ରାମିଆଳରେ ଲୀନହେବ କପିଳେଶ୍ୱର

କାମାକ୍ଷାନଗର, ୨୩।୭ (ସୁଧୀର କୁମାର ପରିଡ଼ା): ଇତିହାସର ସାଉଁଟା କାହାଣୀ କୁହେ ଐତିହାସିକ କୀର୍ତ୍ତିରାଜି। ଏହାକୁ ସଂରକ୍ଷଣ କରି ପର୍ଯ୍ୟଟନର ବିକାଶ କଥା ଚିନ୍ତା କରୁଛନ୍ତି ସରକାର। ଏଥିଲାଗି ଅନେକ ଯୋଜନା। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ଥିବା ଗଙ୍ଗବଂଶୀୟ ଭାସ୍କର୍ଯ୍ୟକଳାର ନିଦର୍ଶନ କପିଳେଶ୍ୱର ମନ୍ଦିର ପ୍ରତି ସତେ ଯେମିତି କାହାରି ନିଘା ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଏହି ପୁରାତନ ଶୈବପୀଠ ଏବେ ରାମିଆଳ ନଦୀ ଗର୍ଭରେ। ବଢ଼ିପାଣି ମାଡ଼ରେ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଥିବା ଏହି ପ୍ରାଚୀନ ମନ୍ଦିରର ସୁରକ୍ଷାକୁ ହେୟଜ୍ଞାନ କଲେ ଗଙ୍ଗବଂଶୀୟ ରାଜାଙ୍କ ସନ୍ତକ କେବଳ ଇତିହାସ ପୃଷ୍ଠା ଭିତରେ ସୀମିତ ହୋଇ ରହିଯିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଗ୍ରାମବାସୀ।
କାମାକ୍ଷାନଗର-ଭୁବନ ୫୩ନମ୍ବର ଜାତୀୟ ରାଜପଥରେ ୭କି.ମି ଗଲେ ପଡ଼େ ବଡସୁଅଁାଳୋ ଛକ। ସେଠାରୁ ହାଟୁଆରି-ଜଗନ୍ନାଥପୁର ରାସ୍ତାରେ ୨କି.ମି ଗଲେ ରାମିଆଳ ନଦୀ ଗର୍ଭରେ ରହିଛି କପିଳେଶ୍ୱର ମହାଦେବଙ୍କ ପୀଠ। ଠାକୁରଙ୍କ ନାମରେ ପ୍ରାୟ ୬୦ଏକର ଜମି ରହିଛି। ରାଜରାଜୁଡ଼ା ଅମଳରୁ ହାଟୁଆରି ଗ୍ରାମର କେତେଜଣ ପୂଜକ ଜମି ଚାଷ କରିବା ସହ ମହାପ୍ରଭୁଙ୍କ ସେବା କରି ଆସୁଥିଲେ। ୧୯୯୪-୯୫ରେ ଦେବୋତ୍ତର ବିଭାଗ ହାତରେ ପୀଠ ପରିଚାଳନା ଭାର ନ୍ୟସ୍ତ କରାଯାଇଥିଲା। ତେବେ ପୂଜକ ଏବଂ ଦେବୋତ୍ତର ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଜମି ସବୁ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲା। ମନ୍ଦିର ପୁନରୁଦ୍ଧାର ପାଇଁ ୨୦୧୦-୧୨ରେ ଏକାଠି ହୋଇଥିଲେ ଜଗନ୍ନାଥପୁର, ବଡସୁଅଁାଳୋ, ବାଲିଗୋରଡ଼ ପଞ୍ଚାୟତ ଅଧୀନ ୧୫ ଗ୍ରାମର ବାସିନ୍ଦା। କନ୍ତାରିପାଟ ଗ୍ରାମର ଆଇନଜୀବୀ ଶେଷରଞ୍ଜନ ଦାସ ଏହାର ନେତୃତ୍ୱ ନେବା ସହ ଠାକୁରଙ୍କ ଜମିକୁ ଜବରଦଖଲ ମୁକ୍ତ କରାଇଥିଲେ। ୧୯୯୬ରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲା। ହେଲେ ୨୦ବର୍ଷ ଯାଏ କେବଳ ଫଳକରେ ସୀମିତ ରହିଲା ଉନ୍ନୟନମୂଳକ କାର୍ଯ୍ୟ। ନଦୀକୂଳରୁ ମନ୍ଦିର ଯାଏ ବ୍ରିଜ୍‌ ନିର୍ମାଣ, ପଶ୍ଚିମ ପାର୍ଶ୍ୱରେ ବଢ଼ି