୟବଧାନର ଅଗ୍ରଣୀ ହାସଲ କରିବା ପରେ ଚତୁର୍ଥ ଦିନ ଶେଷ ସୁଦ୍ଧା ବେଙ୍ଗଲ ୪ ଉଇକେଟରେ ୧୫୯ ରନ୍‌ ସଂଗ୍ରହ କରିଛି। ଅଧିନାୟକ ମନୋଜ ତିଓ୍ବାରୀ ୫୭ ରନରେ ବ୍ୟାଟିଂ କରୁଥିବା ବେଳେ ବେଙ୍ଗଲ ୬୧ ରନରେ ପଛୁଆ ରହିଛି। ପେସ୍‌ ବୋଲିଂକୁ ସହାୟତା ଦେଉଥିବା ଟ୍ରାକରେ ସୌରାଷ୍ଟ୍ର ବୋଲରଙ୍କୁ ସଫଳତା ମିଳିଥିବା ବେଳେ ବେଙ୍ଗଲର ବୋଲର ପ୍ରଭାବହୀନ ରହିଥିଲେ। ତୃତୀୟ ଦିନର ଅସମାପ୍ତ ସ୍କୋର ୩୧୭/୫ରୁ ଖେଳ ଆରମ୍ଭ କରି ସୌରାଷ୍ଟ୍ର ବ୍ୟାଟର ଆଉ ୮୭ ରନ୍‌ ଯୋଡିଥିଲେ। ଅର୍ପିତ ବାସବଦା ୮୧ ଓ ଚିରାଗ ଜାନି ୬୦ ସଅଳ ଆଉଟ ହୋଇଥିଲେ ହେଁ ଟେଲ ଏଣ୍ଡର ପ୍ରେରକ ମଙ୍କଡ(୩୩) ଓ ଧର୍ମେନ୍ଦ୍ର ସିଂ ଜାଡେଜା(୨୯) ଉପଯୋଗୀ ରନ୍‌ କରିଥିଲେ। ଏହା ବ୍ୟତୀତ ବେଙ୍ଗଲର ବୋଲର ୩୫ ଅତିରିକ୍ତ ରନ୍‌ ବ୍ୟୟ କରିଥିଲେ। ବେଙ୍ଗଲର ଦ୍ୱିତୀୟ ଇନିଂସରେ ପୁନର୍ବାର ବିପର୍ଯ୍ୟୟ ଘଟାଇଥିଲେ ଚେତନ ସାକାରିୟା ଓ ଜୟଦେବ ଉନାଡକଟ। ଉଭୟ ୨-୨ ଉଇକେଟ ନେଇଥିବା ବେଳେ ବେଙ୍ଗଲ ୪୭ ରନରେ ୩ ଉଇକେଟ ହରାଇଥିଲା। ଅନୁସ୍ତୂପ ମଜୁମଦାର(୬୧) ଓ ମନୋଜ ତିଓ୍ବାରୀ(୫୭*)ଙ୍କ ମଧ୍ୟରେ ୯୯ ରନ୍‌ ଭାଗିଦାରୀ ହୋଇଥିଲା। ଦଳୀୟ ସ୍କୋର ୧୪୬ରେ ମଜୁମଦାରଙ୍କୁ ଆଉଟ କରିଥିଲେ ଉନାଡକଟ। ଷ୍ଟମ୍ପ ଅପସାରଣ ବେଳକୁ ବେଙ୍ଗଲର ଶେଷ ମାନ୍ୟତାପ୍ରାପ୍ତ ଯୋଡି ଭାବରେ କ୍ରିଜରେ ଅଛନ୍ତି ମନୋଜ ତିଓ୍ବାରୀ ଓ ଶାହବାଜ ଅହମଦ।

ସଂକ୍ଷିପ୍ତ ସ୍କୋର
ବେଙ୍ଗଲ ପ୍ରଥମ ଇନିଂସ: ୧୭୪/୧୦
ସୌରାଷ୍ଟ୍ର ପ୍ରଥମ ଇନିଂସ: ୧୧୦ ଓଭରରେ ୪୦୪/୧୦(ଅର୍ପିତ ବାସବଦା-୮୧, ଚିରାଗ ଜାନି-୬୦, ଶେଲଡନ-ଜ୍ୟାକସନ୍‌-୫୯, ମୁକେଶ କୁମାର-୪/୧୧୧, ଆକାଶ ଦୀପ୍‌-୩/୧୧୧, ଇଶାନ ପୋରେଲ୍‌-୩/୮୬)
ବେଙ୍ଗଲ ଦ୍ୱିତୀୟ ଇନିଂସ- ୫୩ ଓଭରରେ ୧୬୯/୪(ଅନୁସ୍ତୂପ ମଜୁମଦାର-୬୧, ମନୋଜ ତିଓ୍ବାରୀ-୫୭*, ଜୟଦେବ ଉନାଡକଟ-୨/୪୭, ଚେତନ ସାକାରିୟା-୨/୫୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

IPL 2026 Points Table: RCB ଠାରୁ 1 ନମ୍ବର ସ୍ଥାନ ଛଡ଼ାଇ ନେଲା RR; CSKର ପରାଜୟ ପରେ ଦେଖନ୍ତୁ ପଏଣ୍ଟ ଟେବୁଲ ସ୍ଥିତି

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ 2026 ର ଉତ୍ସାହ ଆରମ୍ଭ ହୋଇସାରିଛି, ଏବଂ ଲିଗରେ ତିନୋଟି ମ୍ୟାଚ ଖେଳାଯାଇସାରିଛି। ଏହି ତିନୋଟି ମୁକାବିଲାରେ, ବିରାଟ କୋହଲି ଏବଂ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ପରାଜୟ ପରେ ବାହାନା କରିବା ଆରମ୍ଭ କଲେ ଋତୁରାଜ ଗାୟକୱାଡ; ଦର୍ଶାଇଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରମୁଖ କାରଣ

ନୂଆଦିଲ୍ଲୀ,୩୧।୩: ଗୁଆହାଟୀରେ ଖେଳାଯାଇଥିବା ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମ ଦାର ପରାଜୟ ପରେ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ପରାଜୟର କାରଣ…

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri