ଘୋଡ଼ା ଚଢ଼ିବା ବେଳେ ଚେତାଶୂନ୍ୟ ହେଲେ ରଣଦୀପ

ବମ୍ବେ: ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଅସୁସ୍ଥ। ତାଙ୍କୁ ଚିକିତ୍ସା ଲାଗି କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘୋଡ଼ା ଚଢ଼ୁଥିବା ବେଳେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।

ତେବେ ଗତ ବର୍ଷ ସଲମାନ ଖାଁଙ୍କ ସହ ‘ରାଧେ’ର ଏକ ଆକ୍ସନ ଦୃଶ୍ୟ ଶୁଟିଂ କରୁଥିବା ବେଳେ ରଣଦୀପ ଆହତ ହୋଇଥିଲେ। ଏଥିଲାଗି ତାଙ୍କ ଡାହାଣ ଗୋଡ଼ର ଆଣ୍ଠୁର ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା।

Share