ପାଣି ମାଡ଼ରୁ ସୁରକ୍ଷା ଦେବାକୁ ଏକ ପଥର ପାଚେରି ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ୨୦୧୫ରେ ପୀଠ ଚାରିପଟେ କିଛି ଅଂଶରେ ପଥର ପ୍ୟାକିଂ କରି ପ୍ରତ୍ନତତ୍ତ୍ୱ ବିଭାଗ ଦାୟିତ୍ୱ ସାରିଦେଇଛି। ଫଳରେ ବନ୍ୟାପାଣି ସ୍ରୋତରେ ମନ୍ଦିରର ପଶ୍ଚିମ ପାର୍ଶ୍ୱରେ ଫାଟ ସୃଷ୍ଟି ହେଲାଣି। ପାର୍ଶ୍ୱ ଦେବଦେବୀ ନଷ୍ଟ ହୋଇଯିବା ସହ କାରୁକାର୍ଯ୍ୟ ସବୁ ଉଭେଇ ଗଲାଣି।
ଗ୍ରାମବାସୀଙ୍କ କହିବା କଥା, ରାମିଆଳ ନଦୀକୂଳରେ କପିଳେଶ୍ୱର ମହାଦେବଙ୍କ ପୀଠ ଥିଲା। ଗତିପଥ ପରିବର୍ତ୍ତନ ଓ ବାରମ୍ବାର କୂଳ ଲଙ୍ଘିବା ଯୋଗୁ ନଦୀର ଚଉଡ଼ା ପାଖାପାଖି ୪୦୦ମିଟର ହୋଇଗଲାଣି। ଫଳରେ ମନ୍ଦିର ଏବେ ନଦୀଗର୍ଭରେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବର୍ଷାଦିନେ ନଦୀରେ ପାଣି ବଢ଼ିଲେ ଦିଅଁ ଦର୍ଶନ ଅସମ୍ଭବ ହୋଇପଡ଼େ। ୩ମାସ ଧରି ନଦୀକୂଳରେ ଥିବା ରୋଷଘରେ ଠାକୁରଙ୍କ ପୂଜାର୍ଚ୍ଚନା କରିବାକୁ ପଡ଼େ। ଆଶ୍ବିନ ମାସରେ ଷୋଳପୂଜା ପୂର୍ବରୁ ମନ୍ଦିରର ପଙ୍କୋଦ୍ଧାର କରାଯାଇ ଅବଶିଷ୍ଟ ଦିନ ଯଥାନୀତି ପୂଜା କରାଯାଏ। ତଥାପି ଏହି ପ୍ରାଚୀନ ମନ୍ଦିରର କିମ୍ବଦନ୍ତୀ ପ୍ରତିବର୍ଷ ଶତାଧିକ ଶ୍ରଦ୍ଧାଳୁଙ୍କୁ ଟାଣି ଆଣିଥାଏ। କାର୍ତ୍ତିକ ପୂର୍ଣ୍ଣିମା, ଜାଗର, ଦୋଳ ପୂର୍ଣ୍ଣିମାରେ ହରିହର ଭେଟ, ଆଶ୍ବିନରେ ଷୋଳପୂଜା ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥାଏ। ଏଏସ୍‌ଆଇର ଉଦାସୀନତା ଯୋଗୁ ଏଭଳି ଐତିହ୍ୟସମ୍ପନ୍ନ ମନ୍ଦିର ସତ୍ତା ହରାଇବାକୁ ବସିଥିବାବେଳେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୁରକ୍ଷା ପାଇଁ ଉଦ୍ୟମ ଜରୁରୀ
ସମ୍ଭବତଃ ଗଙ୍ଗବଂଶର ରାଜତ୍ୱ ସମୟରେ ଦ୍ବାଦଶ ଶତାବ୍ଦୀରେ ମନ୍ଦିର କପିଳେଶ୍ୱର ମନ୍ଦିର ନିର୍ମାଣ ହୋଇଥିବା ଅନୁମାନ କରାଯାଏ। ତତ୍କାଳୀନ ସମୟରେ ରାଜାମାନେ ଶୈବ ଉପାସକ ଥିଲେ। ସେମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଅନେକ ଶୈବପୀଠ ନିର୍ମାଣ କରାଯାଇଥିଲା। କପିଳେଶ୍ୱର ପୀଠର ସୁରକ୍ଷା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଜରୁରୀ। ସରକାରୀ ସ୍ତରରେ ସ୍ବତନ୍ତ୍ର ଦୃଷ୍ଟି ଦିଆଗଲେ ଏପରି ପ୍ରାଚୀନ ମନ୍ଦିରର ଐତିହ୍ୟ ବିଷୟରେ ସମସ୍ତେ ଜାଣିପାରିବେ।
-ତପନ କୁମାର ଶତପଥୀ,
ଗବେଷକ ତଥା ଅନୁଗୋଳ ଅତିରିକ୍ତ ଜିଲାପାଳ

