Categories: ଜାତୀୟ

ରାଣା ଦମ୍ପତିଙ୍କ ଝିଅ ପାଠ କଲେ ହନୁମାନ ଚାଳିଶା

ପୁଣେ,୨୮।୪: ମହରାଷ୍ଟ୍ରରେ ହନୁମାନ ଚାଳିଶା ବିବାଦ ଥମିବାର ନାଁ ନେଉନାହିଁ। ଏହି ବିବାଦରେ ଗିରଫ ହୋଇଥିବା ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ କୁନି ଝିଅ ଆରୋହୀ ମାତାପିତାଙ୍କୁ ଜେଲ୍‌ରୁ ଶୀଘ୍ର ମୁକ୍ତ ପାଇଁ ହନୁମାନ ଚାଳିଶା ପାଠ କରିଛନ୍ତି। ଅମରାବତୀରେ ରାଣା ଦମ୍ପତିଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୮ ବର୍ଷୀୟା ଆରୋହୀ ହନୁମାନ ଚାଳିଶା ପାଠ କରିଛନ୍ତି। ଆରୋହୀ କହିଛନ୍ତି, ମୋ ମା’ ଏବଂ ବାପାଙ୍କୁ ଶୀଘ୍ର ମୁକ୍ତ କରାଯିବା ଉଚିତ। ଏଥିପାଇଁ ମୁଁ ପ୍ରାର୍ଥନା କରୁଛି।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ପାଠ କରିବାକୁ ନବନୀତ୍‌ ଏବଂ ରବି ରାଣା ଘୋଷଣା କରିଥିଲେ। ଶାନ୍ତି ଭଙ୍ଗ କରିବା, ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବିସ୍ତାର କରିବା ଏବଂ ଦେଶଦ୍ରୋହ ଅଭିଯୋଗରେ ରାଣା ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ଏବେ ସେ ମୁମ୍ବାଇ ଜେଲରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ଏପ୍ରିଲ ୨୯ରେ ମୁମ୍ବାଇର ସେସନ୍ସ କୋର୍ଟରେ ଶୁଣାଣି ହେବ।

Share