ପାକିସ୍ତାନ ଅଭିନେତ୍ରୀଙ୍କ ସହ ସିଗାରେଟ୍‌ ଟାଣି ଚର୍ଚ୍ଚାକୁ ଆସିଥିଲେ ରଣବୀର

ମୁମ୍ବାଇ: ଦିନ କେଇଟାରେ ମିସେସ୍‌ କପୁର ହେବେ ଚୁଲ୍‌ବୁଲୀ ଆଲିଆ ଭଟ୍ଟ। ଏକଦା ଅନେକ ଯୁବତୀଙ୍କ ମନର ମଣିଷ ସାଜିଥିବା ରଣବୀର କପୁରଙ୍କ ହାତ ଧରିବେ ସେ। ଜଣେ ପ୍ରଶଂସିକା ସହ ନମ୍ବର ଓ୍ବାନ୍‌ ପ୍ରେମିକା ବୋଲି ତାଙ୍କୁ କୁହାଯାଏ। କାରଣ ସେ ରଣବୀରଙ୍କୁ ପାଗଳ ଭଳି ଭଲ ପାଆନ୍ତି। ପୂର୍ବରୁ ଅନେକ ବାର ରଣବୀର ପ୍ରେମରେ ପଡ଼ିଥିଲେ ହେଁ ତାଙ୍କୁ ସେସବୁର ଫରକ ପଡେ ନାହିଁ।

ଅନେକ ନାୟିକାଙ୍କ ସହ ରଣବୀରଙ୍କ ନାଁ ଯୋଡ଼ା ଯାଇଛି। ସେଥିରେ ଦୀପିକା ପାଦ୍ୟୁକୋନ, କଟ୍ରିନା କୈଫଙ୍କଠାରୁ ଆରମ୍ଭ କରି ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ମାହିରା ଖାନ୍‌ ମଧ୍ୟ ଅଛନ୍ତି। କିଛି ବର୍ଷ ପୂର୍ବେ ରଣବୀର-ମାହିରାଙ୍କ ସମ୍ପର୍କ ବେଶ ଚର୍ଚ୍ଚାରେ ରହିଥିଲା। ଉଭୟଙ୍କର ଏକାଧିକ ଫଟୋ ଭାଇରାଲ ମଧ୍ୟ ହୋଇଥିଲା। ନ୍ୟୁୟର୍କରେ ରଣବୀର ମାହିରାଙ୍କ ସହ ସିଗାରେଟ୍‌ ଟାଣୁଥିବା ନଜର ଆସିଥିଲେ। ଏହାକୁ ନେଇ ଫଟୋ ଭାଇରାଲ ହେବା ପରେ ଡେଟିଂ ନେଇ ଅନେକ ଖବର ପ୍ରକାଶ ପାଇଥିଲା।

କୁହାଯାଏ କଟ୍ରିନାଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ମାହିରାଙ୍କ ନିକଟତର ହୋଇଥିଲେ ରଣବୀର। ଅପରପକ୍ଷେ ମାହିରା ମଧ୍ୟ ସ୍ବାମୀ ଅଲି ଅସକରଙ୍କଠାରୁ ଅଲଗା ହେବା ପରେ ରଣବୀରଙ୍କ ସହ ମିଳାମିଶା କରୁଥିଲେ। ହେଲେ ହଠାତ ଆଲିଆ ରଣବୀରଙ୍କ ଜୀବନରେ ଏଣ୍ଟ୍ରି ମାରିଥିଲେ। ସେବେଠାରୁ ସେ ତାଙ୍କୁ ବହୁତ ସହଜରେ ନିଜର କରିନେଇଛନ୍ତି। ଏବେ ଉଭୟଙ୍କ କେମେଷ୍ଟ୍ରିକୁ ବେଶ ପସନ୍ଦ କରାଯାଉଛି। ଖୁବ୍‌ଶୀଘ୍ର ସେମାନେ ବିବାହ କରିବାକୁ ଯାଉଥିବାରୁ ପ୍ରଶଂସକ ବେଶ ଉତ୍ସାହିତ ଅଛନ୍ତି।

Share