ରକ୍ଷଣାବେକ୍ଷଣ ଲାଗି ଆନ୍ତରିକତା ନାହିଁ
ମନ୍ଦିର ସ୍ଥାପନ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କୌଣସି ତଥ୍ୟ ଏବଂ ସୂଚନା ନ ଥିଲେ ମଧ୍ୟ ପୀଠ ୫୦୦ରୁ ୮୦୦ ବର୍ଷ ପୁରୁଣା ବୋଲି ଅଞ୍ଚଳର ପୁରୁଖା ଲୋକମାନେ ମତବ୍ୟକ୍ତ କରନ୍ତି। ଏଠାକୁ ଆସୁଥିବା ମାନସିକଧାରୀଙ୍କୁ ମହାଦେବ ନିରାଶ କରନ୍ତି ନାହିଁ ବୋଲି ବିଶ୍ୱାସ ଅଛି। କିନ୍ତୁ ସ୍ଥାନୀୟ ପ୍ରଶାସନ, ଦେବୋତ୍ତର ବିଭାଗ ଏବଂ ଏଏସଆଇର ଅବହେଳା ଯୋଗୁଁ ମନ୍ଦିର ସ୍ଥିତି ହରାଇବାକୁ ବସିଛି। ଏପରି ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ କାହାରି ଆନ୍ତରିକତା ଥିବା ଭଳି ମନେହେଉନି।
-ଶେଷରଞ୍ଜନ ଦାସ
ଆଇନଜୀବୀ ତଥା ମନ୍ଦିର ପରିଚାଳନା କମିଟି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

ଚାଷଜମିରୁ ଆଠ ଫୁଟର ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ, ସରପଞ୍ଚ..

ବଡ଼ଗାଁ,୩୧।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଅଞ୍ଚଳରେ ବର୍ଷା ଋତୁରେ ଅଜଗର ସାପ ଗାଁ ସହ ଚାଷଜମିରେ ଦେଖାଯାଇଥାନ୍ତି। ଚଳିତବର୍ଷ ବଡ଼ଗାଁର ସାପ ଧରାଳି ମହେନ୍ଦ୍ର ନାଏକ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଏସ୍‌ପି: ଭିତ୍ତିଭୂମି ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ….

ଦାରିଙ୍ଗବାଡ଼ି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୋମବାର କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି। ଏସ୍‌ପିଙ୍କୁ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ଜିଲାସ୍ତରୀୟ ଜନଶୁଣାଣିରେ ଯୋଗଦେଲେ କନ୍ଧମାଳ ଜିଲାପାଳ-ଏସ୍‌ପି

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ବେଦଭୂଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri