Categories: ଖେଳ

ଧୋନୀଙ୍କ ଟମାଟୋ କିଲୋ କେତେ ଜାଣନ୍ତି କି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଲେଣି, କିନ୍ତୁ ତାଙ୍କ ନାମ ଏବେ ବି ଚର୍ଚ୍ଚାରେ ଅଛି। କ୍ରିକେଟ ପରେ ଧୋନୀ ଏବେ ଚାଷ କାର୍ଯ୍ୟରେ ଧ୍ୟାନ ଦେଇଛନ୍ତି। ତାଙ୍କ ଘର ଝାଡଖଣ୍ଡର ରାଜଧାନୀ ରାଞ୍ଚି ବଜାରରେ ବିକ୍ରି ହେଉଛି ଧୋନୀଙ୍କ ଫାର୍ମରେ ଚାଷ ହୋଇଥିବା ଟମାଟର୍‌। ରାଞ୍ଚି ବଜାରରେ ଅଧିକ ଚର୍ଚ୍ଚିତ ହେଉଛି ଧୋନୀଙ୍କ କ୍ଷେତର ଟମାଟୋ । ଧୋନୀ ନିଜର ୪୩ ଏକର ଫାର୍ମ ହାଉସରେ ୩ ଏକରରୁ ଅଧିକ ଜମିରେ କେବଳ ଟମାଟୋ ଚାଷ କରିଛନ୍ତି। TO 1156 କିଶମର ଏହି ଟମାଟୋ ବଜାରରେ କିଲୋଗ୍ରାମ ପିଛା ୪୦ ଟଙ୍କାରେ ବିକ୍ରି ହେଉଛ। ଧୋନୀଙ୍କ ରାଞ୍ଚିର ସାମ୍ବୋରେ ଏକ ଫାର୍ମ ହାଉସ ଅଛି । ଟମାଟୋ ସହିତ ଅନ୍ୟାନ୍ୟ ପନିପରିବା ମଧ୍ୟ ଏଠାରେ ଚାଷ କରାଯାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ଧୋନୀଙ୍କ ଫାର୍ମ ହାଉସରେ ଼ହେଉଥିବା ଟମାଟୋ ଏକ ବିଶେଷ ପ୍ରକାରର। ବଜାରରେ ଏହାକୁ ଭଲ ପ୍ରତିକ୍ରିୟା ମିଳୁଛି ବୋଲି କୁହାଯାଉଛି। ଟମାଟୋ ବ୍ୟତୀତ ଧୋନି ତାଙ୍କ ଫାର୍ମ ହାଉସରେ ବହୁ ପରିମାଣରେ କୋବି ଏବଂ ମଟର ଚାଷ କରିଛନ୍ତି। ଧୋନୀ ମଟରକୁ ବହୁତ ପସନ୍ଦ କରନ୍ତି। ଯେତେବେଳେ ସେ ଫାର୍ମ ହାଉସକୁ ଆସନ୍ତି, ଏଠାରେ ଥିବା ମଟର କ୍ଷେତରେ ବସି ନିଜେ ଖାଇବେ। ସୂଚନାଯୋଗ୍ୟ, ମହେନ୍ଦ୍ର ସିଂ ଧୋନୀ ଚଳିତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟେକ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଯଦିଓ ସେ ଏଥର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଥିଲେ, କିନ୍ତୁ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଭଲ ନ ଥିଲା।

Share