କେନ୍ଦୁଝର,୧୦ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବହୁ ଉଦ୍ୟୋଗୀ ଖଣି ଓ ଶିଳ୍ପ ପ୍ରତିଷ୍ଠା କରି ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି, ସରକାରଙ୍କୁ ରାଜସ୍ବ ଦେଉଛନ୍ତି। ରାଜ୍ୟ ସରକାର କମ୍ପାନୀଗୁଡ଼ିକର ସୁବିଧା ପାଇଁ ବିଶେଷ କରି ଖଣି ଓ ଶିଳ୍ପାଞ୍ଚଳର ଭିତ୍ତିଭୂମିର ବିକାଶ କରିବା ଜରୁରୀ। ପ୍ରଶାସନିକ ଉଦାସୀନତା କାରଣରୁ ଏକାଧିକ କାରଖାନାକୁ ସଂଯୋଗ କରୁଥିବା ବାଂଶପାଳ ବ୍ଲକର ରଙ୍ଗଡ଼ିହି-ଫୁଲଝର, ଝୁମ୍ପୁରା ବ୍ଲକ୍ର ଜଗଦଳା ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଉକ୍ତ ରାସ୍ତା ବାଂଶପାଳ ବ୍ଲକ୍ର ଦୁଇଟି ଶିଳ୍ପକୁ ସଂଯୋଗ କରୁଥିବା ବେଳେ ବହୁ ସଂଖ୍ୟାରେ ଗାଡ଼ି କାରଖାନାକୁ ଲୁହାପଥର ଓ ପିଲେଟ୍ ନେବା ଆଣିବା କରିଥାଏ। ନିମ୍ନମାନର ଓ କମ୍ କ୍ଷମତାସମ୍ପନ୍ନ ରାସ୍ତା ନିର୍ମାଣ ଯୋଗୁ ଭାରିଯାନ ଚଳାଚଳରେ ନଷ୍ଟ ହୋଇଯାଉଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କ ଆକ୍ରୋଶ କମ୍ପାନୀଗୁଡ଼ିକ ବିରୋଧରେ ବଢୁଛି।
ପ୍ରକାଶ ଯେ, ଦୀର୍ଘ ୨୮ କିଲୋମିଟର ରାସ୍ତା ଉପରେ ବାଂଶପାଳ ଓ ଝୁମ୍ପୁରା ବ୍ଲକ୍ର ୧୦ ପଞ୍ଚାୟତର ଲୋକ ନିର୍ଭର କରନ୍ତି। ରାସ୍ତାରେ ଫୁଲଝର, ଅଁରାରେ ଥିବା ୨ଟି କାରଖାନାର ଭାରିଯାନ ଚଳାଚଳ କରୁଛି। ନିମ୍ନମାନର ଓ ଭାରିଯାନ ଚଳାଚଳକୁ ଦେଖି ରାସ୍ତା ନିର୍ମାଣ ହୋଇ ନ କଥିବାରୁ ରାସ୍ତା ଭାଙ୍ଗି ଶୋଚନୀୟ ହୋଇପଡ଼ିଛି। ବାଇକ୍ ଓ ସାଇକେଲରେ ଯିବା ଆସିବା କରୁଥିବା ଅଞ୍ଚଳବାସୀ ପ୍ରାୟ ସବୁଦିନ ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଡିଏମ୍ଏଫ୍ ଅର୍ଥରେ ପୂର୍ତ୍ତ ବିଭାଗ ଏହାର ନିର୍ମାଣ କରୁଥିଲେ ହେଁ କମ୍ ଦିନରେ ଭାଙ୍ଗିଯାଉଛି। ପ୍ରାୟ ୧୬ କି.ମି. ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଯାତ୍ରୀବାହୀ ଗାଡ଼ି ନେଇ ଯିବାକୁ ମଧ୍ୟ ଡ୍ରାଇଭରମାନେ ଅମଙ୍ଗ ହେଉଛନ୍ତିି। ଫଳରେ ସ୍ଥାନୀୟ ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗ କରୁଛନ୍ତି। ବର୍ଷାଦିନରେ ରାସ୍ତାରେ ଥିବା ବଡ଼ବଡ଼ ଗର୍ତ୍ତରେ ପାଣି ଜମି ବିପଦକୁ ଆମନ୍ତ୍ରଣ କରୁଛି। ଖରାଦିନରେ ଧୂଳିଧୂଆଁ ଉଡ଼ି ଗାଁ ଗଣ୍ଡାରେ ପ୍ରଦୂଷଣ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସ୍ଥାନୀୟ ଲୋକେ ପ୍ରତିବାଦ କଲେ ରାସ୍ତା ମରାମତି ହେଉଛି ସତ ମାତ୍ର ତାହା ଅଳ୍ପଦିନରେ ପୁଣି ଭାଙ୍ଗି ପୂର୍ବାବସ୍ଥା ହୋଇଯାଉଛି।
ରାସ୍ତାକୁ ଉଚ୍ଚ କ୍ଷମତାସମ୍ପନ୍ନ ତଥା ସୃଦୃଢ଼ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ସମିତି ସଭ୍ୟ ସୁରେଶ ବାରିକ, ୱାର୍ଡ ମେମ୍ବର ଶୁକଦେବ ନାୟକ, ରାମ ନାୟକ, ବାବନ ନାୟକ, ଇନ୍ଦ୍ରମଣି ନାୟକ, ନବ ନାୟକ, ଶୈଳ ନାୟକ, ନୀଳାମ୍ବର ନାୟକ, ମଦନ ମୁଣ୍ଡା, ଆଇରା ମୁଣ୍ଡା, ଶ୍ରାବଣୀ ନାୟକ, ତ୍ରିବେଣୀ ନାୟକ, ତରି ନାୟକଙ୍କ ସମେତ ଆଖପାଖ ଅଞ୍ଚଳର ଲୋକ ଦାବି କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, କେନ୍ଦୁଝର View All
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ
ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…
ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…
ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…
୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
Archives

