ରିଲେଶନକୁ ନେଇ ସାଙ୍ଗମାନଙ୍କୁ ପରାମର୍ଶ ଦିଅନ୍ତି ରଣବୀର

ମୁମ୍ବାଇ,୧୬।୫:ବଲିଉଡରେ ନିଜ ରିଲେଶନସିପକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ରଣବୀର କପୁର। ତେବେ ବହୁ ଅଭିନେତ୍ରୀଙ୍କ ସହ ନାଁ ଯୋଡି ତାଙ୍କୁ ପ୍ରଶ୍ନ କରାଯାଇଥାଏ। ତେବେ ରିଲେଶନକୁ ନେଇ ରଣବୀରଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ନିଜର ଏକ ବ୍ୟକ୍ତିଗତ କଥା ସେୟାରକରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ସେ ତାଙ୍କ ସାଙ୍ଗମାନଙ୍କୁ ରିଲେଶନକୁ ନେଇ ପରାମର୍ଶ ଦେଉଥିଲେ।

ରଣବୀରଙ୍କ ଫିଲ୍ମ ତୁ ଝୁଟି ମେଁ ମକ୍କାର ନିକଟରେ ହଲ୍‌ରେ ରିଲିଜ ହୋଇଥିଲା। ଯାହଳ ବକ୍ସ କ୍‌ଅଫିସ୍‌ରେ ଭଲ ପ୍ରଦର୍ଶନ କରିଥିଲା। ଏହି ଫିଲ୍ମର ଓଟିଟି ରିଲିଜ୍‌ ପ୍ରମୋଶନ ସମୟରେ ରଣବୀର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଗଣମାଧ୍ୟମରେ ସେୟାର୍‌ କରିଥିଲେ। ଏହି ଫିଲ୍ମରେ ସେ ଲଭ୍‌ ରିଲେଶନ ଭାଙ୍ଗୁଥିବା ଚରିତ୍ରରେ ଅଭିନୟ କରିଥିଲେ। ଏହି ସମୟରେ ଯେତେବେଳେ ତାଙ୍କୁ ତାଙ୍କ ରିଅଲ ଲାଇଫ୍‌ ବିଷୟରେ ପଚରାଯାଇଥିଲା ସେ କହିଥିଲେ ଯେ, ରିୟଲ ଲାଇଫ୍‌ରେ ସେ କିପରି ତାଙ୍କ ବନ୍ଧୁଙ୍କୁ ସମ୍ପର୍କ ଭାଙ୍ଗିବାରେ ସାହାଯ୍ୟ କରିଥିଲେ।

ସାକ୍ଷାତକାରରେ ରଣବୀର ପହିଛନ୍ତି ଯେ, ସ୍କୁଲରେ ନିଜ ବନ୍ଧୁମାନଙ୍କୁ ପରାମର୍ଶ ଦେଉଥିଲି। କାହାକୁ ପ୍ରେମ କରୁ ନାହାନ୍ତି ତ ଠିକ୍‌ ଅଛି କିନ୍ତୁ ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଆପଣ ସଚ୍ଚୋଟ ହେବା ଆବଶ୍ୟକ। କିନ୍ତୁ ଏଥିପାଇଁ କୌଣସି ଯୋଜନା କରୁ ନ ଥିଲି। ସେ ଆହୁରି କହିଛନ୍ତି, ଯଦି ଆପଣ ପଚାରନ୍ତି ଫିଲ୍ମ ମିକି ପରି କିଛି କରିଛି, ଏହା ସମ୍ପୂର୍ଣ୍ଣ ଭୂଲ।

ଏହାପୂର୍ବରୁ ରଣବୀର, କରୀନା କପୁର ଖାନଙ୍କ ଚାଟ ସୋରେ ଏକ ସାକ୍ଷାତକାର କରିଥିଲେ। ଯେଉଁଠାରେ କରୀନା ତାଙ୍କୁ ପଚାରିଥିଲେ ଯେ, ସେ ରିଲେଶନସିପରେ କାହାକୁ କେବେ ପ୍ରତାରଣା କରିଛନ୍ତି କି? ଯାହାର ଉତ୍ତରରେ ରଣବୀର କହିଥିଲେ ଯେ, ମୁଁ ଏହା କରିସାରିଛି। କିନ୍ତୁ ବୟସ ବଢିବା ସହ ଅନୁଭବ ହୁଏ କି ନିଜ ପାର୍ଟନରଙ୍କ ସହ ସଚ୍ଚୋଟ ଓ ଖୋଲାଖୋଲି ମିଶିବା ଦ୍ୱାରା ସମ୍ପର୍କ ଗଭୀର ଏବଂ ସାର୍ଥକ ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri