ଓମିକ୍ରନ୍‌କୁ ନେଇ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୦ ।୧୨: ଦେଶରେ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ପୁଣିଥରେ କେରାନା ସତର୍କ ଘଣ୍ଟି ବାଜିଲାଣି । ଫେବୃୟାରୀରେ ଓମିକ୍ରନ୍ ପିକ୍‌ରେ ପହଞ୍ଚିବା ବିଶେଷଜ୍ଞମାନେ ଚେତାବନୀ ଦେଉଥିବା ବେଳେ ଏବେବି ଲୋକେ ଏହାକୁ ହାଲ୍‌କା ଭାବେ ନେଉଛନ୍ତି । ଓମିକ୍ରନକୁ ନେଇ ଏବେ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌ର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିୟା ଚେତାବନୀ ଦେଇଛନ୍ତି । ଏହାସହ ସେ କହିଛନ୍ତି ଓମିକ୍ରନକୁ ନେଇ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ ରହିଛି । ଗୁଲେରିୟା କହିଛନ୍ତି, ଓମିକ୍ରନ୍‌କୁ ନେଇ ଆମେ ଅଧିକ ସତର୍କ ରହିବା ଜରୁରୀ । ଯେପରି ବ୍ରିଟେନ ଭଳି ପରିସ୍ଥିତି ଆମର ନ ଉପୁଜେ । ଏହାସହ ଏ ସମ୍ପର୍କରେ ଅଧିକ ଡାଟା ମଧ୍ୟ ରଖିବା ଜରୁରୀ ।
ସୂଚନାଯୋଗ୍ୟ, ଏବେ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୫୦ ଅତିକ୍ରମ କରିଥିବା ବେଳେ ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେ ଅତିକ୍ରମ କରିଛି । ଏହାକୁ ଦୃଷ୍ଟିରେ ରଖି ଗୁଲେରିଆ ଆଗାମୀ ଦିନରେ ଅଧିକ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ।

Share