ବାବୁଙ୍କ ଠେଙ୍ଗା ପ୍ରାହାର ଉପରେ ଜବାବ ରଖିଲେ ରାଣୀ ପ୍ରିୟଦର୍ଶିନୀ: ଖଣ୍ଡଗିରିରେ ମୁଁ ନାଚିବି.. ନାଚିବି.. ନାଚିବି…  

ଭୁବନେଶ୍ୱର,୩।୨: କାଲି ହେବାକୁ ଥିବା ଖଣ୍ଡଗିରି ମେଳାକୁ ନେଇ  ଜୋରସୋରରେ ଚାଲିଛି ପ୍ରସ୍ତୁତି । ଖଣ୍ଡଗିରିକୁ ସାଧୁସନ୍ଥ ମଧ୍ୟ ଆସୁଛନ୍ତି। ଅନ୍ୟପକ୍ଷେ ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ ଦ୍ବିଅର୍ଥ ବୋଧକ କମେଡିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ ।
ଅଶ୍ଲୀଳ ପ୍ରଦର୍ଶନ ନେଇ ଯେଉଁମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସଠିକ ଜବାବ ଦିଆଯିବ। ଏଥିପାଇଁ ଆଜି ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକଙ୍କ ନେତୃତ୍ବରେ ଶହେ ଠେଙ୍ଗା ପୂଜା କରାଯାଇଛି। କେବଳ ଖଣ୍ଡଗିରି ନୁହେଁ ସାରା ଓଡ଼ିଶାରେ ଯୁବକ ଯୁବତୀଙ୍କ ନେତୃତ୍ୱରେ ଏଭଳି ପଦକ୍ଷେପ ନିଆଯିବ । ଅଶ୍ଲୀଳ ପ୍ରଦର୍ଶନକାରୀଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ । ସେମାନଙ୍କ ସମେତ ଅନ୍ୟ ଯେଉଁମାନେ ଏଭଳି ଚେଷ୍ଟା କରିବେ ସଠିକ ଉତ୍ତର ପାଇବେ ବୋଲି କହିଛନ୍ତି ବିଧାୟକ ବାବୁ ସିଂ ।
ସେପଟେ ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ବିଏମ୍‌ସି କମିଶନର ଚେତାବନୀ ଦେଇଛନ୍ତି । ପରମ୍ପରା ଓ ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶଣ ପାଇଁ ସେ କହିଛନ୍ତି । ସବୁ ଯାତ୍ରା କମିଟି ଏନେଇ ଅବଗତ ରହିଛନ୍ତି । ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ହବ ବୋଲି ବିଏମସି କମିଶନର କହିଛନ୍ତି । ଏହା ସହ ଖଣ୍ଡଗିରିରେ ପରିମଳ ବ୍ୟବସ୍ଥା, ସ୍ଥାୟୀ ଆଲୋକୀକରଣ, ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।
ତେବେ ବାବୁଙ୍କ ଠେଙ୍ଗା ପ୍ରଦର୍ଶନୀକୁ ନେଇ ମୁହଁ ଖୋଲିଲେ ରାଣୀ ପ୍ରିୟଦର୍ଶିନୀ ସେ  କହଛନ୍ତି, ଖଣ୍ଡଗିରିରେ ମୁଁ ନାଚିବି.. ନାଚିବି.. ନାଚିବି… !
ସେ କହିଛନ୍ତି ଯେଉଁମାନେ ଅଶ୍ଲୀଳତା କରୁଛନ୍ତି ସେମାନଙ୍କୁ ଠେଙ୍ଗାପାହାର। ଯେଉଁମାନେ ନିଜ ପେଟପାଟଣା ପାଇଁ ଆଇଟମ୍‌ ଡ୍ୟାନ୍‌ କରୁଛନ୍ତି ସେମାନଙ୍କୁ ନୁହେଁ। ଯଦି କହୁଛନ୍ତି ଖଣ୍ଡଗିରିକୁ ସାଧୁ, ସନ୍ଥ ଆସୁଛନ୍ତି ଆଧ୍ୟାତ୍ମକ ବାତାବରଣ ପାଇଁ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଯାତ୍ରାପାର୍ଟି କ’ଣ  କରୁଛି। ଯଦ ବନ୍ଦ ହେବାକଥା ସବୁ ବନ୍ଦକରାଯାଉ। ଯଦି ଏସବୁ ବନ୍ଦ ହେବନି ରାଣୀ  ପିୟଦର୍ଶିନୀଙ୍କୁ କେହି ଅଟକଇ ପାରିବେନି ଡ୍ରେସ୍‌ ପିନ୍ଧି ସାଲୁଆର ପିନ୍ଧି ମଞ୍ଚରେ ହେଉ ମଞ୍ଚ ବାହାରେ ହେଉ ଣ୍ଡଗିରିରେ ମୁଁ ନାଚିବି, ନାଚିବ, ନାଚିବି।

Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri