ବ୍ରେକ୍ ନେଇ ପାରନ୍ତି ରଣବୀର

ମୁମ୍ବାଇ: ବଲିଉଡର କ୍ୟୁଟ କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁର ନିକଟରେ ପ୍ୟାରେଣ୍ଟସ ହୋଇଛନ୍ତି । ତେବେ ମାତାପିତା ହେବା ପରେ ଏମାନଙ୍କ ଜୀବନଶୈଳି ସମ୍ପୂର୍ଣ୍ଣ ବଦଳି ଯାଇଥିବା ଏମାନେ କୁହନ୍ତି । ଉଭୟ ବଲିଉଡର ବିଜି କଳାକାର ହୋଇଥିଲେ ବି ନିଜ ଝିଅ ପାଇଁ ଏବେ ସମୟ ଦେବାକୁ ପ୍ରସ୍ତୁତ ଅଛନ୍ତି । ନିକଟରେ ଏକ ସାକ୍ଷାତକାରରେ ରଣବୀର କହିଛନ୍ତି ମୁଁ ୧୮୦-୨୦୦ ଦିନ କାମ କରୁଛି । ହେଲେ ଆଲିଆ ମୋଠାରୁ ଅଧିକ କାମ କରୁଛନ୍ତି । ତେଣୁ ସେ ଶୁଟିଂକୁ ଗଲେ ମୁଁ ଝିଅ ରାହାର ସମସ୍ତ ଯତ୍ନ ନେବି ବୋଲି ରଣବୀର କହିଛନ୍ତି । ଏମିତିକି ଆବଶ୍ୟକ ପଡିଲେ କିଛିଦିନ ପାଇଁ ସେ ବ୍ରେକ୍ ନେଇ ପାରନ୍ତି ବୋଲି ବି କହିଛନ୍ତି ।
ଆଲିଆ ବି ମାଆ ହେବା ପରେ ଏକ ସାକ୍ଷାତକାରରେ କହିଛନ୍ତି, ମଦରହୁଡ ମୋତେ ଖୁବ୍ କମ୍ ସମୟ ମଧ୍ୟରେ ପରିବର୍ତ୍ତନ କରିଦେଲା । ଏତେ କଷ୍ଟ ଭିତରେ ମୋ ଝିଅ ମାସକର ହୋଇଯାଇଥିଲେ ବି ମୋତେ ଏବେବି ଲାଗୁନି ମୋ ଉପରେ ଏତେ ଦାୟିତ୍ୱ ବଢି ଯାଇଛି । ହେଲେ ମାଆ ହେବା ପରେ ମୋର ନଜରରେ ବି ପରିବର୍ତ୍ତନ ଆସିଛି । ମୁଁ ସବୁକଥାକୁ ଭିନ୍ନ ଦୃଷ୍ଟିରେ ଦେଖୁଛି ।

Share