Posted inଫୁରସତ

ଫେରିବ ‘ରାମପୁରୀ’ ଚମକ

ବଲିଉଡ୍‌ ବ୍ଲକ୍‌ବଷ୍ଟର ସିନେମା ‘ତେଜାବ୍‌’ର ଶେଷ ଦୃଶ୍ୟରେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା ପାର୍ଶ୍ୱ ଅଭିନେତା ବବନ୍‌ ଓରଫ ଚଁକି ପାଣ୍ଡେଙ୍କ ହାତରେ ଥିବା ଚାକୁ। ସୁଇଚ୍‌ ଟିପିଲେ ବଟ୍‌ରୁ ଚାକୁର ବ୍ଲେଡ୍‌ ବାହାରୁଥିଲା, ଯାହାକୁ ପୁନର୍ବାର ମୋଡ଼ି ତା’ ଭିତରେ ରଖାଯାଇପାରୁଥିଲା। ଆକର୍ଷଣୀୟ ଶୈଳୀରେ ନିର୍ମିତ ଏହି ତୀକ୍ଷ୍ଣ ଧାରଯୁକ୍ତ ଛୁରି ଚଳାଇବା କୌଶଳ ଦେଖିବା ପରେ ଏହା ବିଷୟରେ କିଛି ସମୟ ଭାବିବାକୁ ବାଧ୍ୟ ହୋଇଥିଲେ ଦର୍ଶକ। କେବଳ ‘ତେଜାବ’ ନୁହେଁ, ଅଶୀ ଦଶକର ବହୁ ସିନେମାରେ ରାଜ୍‌ କରିଥିଲା ଉତ୍ତରପ୍ରଦେଶ ରାଜ୍ୟ ରାମପୁରର ଏହି ଆଇକନିକ୍‌ ଚାକୁ ‘ରାମପୁରୀ’। ତେବେ ଆପରାଧିକ ଦୁନିଆରେ ଏହାର ବ୍ୟବହାର ପରେ ଏଥିରେ ଲାଗିଥିଲା ଦୁର୍ନାମର କଳଙ୍କ ଏବଂ ଧୀରେ ଧୀରେ ଜନମାନସରୁ ହଜିଗଲା ଏହାର କ୍ରେଜ୍‌…

‘ରାମପୁରୀ’ ବିନା ଖାପଛଡ଼ା ଲାଗୁଥିଲା ଊନବିଂଶ ଶତାବ୍ଦୀ ଅଶୀ ଦଶକର ବଲିଉଡ୍‌ ସିନେମା। କେବଳ ଭିଲେନ୍‌ ନୁହନ୍ତି, ହିରୋ ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ହାତରେ ମଧ୍ୟ ସିନେମାର ନିର୍ଦ୍ଦେଶକ ଧରାଇବାକୁ ଭୁଲୁ ନ ଥିଲେ ଏହି ତୀକ୍ଷ୍ଣ ଧାରଯୁକ୍ତ ଚାକୁ। ସ୍ବତନ୍ତ୍ର ନିର୍ମାଣ ଶୈଳୀ, ଖୋଲିବା ପାଇଁ ରହିଥିବା ଲକ୍‌ ଏବଂ ବ୍ୟବହାର କୌଶଳ ହିଁ ଏହାକୁ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ କରାଇଥିଲା। ହେଲେ ଏକଦା ସ୍ବତନ୍ତ୍ରତା ପାଇଁ ଲୋକପ୍ରିୟତା ଅର୍ଜନ କରିଥିବା ଏହି ଚାକୁ ଅପରାଧୀଙ୍କ ହାତକୁ ଆସିବା ପରେ ମୁଣ୍ଡାଇଲା ଦୁର୍ନାମ। ସ୍ଥିତି ଏମିତି ହେଲା ଯେ, ନବେ ଦଶକ ଶେଷ ଆଡ଼କୁ ‘ରାମପୁରୀ’ ହଜିଗଲା ଜନମାନସରୁ। ହେଲେ କଥା ଏତିକିରେ ଶେଷ ହେଲାନାହିଁ। ଏହା ସହିତ ଜଡ଼ିତ ଶିଳ୍ପଜଗତ ମଧ୍ୟ ଦୋହଲିଗଲା। ଏହାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଲକ୍ଷାଧିକ କାରିଗର ଜୀବିକା ହରାଇଲେ। ଦୀର୍ଘବର୍ଷ ପରେ ‘ରାମପୁରୀ’ ନିର୍ମାଣର ପେଣ୍ଠସ୍ଥଳ ରାମପୁରରେ ଏହାର ଚମକ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ।

