ବଲିଉଡ୍‌ରେ ୧୫ ବର୍ଷ ପୂରଣ କଲେ ରଣବୀର

ମୁମ୍ବାଇ: ରଣବୀର କପୁର ସଞ୍ଜୟ ଲୀଲା ଭଁସାଲିଙ୍କ ଫିଲ୍ମ ‘ସାଓ୍ବରିଆ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସହିତ ସେ ବଲିଉଡ୍‌ରେ ଜଣେ ସୁପରଷ୍ଟାର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। କ୍ୟାରିୟରର ୧୫ ବର୍ଷ ମଧ୍ୟରେ ରଣବୀର ୩୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି।

ତାଙ୍କ ଫିଲ୍ମ କ୍ୟାରିଅରରେ ସେ ଚଳିତବର୍ଷ ଦୁଇଟି ବଡ଼ ଫିଲ୍ମ କରି ପ୍ରଶଂସା ସାଉଁଟିଛନ୍ତି। ତାଙ୍କର ଉଭୟ ଫିଲ୍ମରେ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା। ରଣବୀର ତାଙ୍କ ଚରିତ୍ର ଜରିଆରେ ପ୍ରଶଂସକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି। ସେଥିପାଇଁ ଏହି ଦୁଇଟି ଫିଲ୍ମ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଗୋଟିଏ ହେଉଛି କରଣ ମାଲହୋତ୍ରାଙ୍କ ‘ଶମ୍‌ଶେରା’ ଯେଉଁଥିରେ ରଣବୀର ୪ ବର୍ଷ ପରେ ଫିଲ୍ମ ସ୍କ୍ରିନ୍‌କୁ ଫେରିଥିଲେ। ଆଉ ଗୋଟିଏ ହେଲା ‘ବ୍ରହ୍ମାସ୍ତ୍ର’। ଯେଉଁଥିରେ ସେ ତାଙ୍କ ସ୍ତ୍ରୀ ଆଲିଆ ଭଟ୍ଟଙ୍କ ସହ ନଜର ଆସିଥିଲେ। ନିକଟରେ ଏହି ଫିଲ୍ମଟି ଓଟିଟିରେ ରିଲିଜ ହୋଇଛି। ତାଙ୍କ ଫିଲ୍ମ ସାରା ବିଶ୍ୱରେ ପ୍ରାୟ ୪୦୦ କୋଟି ରୋଜଗାର କରି ରଣବୀରଙ୍କ ପ୍ରତିଭାକୁ ପ୍ରମାଣିତ କରିଥିଲା।

Share