ପ୍ରତିଦିନ ୪୦ଟା ଅଣ୍ଡା ଖାଉଥିଲେ ଏହି ପ୍ରସିଦ୍ଧ ଅଭିନେତା

ସାଉଥ୍‌ ସୁପରଷ୍ଟାର ରାଣା ଡାଗୁବତୀ ଡିସେମ୍ବର ୧୪ ଅର୍ଥାତ୍‌ ଆଜି ତାଙ୍କ ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚାରିଆଡୁ ତାଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟୁଛି। ଦକ୍ଷିଣ ଭାରତୀୟ ଫିଲ୍ମ ଜଗତ ଠାରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ରାଣା। ଫିଲ୍ମ କ୍ୟାରିୟରରେ ଅନେକ ଚରିତ୍ରରେ ନଜର ଆସିଥିଲେ ମଧ୍ୟ ସୁପରହିଟ୍‌ ଫିଲ୍ମ ବାହୁବଳୀରେ ଭଲାଲଦେବ ଭୂମିକା ସବୁଠୁ ନିଆରା ଥିଲା। ଏହି ଚରିତ୍ର ପାଇଁ ରାଣା କଠିନ ପରିଶ୍ରମ କରିଥିଲେ। କୁହାଯାଏ ଯେ ଭଲାଲଦେବଙ୍କ ଭୂମିକା ପାଇଁ ରାଣାଙ୍କୁ ପ୍ରତିଦିନ ୪୦୦୦ କ୍ୟାଲୋରୀଜ୍‌ ଖାଇବାକୁ ପଡୁଥିଲା। ଏଥିପାଇଁ ରାଣା ଦିନକୁ ୪୦ଟି ଅଣ୍ଡା ଖାଉଥିଲେ। ଏହା ବ୍ୟତୀତ ସେ ଜିମରେ ପ୍ରତିଦିନ ୮ ଘଣ୍ଟା ଝାଳ କରୁଥିଲେ। ଜଣେ ସାଧାରଣ ଲୋକ ଦୈନିକ କେବଳ ତିନିଥର ଖାଏ, କିନ୍ତୁ ରାଣା ଭଲାଲଦେବ ହେବା ପାଇଁ ଗୋଟିଏ ଦିନରେ ଆଠ ଥର ଖାଉଥିଲେ। ପ୍ରତି ଦୁଇ ଘଣ୍ଟାରେ ଭାତ ଖାଉଥିଲେ। ଏହି ଭୂମିକା ପାଇଁ ସେ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବଢାଇଥିଲେ। ନିକଟରେ ସେ ମିହିକା ବଜାଜଙ୍କୁ ବିବାହ କରିଥିଲେ।

Share