ରିଲିଜ୍ ପୂର୍ବରୁ ରେକର୍ଡ କଲା ଆଲିଆ-ରଣବୀରଙ୍କ ଏହି ମୁଭି

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଅଭିନୀତ ମୁଭି ‘ବ୍ରହ୍ମାସ୍ତ୍ର’ କିଛି ବର୍ଷ ହେଲା ଚର୍ଚ୍ଚାରେ ରହିଛି । ଏବେ ଏହାର ରିଲିଜକୁ ଦର୍ଶକେ ଉତ୍ସୁକତାର ଓ ଅପେକ୍ଷା ରଖିଛନ୍ତି । ଇତିମଧ୍ୟରେ ଏହି ଷ୍ଟାର କପୁଲଙ୍କର ବିବାହ ସରିଥିବାରୁ ଏବେ ଏମାନଙ୍କ ଯୋଡିକୁ ବଡ ପରଦାରେ ଦାର୍ଶକେ ଦେଖିବେ ବୋଲି ଅପେକ୍ଷା ରଖିଛନ୍ତି । ତେବେ ବିବାହ ପୂର୍ବରୁ ଦୁହିଁଙ୍କ ଗୀତ କେସରିୟାର ଟିଜର ରିଲିଜ୍ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍ ପସନ୍ଦ କରିଥିଲେ । ଏବେ ଏହି ମୁଭି ରିଲିଜ ପୂର୍ବରୁ ଏକ ବଡ ଅନୁଭୁତି ସାଉଁଟିଛି ।
ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ମୁଭି ‘ବ୍ରହ୍ମାସ୍ତ୍ର’ରେ ଆଲିଆ ଭଟ୍ଟ ଇଶା ଚରିତ୍ରରେ ଆସୁଥିବା ବେଳେ ରଣବୀର କପୁର ଶିବା ଚରିତ୍ର ପ୍ଲେ କରିଛନ୍ତି । ଏବେ ଏହା ପୋଷ୍ଟ ପ୍ରଡକଶନରେ ଅଛି । ହେଲେ ରିଲିଜ ଡେଟ ସାମ୍ନାକୁ ଆସିଯାଇଛି । ମୁଭି ୯ ସେପ୍ଟେମ୍ବର ୨୦୨୨ରେ ବଡ ପରଦାରେ ୱାର୍ଲଡ ୱାଇଡ ରିଲିଜ୍ ହେବାର ଯୋଜନା ରହିଛି ।
ତେବେ ୱାର୍ଲଡ ଡିଜନି ଷ୍ଟୁଡିଓ ମୋଶନ ପିକ୍‌ଚର୍ସ ଆଲିଆ ଓ ରଣବୀର କପୁରଙ୍କ ଅଭିନୀତ ମୁଭି ବ୍ରହ୍ମାସ୍ତ୍ର ପାର୍ଟ ୱାନ: ଶିବାକୁ ଗ୍ଲୋବାଲ ଥ୍ରିୟେଟିକଲ ରିଲିଜ ଲିଷ୍ଟରେ ଆଣିଛି । ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଏହି ଲିଷ୍ଟରେ ଲଭ ଆଣ୍ଡ ଥଣ୍ଡର, ବ୍ଲାକ ପାନ୍ଥର: ୱାକାଣ୍ଡା ଫର ଏଭର, ଅବତାର: ଦ ୱେ ଅଫ ୱାଟର ଫର ୨୦୨୨ ଭଳି ହଲିଉଡ ମୁଭି ସାମିଲ ହୋଇଛନ୍ତି । ବ୍ରହ୍ମାସ୍ତ୍ର ବଲିଉଡର ପ୍ରଥମ ଫିଲ୍ମ ଯେ କି ଅନ୍ତର୍ଜାତୀୟ ଥ୍ରିୟେଟିକଲ ରିଲିଜ ସ୍ଲଟରେ ଯୋଡି ହୋଇଛି ।

Share