କେନ୍ଦୁଝର,୧୦ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବହୁ ଉଦ୍ୟୋଗୀ ଖଣି ଓ ଶିଳ୍ପ ପ୍ରତିଷ୍ଠା କରି ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି, ସରକାରଙ୍କୁ ରାଜସ୍ବ ଦେଉଛନ୍ତି। ରାଜ୍ୟ ସରକାର କମ୍ପାନୀଗୁଡ଼ିକର ସୁବିଧା ପାଇଁ ବିଶେଷ କରି ଖଣି ଓ ଶିଳ୍ପାଞ୍ଚଳର ଭିତ୍ତିଭୂମିର ବିକାଶ କରିବା ଜରୁରୀ। ପ୍ରଶାସନିକ ଉଦାସୀନତା କାରଣରୁ ଏକାଧିକ କାରଖାନାକୁ ସଂଯୋଗ କରୁଥିବା ବାଂଶପାଳ ବ୍ଲକର ରଙ୍ଗଡ଼ିହି-ଫୁଲଝର, ଝୁମ୍ପୁରା ବ୍ଲକ୍ର ଜଗଦଳା ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଉକ୍ତ ରାସ୍ତା ବାଂଶପାଳ ବ୍ଲକ୍ର ଦୁଇଟି ଶିଳ୍ପକୁ ସଂଯୋଗ କରୁଥିବା ବେଳେ ବହୁ ସଂଖ୍ୟାରେ ଗାଡ଼ି କାରଖାନାକୁ ଲୁହାପଥର ଓ ପିଲେଟ୍ ନେବା ଆଣିବା କରିଥାଏ। ନିମ୍ନମାନର ଓ କମ୍ କ୍ଷମତାସମ୍ପନ୍ନ ରାସ୍ତା ନିର୍ମାଣ ଯୋଗୁ ଭାରିଯାନ ଚଳାଚଳରେ ନଷ୍ଟ ହୋଇଯାଉଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କ ଆକ୍ରୋଶ କମ୍ପାନୀଗୁଡ଼ିକ ବିରୋଧରେ ବଢୁଛି।
ପ୍ରକାଶ ଯେ, ଦୀର୍ଘ ୨୮ କିଲୋମିଟର ରାସ୍ତା ଉପରେ ବାଂଶପାଳ ଓ ଝୁମ୍ପୁରା ବ୍ଲକ୍ର ୧୦ ପଞ୍ଚାୟତର ଲୋକ ନିର୍ଭର କରନ୍ତି। ରାସ୍ତାରେ ଫୁଲଝର, ଅଁରାରେ ଥିବା ୨ଟି କାରଖାନାର ଭାରିଯାନ ଚଳାଚଳ କରୁଛି। ନିମ୍ନମାନର ଓ ଭାରିଯାନ ଚଳାଚଳକୁ ଦେଖି ରାସ୍ତା ନିର୍ମାଣ ହୋଇ ନ କଥିବାରୁ ରାସ୍ତା ଭାଙ୍ଗି ଶୋଚନୀୟ ହୋଇପଡ଼ିଛି। ବାଇକ୍ ଓ ସାଇକେଲରେ ଯିବା ଆସିବା କରୁଥିବା ଅଞ୍ଚଳବାସୀ ପ୍ରାୟ ସବୁଦିନ ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଡିଏମ୍ଏଫ୍ ଅର୍ଥରେ ପୂର୍ତ୍ତ ବିଭାଗ ଏହାର ନିର୍ମାଣ କରୁଥିଲେ ହେଁ କମ୍ ଦିନରେ ଭାଙ୍ଗିଯାଉଛି। ପ୍ରାୟ ୧୬ କି.ମି. ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଯାତ୍ରୀବାହୀ ଗାଡ଼ି ନେଇ ଯିବାକୁ ମଧ୍ୟ ଡ୍ରାଇଭରମାନେ ଅମଙ୍ଗ ହେଉଛନ୍ତିି। ଫଳରେ ସ୍ଥାନୀୟ ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗ କରୁଛନ୍ତି। ବର୍ଷାଦିନରେ ରାସ୍ତାରେ ଥିବା ବଡ଼ବଡ଼ ଗର୍ତ୍ତରେ ପାଣି ଜମି ବିପଦକୁ ଆମନ୍ତ୍ରଣ କରୁଛି। ଖରାଦିନରେ ଧୂଳିଧୂଆଁ ଉଡ଼ି ଗାଁ ଗଣ୍ଡାରେ ପ୍ରଦୂଷଣ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସ୍ଥାନୀୟ ଲୋକେ ପ୍ରତିବାଦ କଲେ ରାସ୍ତା ମରାମତି ହେଉଛି ସତ ମାତ୍ର ତାହା ଅଳ୍ପଦିନରେ ପୁଣି ଭାଙ୍ଗି ପୂର୍ବାବସ୍ଥା ହୋଇଯାଉଛି।
ରାସ୍ତାକୁ ଉଚ୍ଚ କ୍ଷମତାସମ୍ପନ୍ନ ତଥା ସୃଦୃଢ଼ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ସମିତି ସଭ୍ୟ ସୁରେଶ ବାରିକ, ୱାର୍ଡ ମେମ୍ବର ଶୁକଦେବ ନାୟକ, ରାମ ନାୟକ, ବାବନ ନାୟକ, ଇନ୍ଦ୍ରମଣି ନାୟକ, ନବ ନାୟକ, ଶୈଳ ନାୟକ, ନୀଳାମ୍ବର ନାୟକ, ମଦନ ମୁଣ୍ଡା, ଆଇରା ମୁଣ୍ଡା, ଶ୍ରାବଣୀ ନାୟକ, ତ୍ରିବେଣୀ ନାୟକ, ତରି ନାୟକଙ୍କ ସମେତ ଆଖପାଖ ଅଞ୍ଚଳର ଲୋକ ଦାବି କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, କେନ୍ଦୁଝର View All
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି
କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...
ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….
ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….
କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
Archives


