ବଲିଉଡ୍‌ ଫେରିବେ ରଙ୍ଗିଲା ଗର୍ଲ

ମୁମ୍ବାଇ: ବଲିଉଡ୍‌କୁ  ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ଫେରିବେ। ଏନେଇ ସେ ସୂଚନା ଦେଇଛନ୍ତି। ଶେଷଥର ପାଇଁ ୨୦୧୮ରେ ଫିଲ୍ମ ବ୍ଲାକ୍‌ମେଲର ଏକ ଗୀତରେ ଉର୍ମିଳାଙ୍କୁ ଦେଖିବାକୁ ମିଳିଥିଲା। ୨୦୨୦ ଏପ୍ରିଲ୍‌ରେ ଏକ ଓ୍ବେବ ସିରିଜ୍‌ରେ ସେ ଅଭିନୟ କରିବାର ଯୋଜନା ଥିଲା। ମାତ୍ର କରୋନା ମହାମାରୀ ଯୋଗୁ ଏହାର ଶୁଟିଂ ଅଟକି ଯାଇଥିଲା। ଉର୍ମିଳା ଫେରିବା ମନ୍ତବ୍ୟ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ୧୯୭୭ରେ କର୍ମ ଫିଲ୍ମରେ ସେ ଶିଶୁକଳାକାର ଭାବେ ମାତ୍ର ୪ ବର୍ଷ ବୟସରେ ଅଭିନୟ କରିଥିଲେ। ଏହାପରେ ୧୯୮୦ରେ ଶିଶୁ କଳାକାର ଭାବେ ସେ ଶ୍ରୀରାମ ଲାଗୁଙ୍କ ମରାଠୀ ଫିଲ୍ମ ଜାକୋଲରେ ମାତ୍ର ୬ ବର୍ଷ ବୟସରେ ଅଭିନୟ କରିଥିଲେ। ୧୯୮୩ରେ ମାସୁମ ଫିଲ୍ମ ତାଙ୍କ ପାଇଁ ପରିଚିତି ଆଣିଦେଇଥିଲା। ୧୯୯୫ରେ ରଙ୍ଗିଲା ଫିଲ୍ମରେ ଅଭିନୟ କରି ସେ ବଲିଉଡ୍‌ରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ।

Share