ହାତକୁ ଦି’ ହାତ ହେବେ ଆଲିଆ-ରଣବୀର

ମୁମ୍ବାଇ: ବିବାହ ଋତୁ ଆରମ୍ଭରୁ ବଲିଉଡ୍‌ର ଯୋଡ଼ିକୁ ନେଇ ଚର୍ଚ୍ଚା ଚାଲିଛି। ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଚର୍ଚ୍ଚାରେ ଥିବା ବେଳେ ଏବେ ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି।

ରଣବୀରଙ୍କ ମା’ ନୀତୁ କପୁର ଖୁବ୍‌ଶୀଘ୍ର ଆଲିଆଙ୍କୁ ବୋହୂ କରି ଘରକୁ ଆଣିବେ ବୋଲି କହି ସାରିଲେଣି। ଏହି ଖବର ସାମ୍ନାକୁ ଆସିବା ପରେ ଆଲିଆ-ରଣବୀରଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଗତବର୍ଷ ମଧ୍ୟ ଏହି ପ୍ରେମୀଯୁଗଳଙ୍କ ବିବାହ ଖୁବ୍‌ ଚର୍ଚ୍ଚାରେ ଥିଲା। କିନ୍ତୁ କରୋନା ଯୋଗୁ ବିବାହକୁ ସ୍ଥଗିତ ରଖାଯାଇଥିଲା। ଏବେ ଶୁଣିବାକୁ ମିଳୁଛି, ଏହି ଯୋଡ଼ି ଆସନ୍ତା ଡିସେମ୍ବରରେ ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

Share