ଅଭିନେତାଙ୍କ ସ୍ତ୍ରୀଙ୍କୁ ୫ ବର୍ଷ ଧରି ଡେଟ୍‌ କରୁଥିଲେ ରଣବୀର କପୁର

ଆଜି ବଲିଉଡ୍‌ ଅଭିନେତା ରଣବୀର କପୁର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପ୍ରସିଦ୍ଧ ଅଭିନେତା ରିଷି କପୁର ଏବଂ ନୀତୁ କପୁରଙ୍କ ସୁପୁତ୍ର। ସେ ବଲିଉଡର ସର୍ବ ପୁରାତନ ତଥା ପ୍ରସିଦ୍ଧ ପରିବାର କପୁର ପରିବାରର ଚତୁର୍ଥ ପିଢି। କପୁର ପରିବାରର ନାମ ରଣବୀରଙ୍କ ସହ ଜଡିତ ଥିଲେ ମଧ୍ୟ କିନ୍ତୁ ସେ ତାଙ୍କର ଚମତ୍କାର ଅଭିନୟ ସହିତ କୋଟି କୋଟି ଲୋକଙ୍କ ହୃଦୟ ଜିତିଛନ୍ତି। ରଣବୀର କପୁର ମୁମ୍ବାଇରୁ ଅଧ୍ୟୟନ ସମାପ୍ତ କରିଥିଲେ। ସେ ଦକ୍ଷିଣ ମୁମ୍ବାଇର ମାହିମରେ ଥିବା ବମ୍ବେ ସ୍କଟିସ୍‌ ସ୍କୁଲରେ ପଢୁଥିଲେ। ରଣବୀର ଦଶମ ପାସ କରିବା ପରେ ତାଙ୍କ ଜେଜେମା କୃଷ୍ଣରାଜ କପୁର ଘରେ ଏକ ପାର୍ଟି ଦେଇଥିଲେ।
ରଣବୀର କପୁର ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଅଭିନେତା ଇମ୍ରାନ ଖାନଙ୍କ ସ୍ତ୍ରୀ ଅବନ୍ତିକା ମଲିକଙ୍କୁ ଡେଟ କରିଥିଲେ। ସେତେବେଳେ ଦୁହେଁ ବହୁତ ଛୋଟ ଥିଲେ। ଅବନ୍ତିକା ଟିଭି ଧାରାବାହିକ ‘ଜଷ୍ଟ ମୋହବତେଁ’ରେ ଶିଶୁ କଳାକାର ଭାବରେ କାର୍ଯ୍ୟ କରିଛନ୍ତି। ରଣବୀର ଅବନ୍ତିକାଙ୍କୁ ଏତେ ପସନ୍ଦ କରୁଥିଲେ ଯେ ସେ ପ୍ରତିଦିନ ଏହି ଟିଭି ଶୋ’ର ସେଟରେ ତାଙ୍କୁ ଦେଖା କରୁଥିଲେ। ଉଭୟ ପ୍ରାୟ ପାଞ୍ଚ ବର୍ଷ ପରସ୍ପରକୁ ଡେଟ କରିଥିଲେ।
ରଣବୀର କପୁରଙ୍କୁ ବଲିଉଡର ଚକୋଲେଟ ବଏ କୁହାଯାଏ। ଦୀପିକା ପାଦୁକୋନଙ୍କଠାରୁ କ୍ୟାଟ୍ରିନା କୈଫ ପର୍ଯ୍ୟନ୍ତ ସେ ଅନେକ ଅଭିନେତ୍ରୀଙ୍କୁ ଡେଟ କରିଥିଲେ। ପ୍ରିୟଙ୍କା ଚୋପ୍ରା, ନର୍ଗିସ ଫାଖରି, ସୋନମ କପୁରଙ୍କ ସମେତ ଅନେକ ତାରକାଙ୍କ ସହ ତାଙ୍କ ନାଁ ଯୋଡା ଯାଇଥିଲା। ରଣବୀର ଏବେ ଆଲିଆ ଭଟ୍ଟଙ୍କୁ ଡେଟ୍‌ କରୁଛନ୍ତି।

Share