ଏପ୍ରିଲରେ ହିଁ ବିବାହ

ବମ୍ବେ: ଖୁବଶୀଘ୍ର ଆଲିଆ ହେବେ ମିସେସ କପୁର। ଅଭିନେତା ରଣବୀର କପୁରଙ୍କ ସହ ଚଳିତ ମାସରେ ହିଁ ହେବ ବିବାହ। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ବିବାହ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ ଉଦୟପୁରରେ ଡେଷ୍ଟିନେସନ ମ୍ୟାରେଜ କରିଥାନ୍ତେ। ହେଲେ ଉଦୟପୁର ବଦଳରେ ବମ୍ବେରେ ହିଁ ଉଭୟଙ୍କ ବିବାହ ହେବ। କପୁରଙ୍କ ଆର୍‌କେ ହାଉସ୍‌ରେ ହିଁ ଏହି ଗ୍ରାଣ୍ଡ ବିବାହ ଅନୁଷ୍ଠିତ ହେବ। ଏଥିପାଇଁ ବିବାହର ଶପିଂ କରୁଥିବା ଦେଖିବାକୁ ମିଳିଛି।

କୁହାଯାଉଛି, ରଣବୀର ନିଜେ ଏହି ୱେଡିଂ ଭେନ୍ୟୁ ସ୍ଥିର କରିଛନ୍ତି। ରଣବୀର ତାଙ୍କ ଜେଜେ ମା’ କୃଷ୍ଣ ରାଜ କପୁରଙ୍କ ଅତି ନିକଟତର ଥିଲେ। ତାଙ୍କ ବାପା ମା’ ରିଷି ଏବଂ ନୀତୁ କପୁର ମଧ୍ୟ ୨୦ ଜାନୁଆରୀ ୧୯୮୦ରେ ଆର.କେ ହାଉସରେ ହିଁ ବିବାହ କରିଥିଲେ। ଏଣୁ ରଣବୀର ମଧ୍ୟ ଏଠାରେ ହିଁ ଆଲିଆଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି। ଏହି ବିବାହରେ କେବଳ ୪୫୦ ଅତିଥି ଯୋଗଦେବେ। କେବଳ ନିକଟ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ହିଁ ଉଭୟ ବିବାହ କରିବେ ବୋଲି ସ୍ଥିର କରାଯାଇଛି। ତେବେ ଉଭୟ କେବେ ବିବାହ କରିବେ ସେ ନେଇ କୌଣସି ତାରିଖ ଘୋଷଣା ହୋଇନାହିଁ।

Share