ମହାପ୍ରଭୁଙ୍କ କରୁଣାରୁ କରୋନା ସଙ୍କଟ ଦୂର ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ” ପବିତ୍ର ରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁଙ୍କ ଅପାର କରୁଣାରୁ କରୋନା ସଙ୍କଟ ଶୀଘ୍ର ଦୂର ହେଉ। ଏହି ପବିତ୍ର ଅବସରରେ ମହାପ୍ରଭୁଙ୍କ ପାଖରେ ରାଜ୍ୟର ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି“ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।