ଦେଶର ଶ୍ରେଷ୍ଠ ସ୍କୁଲ ତାଲିକାରେ ରାଣୀଭୋଳ ଓଏଭି

ବାରିପଦା,୧୫ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସ୍କୁଲ ତାଲିକାରେ ମୟୂରଭଞ୍ଜ ଜିଲା ରାଣୀଭୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ୯ମ ସ୍ଥାନ ଅଧିକାର କରିଛି। ରାଜ୍ୟର ଏକମାତ୍ର ଓଏଭି ଗୁଣାତ୍ମକ ଶିକ୍ଷାଦାନ ଏବଂ ବିଦ୍ୟାଳୟସ୍ତରୀୟ ସହ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ଉତ୍ତମ ପ୍ରଦର୍ଶନକୁ ନେଇ ଲଗାତାର ଏହି ସଫଳତା ହାସଲ କରିପାରିଛି। ଏହି ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ପୁନର୍ବାର ସୁନାମ ଅର୍ଜନ କରିଛି। ଇଡବ୍ଲ୍ୟୁ ପୋର୍ଟାଲ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗ୍‌ ୨୦୨୩-୨୪’ ତାଲିକାରେ ଶ୍ରେଷ୍ଠ ସରକାରୀ ଆବାସିକ ସ୍କୁଲ ଭାବେ ରାଣୀଭୋଳ ଓଏଭି ବିଦ୍ୟାଳୟ ରହିଛି। ଦେଶର ଶ୍ରେଷ୍ଠ ୧୦ ଆବାସିକ ସ୍କୁଲ ତାଲିକାରେ ୧୧ଟି ମଧ୍ୟରୁ ଉତ୍ତରାଖଣ୍ଡ, କେରଳ, ହିମାଚଳପ୍ରଦେଶ ଓ କର୍ନାଟକ ରାଜ୍ୟର ୨ଟି ଲେଖାଏ, ହରିୟାଣା, ବିହାର ଏବଂ ଓଡ଼ିଶାର ଗୋଟିଏ ଲେଖାଏ ଆଦର୍ଶ ସ୍କୁଲ ରହିଛି। ଓଏଭି ରାଣୀଭୋଳ ଆବାସିକ ସ୍କୁଲ ୧୧୨୬ ମାର୍କ ପାଇ ସର୍ବଭାରତୀୟ ସ୍ତରରେ ୯ମ ସ୍ଥାନରେ ରହିଥିବା ବେଳେ ରାଜ୍ୟରେ ପ୍ରଥମ ହୋଇଛି।
୨୦୧୬ରେ ଏହି ସ୍କୁଲ ପ୍ରତିଷ୍ଠା ହୋଇ କାର୍ଯ୍ୟାରମ୍ଭ ହୋଇଥିଲା। ଚଳିତବର୍ଷ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୬୦୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶହେ ଅନ୍ତେବାସୀ ଛାତ୍ରୀଙ୍କ ନିମନ୍ତେ ଆବାସିକ ବ୍ୟବସ୍ଥା ରହିଛି। ଶିକ୍ଷାଦାନ ନିମନ୍ତେ ପ୍ରଧାନଶିକ୍ଷକଙ୍କ ସହ ୨୨ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ବିଗତ ୩ବର୍ଷ ଧରି ମାଟ୍ରିକ ଓ ଏକାଦଶ ପରୀକ୍ଷାରେ ଶତପ୍ରତିଶତ ରେଜଲ୍ଟ ହାସଲ କରି ଛାତ୍ରୀଛାତ୍ର ବିଦ୍ୟାଳୟର ଗୌରବ ପ୍ରତିପାଦନ କରିଛନ୍ତି। ଏହାବ୍ୟତୀତ ସ୍କୁଲ ପରିସର ପରିଷ୍କାର ପରିଚ୍ଛନ୍ନତା, ବୈଜ୍ଞାନିକ ମେଧା ଅନ୍ବେଷା କାର୍ଯ୍ୟକ୍ରମ ସହ ସ୍କୁଲରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର ଉଚ୍ଚକୋଟୀର ପାରଦର୍ଶିତା ପ୍ରଦର୍ଶନ କରି ଜିଲା ଓ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଚାଲିଛନ୍ତି। ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କ ପାରଦର୍ଶିତା, ଶିକ୍ଷାନୁଷ୍ଠାନର ଖ୍ୟାତି, ସହଶିକ୍ଷା କାର୍ଯ୍ୟକ୍ରମ, ଅନ୍‌ଲାଇନ ଶିକ୍ଷାଦାନର ପ୍ରତିଫଳନ, ଶିକ୍ଷାର୍ଥୀଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ, ଉତ୍ତମମାନର ନେତୃତ୍ୱ ଓ ପରିଚାଳନା, ଅଭିଭାବକଙ୍କ ସହଭାଗିତା, ସ୍କୁଲର ଆବଶ୍ୟକ ଭିତ୍ତିଭୂମି, ମାନସିକ ଓ ଭାବପ୍ରବଣର ଯଥାର୍ଥତା ସେବା, ଶିକ୍ଷାର ସ୍ବତନ୍ତ୍ର ଆବଶ୍ୟକତା, ସରକାରୀ ଅନୁଦାନର ଉଚିତ ବିନିଯୋଗ ଓ ଗୋଷ୍ଠୀଗତ ସେବା ପ୍ରଦାନରେ ଉଲ୍ଲେଖନୀୟ ଅବଦାନ ରହିଥିବାରୁ ଏହି ସ୍କୁଲ ସର୍ବଭାରତୀୟ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ସ୍ଥାନ ପାଇପାରିଛି। ୨୦୨୨-୨୩ରେ ସର୍ବଭାରତୀୟ ସ୍ତରରେ ୧୦ମ ସ୍ଥାନ ଅଧିକାର କରିଥିବା ବେଳେ ଚଳିତବର୍ଷ ତାହା ବୃଦ୍ଧି ପାଇ ୯ମ ସ୍ଥାନରେ ରହିଛି। ବିଦ୍ୟାଳୟର ସଫଳତା ପାଇଁ ଅଧ୍ୟକ୍ଷ ବିଭୂତି ଭୂଷଣ ମଣ୍ଡଳ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ. ପାଣ୍ଡିଆନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଓ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri