ଲୋକଙ୍କ ଜୀବନ ସହ ଖେଳୁଥିଲେ ରମେଶ

ଭୁବନେଶ୍ୱର, ୨୨।୨(ବ୍ୟୁରୋ):ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବିରୋଧରେ ଦିନକୁ ଦିନ ଠକେଇର ନୂଆ ଫର୍ଦ୍ଦ ଯୋଡ଼ିହେବାରେ ଲାଗିଛି। କମିଶନରେଟ ପୋଲିସ ତାଙ୍କୁ ରିମାଣ୍ଡରେ ନେଇ ଜେରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ସୋମବାର ରିମାଣ୍ଡର ତୃତୀୟ ଦିନରେ ମଧ୍ୟ ତାଙ୍କୁ ମାରାଥନ ଜେରା କରାଯାଇଥିଲା। ତାଙ୍କ ବୟାନ ଆଧାରରେ ପୋଲିସ ଖଣ୍ଡଗିରି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଚଢ଼ାଉ କରି ରମେଶଙ୍କ ୨ଟି ଗାଡ଼ି ଜବତ କରିଛି।
ଅନ୍ୟପକ୍ଷରେ ତଦନ୍ତରୁ ଜଣାପଡ଼ିଛି, ରମେଶ ଢ଼େଙ୍କାନାଳ କାମାକ୍ଷାନଗରରେ ୧୯୯୦ରୁ ୨୦୧୯ ଯାଏ ଡାକ୍ତର ନ ହୋଇବି କ୍ଲିନିକ୍‌ ଚଳାଇ ଲୋକଙ୍କ ଜୀବନ ସହ ଖେଳୁଥିଲେ। ଏପରି କି ଭୁଲ୍‌ ଚିକିତ୍ସା ଫଳରେ ଏକାଧିକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ପୋଲିସ ଜେରା ସମୟରେ ଜାଣିବାକୁ ପାଇଛି। ଏଥିସହ ସେ ଢେଙ୍କାନାଳ କଙ୍କଡ଼ାହାଡ଼ରୁ ବେଆଇନ୍‌ କାଠଚାଲାଣ ମଧ୍ୟ କରୁଥିଲେ। ସେହିଭଳି କାମାକ୍ଷାନଗର ପୋଷ୍ଟ ଅଫିସ ନିକଟରେ ସେ ୧୯୯୫ରେ ଜାଗା କିଣି ଘର କରିଥିଲେ। ହେଲେ ବର୍ତ୍ତମାନ ଉକ୍ତ ଘର ବନ୍ଦ ରହିଥିବା ଜଣାପଡ଼ିଛି। ଏଥିସହ ଜଣେ ଡ୍ରାଇଭରଙ୍କୁ ସେ ୩୦ ହଜାର ଟଙ୍କା ଠକିଛନ୍ତି। ପୋଲିସ କହିଛି, କୃଷ୍ଣ ନାମକ ଜଣେ ଡ୍ରାଇଭରଙ୍କଠାରୁ ଅଭିଯୁକ୍ତ ରମେଶ ୬୦ ହଜାର ଟଙ୍କା ନେଇଥିଲେ। ୩୦ ହଜାର ଟଙ୍କା ଫେରାଇ ଥିବାବେଳେ ବାକି ଟଙ୍କା ଦେଇ ନ ପାରି ୩୦ଟି ଆୟୁର୍ବେଦ ମେଡିସିନ୍‌ ପେଟି ତାଙ୍କ ପାଖରେ ବନ୍ଧା ରଖିଥିଲେ। ତେବେ ଉକ୍ତ ମେଡିସିନ ସବୁ ଏକ୍ସପାଏରି ଥିବା ଡ୍ରାଇଭର ଜଣକ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଟିମ୍‌ ଉକ୍ତ ୩୦ ପେଟି ମେଡ଼ିସିନ୍‌କୁ ଜବତ କରିଛି।
ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି, ଏକ ପୋଲିସ ଟିମ୍‌ କେନ୍ଦ୍ରାପଡ଼ାରେ ଥିବା ରମେଶଙ୍କ ପୈତୃକ ଘରକୁ ତଦନ୍ତ କରିବାକୁ ଯିବ। ଏହାବ୍ୟତୀତ ପାରାଦୀପ ଓ ଢେଙ୍କାନାଳ ଯାଇ ଅଧିକ ତଥ୍ୟ ହାସଲ କରିବ। ଏଥିସହ ଅଭିଯୁକ୍ତ ରମେଶଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟରେ ପ୍ରାର୍ଥନା କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।
ଅଭିଯୁକ୍ତ ରମେଶ ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ପରବର୍ତ୍ତୀ ସମୟରେ ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ତାଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ଏବେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri