ଏପ୍ରିଲରେ ବିବାହ !

ବମ୍ବେ: ବାଜିବ ଶାହାନାଇ। ହାତକୁ ଦୁଇହାତ ହେବେ ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ରଣବିର କପୁର ଏବଂ ଆଲିଆ ଭଟ୍ଟ। ଆସନ୍ତା ଏପ୍ରିଲରେ ରାଜସ୍ଥାନର ରନ୍ଥାମ୍ଭୋରରେ ଏହି ବିବାହ ଅନୁଷ୍ଠିତ ହେବ। ଏନେଇ ଉଭୟ ପରିବାର ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବା ଣୁଣିବାକୁ ମିଳୁଛି।

୨୦୨୦ରେ ଏକ ସାକ୍ଷାତକାରରେ ରଣବିର ଆଲିଆଙ୍କୁ ଶୀଘ୍ର ବିବାହ କରିବାକୁ ଚାହାନ୍ତି ବୋଲି ଖୁଲାସା କରିଥିଲେ। ଏପରିକି କରୋନା ଆସି ନ ଥିଲେ ଦୁହିଁଙ୍କ ବିବାହ ସରନ୍ତାଣି ବୋଲି ସେ କହିଥିଲେ। ଏବେ ସେ ସମୟ ଆସିଥିବା ନେଇ ଚର୍ଚ୍ଚା ହେଉଛି। ରନ୍ଥାମ୍ଭୋର ଉଭୟଙ୍କ ପ୍ରିୟ ସ୍ଥାନ ହୋଇଥିବାରୁ ସେଠାରେ ବିବାହ କରିବାକୁ ସେମାନେ ଚାହୁଁଛନ୍ତି। ତେବେ ଆଧିକାରୀକ ଭାବେ ଉଭୟଙ୍କ ପକ୍ଷରୁ କୌଣସି ବୟାନ ଆସିନାହିଁ।

Share