‘ରଣବୀର କପୁର ନୁହନ୍ତି ରଣବୀର ସିଂ ଥିଲେ ପ୍ରଥମ ପସନ୍ଦ’

ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ୨୦୧୮ରେ ଆସିଥିବା ବ୍ଲକବଷ୍ଟର ସିନେମା ‘ସଞ୍ଜୁ’ରେ ଚମତ୍କାର ଅଭିନୟ କରିଥିଲେ। ଫିଲ୍ମ ସମୀକ୍ଷକଙ୍କଠାରୁ ଆରମ୍ଭ କରି ଦର୍ଶକେ ଏହାକୁ ବେଶ ପସନ୍ଦ କରିଥିଲେ। ଫିଲ୍ମଟି ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ପର୍ଯ୍ୟବଶିତ ଥିଲା। ପରଦାରେ ରଣବୀର ଅନସ୍କ୍ରିନ ସଞ୍ଜୟଙ୍କ ଭୂମିକା ତୁଲାଇଥିଲେ। ହେଲେ ନିକଟରେ ଏହାର ପ୍ରଯୋଜକ ଫିଲ୍ମକୁ ନେଇ ବଡ଼ ଖୁଲାସା କରିଛନ୍ତି। ‘ସଞ୍ଜୁ’ ଲାଗି ରଣବୀର କପୁର ନୁହନ୍ତି ବରଂ ରଣବୀର ସିଂ ତାଙ୍କର ପ୍ରଥମ ପସନ୍ଦ ଥିଲେ ବୋଲି ସେ କହିଛନ୍ତି।

ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା କହିଛନ୍ତି, ରାଜକୁମାର ହିରାନୀ ମୋତେ ରଣବୀର କପୁରଙ୍କ ବିଷୟରେ କହିଥିଲେ। ହେଲେ ମୁଁ ଖୁସି ନ ଥିଲି। ମୋତେ ଲାଗୁଥିଲା ଯେ ରଣବୀର ସିଂଙ୍କ ଭଳି ଏହି ଚରିତ୍ରକୁ ସେତେଟା ଭଲ ଭାବେ ଅଭିନୟ କରିପାରିବେ ନାହିଁ। ହେଲେ ରାଜୁଙ୍କୁ ରଣବୀର କପୁରଙ୍କ ଉପରେ ଭରସା ଥିଲା। ଯେତେବେଳେ ଆମେ ଶୁଟିଂ ଆରମ୍ଭ କରିଥିଲୁ ସେତେବେଳେ ମୁଁ ତାଙ୍କୁ ଚରିତ୍ରରେ ଦେଖି ନିଜ କଥାକୁ ଫେରାଇଥିଲି ବୋଲି ସେ କହିଛନ୍ତି।

କହିରଖୁଛୁ, ରାଜକୁମାର ହିରାନୀ ‘ସଞ୍ଜୁ’ର ନିର୍ଦ୍ଦେଶନା ଦେଇଥିଲେ। ରଣବୀରଙ୍କ ବ୍ୟତିତ ଫିଲ୍ମରେ ବିକ୍କି କୌଶଲ ଏବଂ ଦୀୟା ମିର୍ଜା ପ୍ରମୁଖ କଳାକାର ନଜର ଆସିଥିଲେ। ଫିଲ୍ମରେ ପରେଶ ରାଓ୍ବଲ ସୁନୀଲ ଦତ୍ତଙ୍କ ଭୂମିକା ତୁଲାଇଥିଲେ। ଏହା ବକ୍ସ ଅଫିସରେ ଧମାଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri