ରଣବୀର-ଐଶ୍ୱର୍ଯ୍ୟାଙ୍କ ଥଟ୍ଟାମଜା ଦେଖି ହସିଲେ ଝିଅ ଆରାଧ୍ୟା

ମୁମ୍ବାଇ: ବଚ୍ଚନ ପରିବାର ଏବେ ସେଲିବ୍ରେଶନ ମୁଡ୍‌ରେ ଥିବା ନଜର ଆସିଛନ୍ତି। ପ୍ରୋ କବାଡି ଲିଗ୍‌ ସିଜନ-୯ର ଟ୍ରଫି ଅଭିଷେକ ବଚ୍ଚନଙ୍କ ନାମରେ ଟିମ୍‌ ‘ପିଙ୍କ୍‌ ପାନ୍ଥର’ ରହିଛି। ଅଭିଷେକଙ୍କ ଟିମ୍‌ର ଏହି ମ୍ୟାଚ୍‌ ଦେଖିବାକୁ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ସହ ପହଞ୍ଚିଥିଲେ। ଦୁହିଁଙ୍କ ଚେହେରାରେ ଖୁସିର ଝଲକ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ ଶନିବାର ଆୟୋଜନ କରାଯାଇଥିଲା। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ରଣବୀର ସିଂ ମଧ୍ୟ ମ୍ୟାଚ୍‌ ଦେଖିବାକୁ ପହଞ୍ଚିଥିଲେ।

 

ଭିଡିଓରେ ରଣବୀର, ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ପାଖରେ ବସି କଥା ହେଉଥିବାର ନଜର ଆସିଛନ୍ତି। ରଣବୀର ପଛ କରି ବସିଛନ୍ତି। ସେ କିଛି କହୁଥିବା ବେଳେ ଐଶ୍ୱର୍ଯ୍ୟା ହସୁଛନ୍ତି।  ଐଶ୍ୱର୍ଯ୍ୟା ରଣବୀରଙ୍କ ନାକ ଧରି ଟାଣୁଛନ୍ତି। ଏହି ମଜାମସ୍ତି ଦେଖି ପାଖରେ ବସିଥିବା ଝିଅ ଆରାଧ୍ୟା ବି ଖୁବ୍‌ ହସୁଛନ୍ତି। ଐଶ୍ୱର୍ଯ୍ୟାଙ୍କ ପାଖରେ ସ୍ବାମୀ ଅଭିଷେକ, ଭାଣିଜୀ ନଭ୍ୟା ନଭେଲି ନନ୍ଦ ବସିଥିଲେ ମଧ୍ୟ ସେମାନଙ୍କ ଧ୍ୟାନ କିନ୍ତୁ କବାଡ଼ି ଖେଳ ଉପରେ ଥିଲା।

Share