ଖୁବ୍‌ଶୀଘ୍ର ଆଲିଆ ହେବେ ମିସେସ୍‌ କପୁର

ବମ୍ବେ: ଦୀର୍ଘଦିନରୁ ପରସ୍ପରକୁ ଡେଟ୍‌ କରୁଛନ୍ତି ବଲିଉଡ୍‌ ଅଭିନେତା ରଣବୀର କପୁର-ଅଭିନେତ୍ରୀ ଆଲିଆ ଭଟ୍ଟ। ଲଗାତାର ଭାବେ ଉଭୟଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳୁଛି। ହେଲେ ସେମାନେ ବ୍ୟକ୍ତିଗତ ଭାବେ କୌଣସି ଘୋଷଣା କରି ନ ଥିବାରୁ ଉକ୍ତ ଖବର ଉପରେ ମୋହର ଲାଗିପାରୁ ନ ଥିଲା। ଏବେ କିନ୍ତୁ ରଣବୀର ନିଜେ ବିବାହକୁ ନେଇ ବଡ଼ ଘୋଷଣା କରିଛନ୍ତି।
ଦିବଂଗତ ପିତା ତଥା ଅଭିନେତା ଋଷି କୁପରଙ୍କ ଶେଷ ଫିଲ୍ମ ‘ଶର୍ମା ଜି ନମକିନ’ ରିଲିଜ ହେବାକୁ ଯାଉଛି। ଏହାକୁ ନେଇ ରଣବୀର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ଆଲିଆଙ୍କୁ ସେ କେବେ ବିବାହ କରିବେ ବୋଲି ପ୍ରଶ୍ନର ଜବାବରେ ଅଭିନେତା ପ୍ରତିକ୍ରିୟା ରଖିଥିଲେ। କେଉଁ ତାରିଖ ନ କହିଲେ ବି ଖୁବ୍‌ଶୀଘ୍ର ସେ ହାତକୁ ଦୁଇହାତ ହେବେ ବୋଲି ରଣବିର ସ୍ପଷ୍ଟ କରିଦେଇଛନ୍ତି।
Share