ରଣବୀର କହିଲେ-‘ରାହାଙ୍କ ପରେ ପୁଣି ଝିଅଟିଏ ଦରକାର’

ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ। ଫିଲ୍ମରେ ତାଙ୍କ ନାୟିକା ସାଜିଛନ୍ତି ଚୁଲବୁଲି ରଶ୍ମିକା ମନ୍ଦାନା। ଟ୍ରେଲର ରିଲିଜ ପରଠାରୁ ଦର୍ଶକଙ୍କ କ୍ରେଜ ବଢ଼ିଥିବା ବେଳେ ରଣବୀର ନିଜେ ଅନେକ ସାକ୍ଷାତକାର ଦେଉଛନ୍ତି। ଏଭଳି ଏକ ସାକ୍ଷାତକାରରେ ଅଭିନେତା ରାହାଙ୍କ ପରେ ଆଉ ଏକ ଝିଅ ଚାହୁଁଥିବା କହିଛନ୍ତି। ବାସ୍‌, ସେବେଠାରୁ ସେ ଏବଂ ଆଲିଆ ଶୀଘ୍ର ଦ୍ୱିତୀୟ ସନ୍ତାନ ଲାଗି ପ୍ଲାନିଂ କରିପାରନ୍ତି ବୋଲି କୁହାଯାଉଛି।

‘ଅନ୍‌ଷ୍ଟପେବୁଲ ଉଇଥ୍‌ ଏନ୍‌ବିକେ’ରେ ରଣବୀର କହିଛନ୍ତି, ମୁଁ କେବେହେଲେ ଭାବି ନ ଥିଲି ଯେ ବାପା ହେବାର ଖୁସି ଜୀବନରେ ଅନୁଭବ କରିପାରିବି ବୋଲି। କେବେହେଲେ ଏନେଇ କଳ୍ପନା କରି ନ ଥିଲି। ହେଲେ ତାହା ହେଲା। ମୁଁ ଭଗବାନଙ୍କ ନିକଟରେ ସେ ନେଇ କୃତଜ୍ଞ। ଯଦି କେବେ ଦ୍ୱିତୀୟ ସନ୍ତାନ ହୁଏ ତାଙ୍କୁ ଝିଅ ହିଁ ଦରକାର ବୋଲି ସେ ପ୍ରକାଶ କରିଛନ୍ତି। ଏହାଛଡ଼ା ରାହାଙ୍କ ଲାଗି ବି ସେ ଏବେଠାରୁ ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ସେ ଯାହା ବି ହେବାକୁ ଚାହିଁବେ, ସେ ତାକୁ ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ଅଭିନେତା କହିଛନ୍ତି।

Share