ଅଭିନେତାଙ୍କ ସ୍ତ୍ରୀଙ୍କୁ ୫ ବର୍ଷ ଧରି ଡେଟ୍‌ କରୁଥିଲେ ରଣବୀର କପୁର

ଆଜି ବଲିଉଡ୍‌ ଅଭିନେତା ରଣବୀର କପୁର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପ୍ରସିଦ୍ଧ ଅଭିନେତା ରିଷି କପୁର ଏବଂ ନୀତୁ କପୁରଙ୍କ ସୁପୁତ୍ର। ସେ ବଲିଉଡର ସର୍ବ ପୁରାତନ ତଥା ପ୍ରସିଦ୍ଧ ପରିବାର କପୁର ପରିବାରର ଚତୁର୍ଥ ପିଢି। କପୁର ପରିବାରର ନାମ ରଣବୀରଙ୍କ ସହ ଜଡିତ ଥିଲେ ମଧ୍ୟ କିନ୍ତୁ ସେ ତାଙ୍କର ଚମତ୍କାର ଅଭିନୟ ସହିତ କୋଟି କୋଟି ଲୋକଙ୍କ ହୃଦୟ ଜିତିଛନ୍ତି। ରଣବୀର କପୁର ମୁମ୍ବାଇରୁ ଅଧ୍ୟୟନ ସମାପ୍ତ କରିଥିଲେ। ସେ ଦକ୍ଷିଣ ମୁମ୍ବାଇର ମାହିମରେ ଥିବା ବମ୍ବେ ସ୍କଟିସ୍‌ ସ୍କୁଲରେ ପଢୁଥିଲେ। ରଣବୀର ଦଶମ ପାସ କରିବା ପରେ ତାଙ୍କ ଜେଜେମା କୃଷ୍ଣରାଜ କପୁର ଘରେ ଏକ ପାର୍ଟି ଦେଇଥିଲେ।
ରଣବୀର କପୁର ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଅଭିନେତା ଇମ୍ରାନ ଖାନଙ୍କ ସ୍ତ୍ରୀ ଅବନ୍ତିକା ମଲିକଙ୍କୁ ଡେଟ କରିଥିଲେ। ସେତେବେଳେ ଦୁହେଁ ବହୁତ ଛୋଟ ଥିଲେ। ଅବନ୍ତିକା ଟିଭି ଧାରାବାହିକ ‘ଜଷ୍ଟ ମୋହବତେଁ’ରେ ଶିଶୁ କଳାକାର ଭାବରେ କାର୍ଯ୍ୟ କରିଛନ୍ତି। ରଣବୀର ଅବନ୍ତିକାଙ୍କୁ ଏତେ ପସନ୍ଦ କରୁଥିଲେ ଯେ ସେ ପ୍ରତିଦିନ ଏହି ଟିଭି ଶୋ’ର ସେଟରେ ତାଙ୍କୁ ଦେଖା କରୁଥିଲେ। ଉଭୟ ପ୍ରାୟ ପାଞ୍ଚ ବର୍ଷ ପରସ୍ପରକୁ ଡେଟ କରିଥିଲେ।
ରଣବୀର କପୁରଙ୍କୁ ବଲିଉଡର ଚକୋଲେଟ ବଏ କୁହାଯାଏ। ଦୀପିକା ପାଦୁକୋନଙ୍କଠାରୁ କ୍ୟାଟ୍ରିନା କୈଫ ପର୍ଯ୍ୟନ୍ତ ସେ ଅନେକ ଅଭିନେତ୍ରୀଙ୍କୁ ଡେଟ କରିଥିଲେ। ପ୍ରିୟଙ୍କା ଚୋପ୍ରା, ନର୍ଗିସ ଫାଖରି, ସୋନମ କପୁରଙ୍କ ସମେତ ଅନେକ ତାରକାଙ୍କ ସହ ତାଙ୍କ ନାଁ ଯୋଡା ଯାଇଥିଲା। ରଣବୀର ଏବେ ଆଲିଆ ଭଟ୍ଟଙ୍କୁ ଡେଟ୍‌ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri