ଆଧୁନିକ ଚାକଚକ୍ୟରେ ବଞ୍ଚିରହିଛି ରାମଲୀଳା

କେନ୍ଦ୍ରାପଡ଼ା ଅଫିସ, ୧୨ା୪:ଲୋକସଂସ୍କୃତି ଓ ପରମ୍ପରା ବଞ୍ଚିରହିଲେ ସମାଜ ସଂସ୍କାରିତ ହେବ। ଏହା ନ ରହିଲେ ଲୋକେ ପଥଚ୍ୟୁତ ହେବେ, ଯାହା ଆଧୁନିକ ସମାଜ ପାଇଁ ଦରକାର। ଆଧୁନିକ ସମାଜର ଚାକଚକ୍ୟ ଭିତରେ ଲୋକକଳା ରାମଲୀଳା ଏବେ ବି ବଞ୍ଚତ୍ରହିଛି କେନ୍ଦ୍ରାପଡ଼ା ଜିଲାରେ। ଦୀର୍ଘ ଦୁଇବର୍ଷ ଧରି କରୋନା ସଂକ୍ରମଣ ପାଇଁ ବନ୍ଦ ରହିଥିବା ସଂସ୍କୃତିର ମହାକୁମ୍ଭ ରାମଲୀଳା ଲୋକନାଟ ଜିଲାରେ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଲୋକନାଟ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ସହର ଓ ଗ୍ରାମାଞ୍ଚଳରେ ଅନୁଷ୍ଠିତ ହେବ। ଏଥିରେ ଶ୍ରୀରାମଚନ୍ଦ୍ରଙ୍କ ପିତୃଭକ୍ତି, ରାଜ୍ୟ ଶାସନ, ଭ୍ରାତୃପ୍ରେମ ପ୍ରଦର୍ଶିତ ହେବ। ସମ୍ପ୍ରତି ବିଭିନ୍ନ ପର୍ବପର୍ବାଣି, ଉତ୍ସବରେ ରେକର୍ଡ ଡ୍ୟାନ୍ସ ଓ ଅନ୍ୟ ଅତ୍ୟାଧୁନିକ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଏହି ଲୋକନାଟ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲାରେ ନିଜସ୍ବ ସାଂସ୍କୃତିକ ବିଭବ ହୋଇ ରହିଛି। ଏହି ଲୋକନାଟ ସମ୍ପର୍କରେ ଓଡ଼ିଶାର ଦେବଦେବୀ ପୁସ୍ତକରେ ଲେଖକ ନରହରି ଉପାଧ୍ୟାୟ ଲେଖିଛନ୍ତି, ଆଳି ଝୁଲଣ, ଓଳକଣା ମେଳଣ, କେନ୍ଦ୍ରାପଡ଼ା ରାମଲୀଳା ଓ ପୁରୀର ଚନ୍ଦନ ଯାତ ସର୍ବବିଦିତ।
ପରମ୍ପରା ଅନୁଯାୟୀ, ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ରାମନବମୀଠାରୁ ରାମଲୀଳା ଆରମ୍ଭ ହୋଇଛି। ଏଥିସହ ସହରର କାକଟ ମଙ୍ଗଳା, ତିନିମୁହାଣୀସ୍ଥିତ ରାମମନ୍ଦିର ସହ ଜିଲାର ବିଭିନ୍ନ ସ୍ଥାନରେ ରାମଲୀଳା ଲୋକନାଟ ଆରମ୍ଭ ହୋଇଛି। ଗବେଷକ ଡ. ସର୍ବେଶ୍ୱର ସେଣ କୁହନ୍ତି, ଗୋଟିଏ କ୍ଷୁଦ୍ର ଅଞ୍ଚଳଭିତ୍ତିକ ଲୋକସଂସ୍କୃତି ବା କଳାର ସ୍ବତନ୍ତ୍ରତା ସହଜରେ ବାହାରେ ଦୃଷ୍ଟିଗୋଚର ହୁଏନାହିଁ। ନିଜର ସ୍ବତନ୍ତ୍ରତା ସୀମା ସରହଦ ଡେଇଁଲେ ଏହାର ପ୍ରଭାବ ଅନୁଭୂତ ହୁଏ। ଏହି ଜିଲାର ଭୂମିପୁତ୍ର ବୈଶ ସଦାଶିବ ଏହି ଲୋକନାଟ ଆରମ୍ଭ କରି ନିଜ ପ୍ରତିଭାକୁ ରାଜ୍ୟସାରା ବିଛାଡିଛନ୍ତି। ଏହା ଏବେ ଦେଶ ବିଦେଶରେ ମଧ୍ୟ ପହଞ୍ଚତ୍ ସାରିଛି। ପ୍ରାବନ୍ଧିକ ଡ. ବିରଜା ରାଉତରାୟ କହିଛନ୍ତି, ସମୟ ସ୍ରୋତରେ ସବୁ ପାରମ୍ପରିକ କଳା ଏବେ ବିଲୁପ୍ତି ପଥରେ ଅଛି। ଶିଳ୍ପ ଓ ନଗର ସଭ୍ୟତାର ଅଭ୍ୟୁଦୟ ଆମ ଗ୍ରାମୀଣ ଜୀବନବୋଧକୁ ପର୍ଯ୍ୟାପ୍ତ ଭାବେ ପ୍ରଭାବିତ କରିଛି। ଲୋକ ସଂସ୍କୃତି ଲୋପ ହେବା ଆମ ପାଇଁ ଶୁଭ ଲକ୍ଷଣ ନୁହେଁ। ଶିକ୍ଷାବିତ୍‌ ଅଜୟ କୁମାର ରାଉତ କୁହନ୍ତି, ଏହା କେନ୍ଦ୍ରାପଡ଼ାର ନିଜସ୍ବ ଲୋକସଂସ୍କୃତି, ଯାହା ଆଜି ଦେଶ ବିଦେଶରେ ଆଦୃତି ଲାଭ କରିଛି। ଏକଦା ରାମଲୀଳା ମଞ୍ଚସ୍ଥ କରି କାକଟ ରାମଲୀଳା ସଂସଦ ସମଗ୍ର ଜିଲାରେ ଆଲୋଡ଼ନ ଖେଳାଇଥିଲା ବୋଲି ଶିକ୍ଷାବିତ୍‌ ରାଉତ ପ୍ରକାଶ କରିଛନ୍ତି। ସହରର ସାନ୍ତସାହିସ୍ଥିତ ରାମଲୀଳା ଲୋକନାଟରେ ସୀତାଙ୍କ ଅଭିନୟ କରିଥିବା ସାମାଜିକ କର୍ମୀ ଅମରବର ବିଶ୍ୱାଳ କୁହନ୍ତି, ରାମଲୀଳା ଅଭିନୟରେ ପୁରୁଷମାନେ ଅଭିନୟ କରିଥାନ୍ତି। ଦେହରେ ପ୍ରାକୃତିକ ରଙ୍ଗ ବୋଳି କାଠଖଣ୍ଡାରେ ହେଉଥିବା ରାମଲୀଳାର ପରିବର୍ତ୍ତନ ହୋଇଛି। ଲଣ୍ଠନ, ଝାଡ଼ଲାଇଟ, ପେଟ୍ରୋମାକ୍ସ ବଦଳରେ ରଙ୍ଗବେରଙ୍ଗ ଆଖିଝଲସା ପେଣ୍ଡାଲ ଏବେ ପ୍ରସ୍ତୁତ ହେଉଛି। ପୁରୁଷ ବଦଳରେ ମହିଳା ଏବେ ନାରୀ ଚରିତ୍ରରେ ଅବତୀର୍ଣ୍ଣ ହେଉଛନ୍ତି। ଏହାସତ୍ତ୍ୱେ ରାମଲୀଳା ଦେଖିବାକୁ ବହୁ ଦୂରଦୂରାନ୍ତରୁ ଆସି ଚଟ, ଅଖାରେ ବସି ଆଧ୍ୟାତ୍ମିକ ରସ ଆସ୍ବାଦନ କରୁଥିବା ଦର୍ଶକଙ୍କ ସଂଖ୍ୟା କମିଛି। ରାମଲୀଳାରେ କାକଟ ଗଁାର ସ୍ବର୍ଗତ ନୃସିଂହ ଚରଣ ସାହୁ (ଚଣ୍ଡିଆ)ଙ୍କ ୩ ପୁରୁଷ ଧରି ଅଭିନୟକୁ ଆଜି ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସ୍ମୃତିଚାରଣ କରାଯାଉଛି। ଜିଲା ସଂସ୍କୃତି ଅଧିକାରୀ ସୋନାଲି ବେହେରାଙ୍କୁ ପଚାରିବାରେ ଜିଲାରେ ଥିବା ଲୋକକଳାର ସଂରକ୍ଷଣ ଜରୁରୀ। କଳା ଓ କଳାକାରଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri