Categories: ରାଜ୍ୟ

ସାତକୋଶିଆକୁ ରାମ୍‌ସର ମାନ୍ୟତା

ଭୁବନେଶ୍ୱର, ୩ା୮(ବ୍ୟୁରୋ): ଭାରତର ଆଉ ୧୦ଟି ଆର୍ଦ୍ରଭୂମି ରାମ୍‌ସର ମାନ୍ୟତା ପାଇଛି। ଏଥିରେ ଓଡ଼ିଶାର ସାତକୋଶିଆ ଗଣ୍ଡ ସ୍ଥାନ ପାଇଛି। ଏ ନେଇ ବୁଧବାର କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ଭୁପେନ୍ଦର ଯାଦବ ଟୁଇଟ କରି ଏ ନେଇ ସୂଚନା ଦେଇଛନ୍ତି। ଉପରୋକ୍ତ ଘୋଷଣା ପରେ ଦେଶରେ ରାମ୍‌ସର ସାଇଟ ସଂଖ୍ୟା ୬୪ରେ ପହଞ୍ଚିଛି। ୧୯୭୬ରେ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ମାନ୍ୟତା ପାଇଥିଲା। ଏଠାରେ ବିରଳ ଇଣ୍ଡିଆନ ସ୍କିମର ପ୍ରଜାତିର ପକ୍ଷୀ ସହିତ ଘଡ଼ିଆଳ କୁମ୍ଭୀର ଦର୍ଶକଙ୍କୁ ଆକର୍ଷିତ କରିଆସୁଛି।