ଏହିକ୍ରମରେ ରାମପୁର ନୈନିତାଲ ରୋଡ୍‌ର ଜୌହର ଛକରେ ନିର୍ମାଣ କରାଯାଇଛି ପୃଥିବୀର ସବୁଠାରୁ ବଡ଼ ରାମପୁରୀ ଚାକୁର ପ୍ରତିକୃତି। ପିତ୍ତଳ ଏବଂ ଷ୍ଟିଲ୍‌ରେ ନିର୍ମିତ ଏହି ଚାକୁର ଦୈର୍ଘ୍ୟ ୬.୧୦ ମିଟର ବା ପ୍ରାୟ ୨୦ ଫୁଟ। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ସାଢ଼େ ୫୨ ଲକ୍ଷ ଟଙ୍କା। ପୃଥିବୀର ସବୁଠାରୁ ବଡ଼ ଚାକୁ ହିସାବରେ ଖୁବ୍‌ଶୀଘ୍ର ଏହା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନିତ ହେବ ବୋଲି ପ୍ରଶାସନ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।
ଏମିତି ଏକ ସମୟ ଥିଲା ରାମପୁର ବଜାରରେ ଅତି ଶସ୍ତାରେ ମିଳୁଥିଲା ରାମପୁରୀ ଚାକୁ। ଏହାକୁ ନିର୍ମାଣ କରିବାକୁ ୪୦୦ ଜଣଙ୍କୁ ସ୍ବତନ୍ତ୍ର ଭାବେ ଲାଇସେନ୍ସ ଦିଆଯାଇଥିଲା। ଲକ୍ଷାଧିକ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇଥିଲା ଏହି ଶିଳ୍ପ। ଏହି ଚାକୁକୁ ସିନେମା, ଡ୍ରାମା, ଥିଏଟରରେ ମୁଖ୍ୟତଃ ବ୍ୟବହାର କରାଯାଉଥିଲା। ଘରେ ସୌଖୀନ ଭାବେ ଏହାକୁ ରଖିବାକୁ ଅନେକେ ପସନ୍ଦ କରୁଥିଲେ। ତେବେ ‘ରାମପୁରୀ’କୁ ଆପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରାଯିବା ପରେ ଏହା ମୁଣ୍ଡାଇଲା ଦୁର୍ନାମ। ଏହାପରେ ଚାକୁ ନିର୍ମାଣ ଶୈଳୀରେ ପରିବର୍ତ୍ତନ କରାଗଲା। ଅନେକ ଗାଇଡ୍‌ଲାଇନ ମଧ୍ୟ ଆସିଲା। ହେଲେ ନବେ ଦଶକ ଶେଷ ହେଉ ହେଉ ହଜିଗଲା ଏହାର ଚମକ।

‘ରାମପୁରୀ’ ତିଆରି କରି ପରିବାର ଚଳାଉଥିବା ଅନେକ କାରିଗର ଜୀବିକା ହରାଇ ଏବେ ଗଳିକନ୍ଦିରେ ରିକ୍ସା ଟାଣୁଛନ୍ତି। ଅନ୍ୟ କେତେଜଣ ନିଜ ନିଜ ସୁବିଧା ଦୃଷ୍ଟିରୁ ବିଭିନ୍ନ ବୃତ୍ତି ଆପଣାଇ ନେଲେଣି। ରାମପୁର ଛକରେ ଦୀର୍ଘବର୍ଷ ଧରି ଏହାର ବ୍ୟବସାୟ କରି ଆସୁଥିବା ଶେହେଜାଦା ନାମକ ଜଣେ ବ୍ୟବସାୟୀ କୁହନ୍ତି, ଏବେ ବି ଏହି ବୃତ୍ତି ବଞ୍ଚତ୍ଛି। ହେଲେ ଚାଇନା ନିର୍ମିତ ଶସ୍ତା ଚାକୁ ‘ରାମପୁରୀ’ ବ୍ୟବସାୟକୁ ପଛକୁ ଠେଲି ଦେଇଛି। ଅନ୍ୟଜଣେ କାରିଗର ୟାମିନ ଅନ୍‌ସାରୀ ନିଜ ଜରାଜୀର୍ଣ୍ଣ ଘରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ସେ କୁହନ୍ତି, ବର୍ଷ ବର୍ଷ ଧରି ରାମପୁରୀ ଚାକୁ ତିଆରି କରି ଆସୁଛନ୍ତି। ହେଲେ ଏକ ବର୍ଷ ହେଲା ସେ ଏହି କାମରୁ ଦୂରେଇ ଯାଇଥିଲେ। କାରଣ ଏବେ ‘ରାମପୁରୀ’ କିଣିବାକୁ କେହି ଆଗ୍ରହୀ ହେଉନାହାନ୍ତି। ଗ୍ରାହକ ମିଳିବା କଷ୍ଟକର ହୋଇଗଲାଣି।
ଅନ୍ୟପଟେ ଆଇକନିକ୍‌ ‘ରାମପୁରୀ’ ଚାକୁର ହୃତଗୌରବ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଏହି ଶିଳ୍ପକୁ ପୁଣି ଫେରିଛି ଚମକ। ଏହି ଚାକୁ ନିର୍ମାଣରେ ନିପୁଣ କାରିଗରଙ୍କୁ ‘ହୁନର ହାଟ’ରେ ପ୍ରତିଭା ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରାଯାଉଛି। ଏଥିସହ ଏହାକୁ ଉପଯୋଗ କରି କର୍ମନିୟୋଜନ ସୃଷ୍ଟି କରିବାକୁ ଯୋଜନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri