ଦୀପିକା-ରଣଭୀରଙ୍କ ମଧ୍ୟରୁ କିଏ କାହାକୁ ବେଶୀ ଡରନ୍ତି

୨୦୨୧ରେ ବଲିଉଡ୍‌ର ସବୁଠୁ ପାୱାର୍‌ଫୁଲ୍‌ ଦମ୍ପତି ତାଲିକାର ସର୍ବାଗ୍ରେ ଅଛନ୍ତି ଅଭିନେତା ରଣଭୀର ସିଂ ଏବଂ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ। ଏକ ସର୍ଭେରେ ଏହି ଯୋଡି ଇଣ୍ଡଷ୍ଟ୍ରିରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ। ନିଜ ସାଂସାରିକ ଜଞ୍ଜାଳରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଉଭୟ ପରସ୍ପର ପାଇଁ ସମୟ ବାହାର କରିଦେଇଥାନ୍ତି। ରଣବୀର ସ୍ତ୍ରୀଙ୍କୁ ବହୁତ ଡରନ୍ତି ଏକଥା ନିଜେ ଦୀପିକା କିଛି ବର୍ଷ ପୂର୍ବେ ପ୍ରକାଶ କରିଥିଲେ। ଶାଶୁ ତାଙ୍କୁ ରଣଭୀରଙ୍କୁ ପରିଚାଳନା କରିବା ପାଇଁ କୌଣସି ଟିପ୍ସ ଦିଅନ୍ତି କି? ଏହା ଉପରେ ଦୀପିକା କହିଥିଲେ ଯେ, ଏହିପରି କିଛି ନାହିଁ। ରଣଭୀର ତାଙ୍କ ମାତାପିତା ଏବଂ ଭଉଣୀମାନଙ୍କ ଅପେକ୍ଷା ତାଙ୍କୁ ଅଧିକ ଭୟ କରନ୍ତି। ଯଦି ସେ କୌଣସି କାମ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପରିବାର ସଦସ୍ୟ ଦୀପିକାଙ୍କ ନିକଟକୁ ଆସନ୍ତି।
ବିବାହ ପରେ ପ୍ରଥମଥର ପାଇଁ ଦୁହେଁ ‘୮୩’ ଫିଲ୍ମରେ ଏକତ୍ର ନଜରକୁ ଆସିବେ। ଫିଲ୍ମଟି ୧୯୮୩ ବିଶ୍ୱକପ ଉପରେ ଆଧାରିତ। କବିର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଚରିତ୍ରରେ ନଜରକୁ ଆସିବେ। ଫିଲ୍ମ ‘୮୩’ ରଣବୀର ସିଂଙ୍କ ଅଭିନୀତ ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ପ୍ରସ୍ତୁତ ଏହା ପ୍ରଥମ ତ୍ରିଭାଷୀ ଫିଲ୍ମ ହେବ। ଏହି ଫିଲ୍ମର କିଛି ଭାଗ ଶୁଟିଂ ପ୍ରସିଦ୍ଧ ଲଡର୍ସ ଗ୍ରାଉଣ୍ଡରେ କରାଯାଇଛି।

Share