ଟ୍ରୋଲ୍‌ ପରେ ମୁହଁତୋଡ଼ ଜବାବ ଦେଲେ ଦୀପିକା, ଏମିତି କଥା ଶୁଣି ରଣବୀର ବି ଚକିତ

ମୁମ୍ବାଇ: ବି’ ଟାଉନର ଗ୍ଲାମରସ୍‌ କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଆଜିକାଲି ବହୁତ ଚର୍ଚ୍ଚାରେ ଅଛନ୍ତି। ‘କଫି ଓ୍ବିଥ୍‌ କରନ -୮’ରେ ସାମିଲ ହୋଇ ଏହି କପଲ ପରସ୍ପର ବିଷୟରେ ବହୁତ କିଛି କହିଥିଲେ। ତେବେ ଏହି ଶୋ’ରେ ଦୀପିକା କହିଥିବା କିଛି କଥା ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା।

ଟ୍ରୋଲ ହେବା ପରେ ଦୀପିକା ଏକ ଭିଡିଓ ଜାରି କରି ଟ୍ରୋଲରମାନଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି। ଏହି ଭିଡିଓରେ ଦୀପିକା ନିଜକୁ ପ୍ରଶଂସା କରୁଛନ୍ତି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ‘ଜଷ୍ଟ ଓ୍ବାଓ’ ଟ୍ରୋଲ୍‌ ହେବା ପରେ ଏହା ଦୀପିକାଙ୍କର ପ୍ରଥମ ପୋଷ୍ଟ।

ରଣବୀର ସ୍ତ୍ରୀ ଦୀପିକାଙ୍କ ଭିଡିଓ ଦେଖିବା ପରେ ହସିବା ବନ୍ଦ କରିପାରି ନ ଥିଲେ। ସେ ମନ୍ତବ୍ୟ ଦେଇଥିଲେ ‘ହା ହା ହା ହା! ଡେଡ୍‌। କରଣ ଜୋହର ମଧ୍ୟ ଲେଖିଛନ୍ତି, ‘ମୁଁ ଏଥିରେ ଅପ୍‌ସେଟ୍‌ ଅଛି।’

ତେବେ ସେଲିବ୍ରିଟିମାନଙ୍କଠାରୁ ଦୀପିକାଙ୍କୁ ଯେତେ ପ୍ରଶଂସା ମିଳିଥିଲା, ପ୍ରଶଂସକମାନେ ତାଙ୍କୁ ଟ୍ରୋଲ୍‌ କରିଥିଲେ। ଜଣେ ୟୁଜର କହିଥିଲେ, ‘ରଣବୀର ସିଂଙ୍କୁ ପ୍ରତାରଣା କରିଥିବା ଏହି ବ୍ୟକ୍ତି କି?’ ଆଉ ଜଣେ କବିତା ଆକାରରେ ଲେଖିଛନ୍ତି, ‘ବଓ୍ବୋଫା, ତେରା ମାସୁମ ଚେହେରା ଦିଲ୍‌ ଲଗାନେ କେ କାବିଲ୍‌ ନେହିଁ।

୨୬ ଅକ୍ଟୋବରରୁ ଆରମ୍ଭ ହୋଇଥିବା ‘କଫି ଓ୍ବିଥ୍‌ କରନ-୮’ ରେ ଦୀପିକା ଏବଂ ରଣବୀର ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଦୁହେଁ ସେମାନଙ୍କର ପ୍ରେମ କାହାଣୀ ବିଷୟରେ କଥାବାର୍ତ୍ତା ହୋଇଥିଲେ। ତା’ପରେ ଦୀପିକା କହିଥିଲେ, ରଣବୀରଙ୍କ ସହ ସମ୍ପର୍କର ପ୍ରଥମ ପର୍ଯ୍ୟାୟରେ ସେ ଅନ୍ୟ ପୁଅମାନଙ୍କୁ ମଧ୍ୟ ଡେଟ୍‌ କରୁଥିଲେ। କିନ୍ତୁ ତାଙ୍କ ମନରେ ରଣବୀରଙ୍କ ପ୍ରତି ପ୍ରତିବଦ୍ଧ ଥିଲେ। ଦୀପିକାଙ୍କଠାରୁ ଏହି କଥା ଶୁଣିବା ପରେ ଟ୍ରୋଲ୍‌ ହେବାକୁ ପଡ଼ିଛି।

Share