Posted inଜାତୀୟ

‘ମୁଁ ନିର୍ବାଚନରେ ଜିତିଲେ ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବି’

ନୂଆଦିଲ୍ଲୀ,୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଆପ୍‌-କଂଗ୍ରେସ ପରେ ଭାଜପା ମଧ୍ୟ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାକୁ ନେଇ ପ୍ରତ୍ୟେହ ରାଜନୈତିକ ବୟାନବାଜି ଦେଖିବାକୁ ମିଳୁଛି। ଭାଜପା ନେତା ତଥା କାଲକାଜୀ ବିଧାନସଭା ଆସନରୁ ପ୍ରାର୍ଥୀ ଥିବା ରମେଶ ବିଧୁରୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ କଂଗ୍ରେସ ଏମ୍‌ପି ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ନିର୍ବାଚନରେ ବିଜେତା ହେଲେ ସେ କାଲକାଜୀର ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବେ ବୋଲି କହିଛନ୍ତି। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କଂଗ୍ରେସ ମଧ୍ୟ ଏହାକୁ ନେଇ ଜବାବ ରଖିଛି।

କଂଗ୍ରେସ ନେତା ପଓ୍ବନ ଖେଡା ଏକ୍ସରେ ଭିଡିଓଟିକୁ ଶେୟାର କରିଛନ୍ତି। ଏଥିରେ ବିଧୁଡ଼ି କହୁଛନ୍ତି ଯେ, ଲାଲୁ କହିଥିଲେ ଯେ ବିହାରରେ ରାସ୍ତାଗୁଡ଼ିକ ହେମା ମାଳିନୀଙ୍କ ଭଳି କରିଦେବି। ହେଲେ ସେ ମିଛ କହିଥିଲେ। ସେ ତାହା କରିପାର ନ ଥିଲେ। ମୁଁ କିନ୍ତୁ କହିବାକୁ ଚାହିଁବି ଯେ ଯେଉଁଭଳି ଓଖଲାର ରାସ୍ତାକୁ କରିଛୁ, ସଂଗମ ବିହାରର ରାସ୍ତାକୁ କରିଛୁ, ସେହିଭଳି କାଲକାଜିରେ ସମସ୍ତ ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବି।

ବିଧୁରୀଙ୍କ ଏହି ବିବାଦୀୟ ବୟାନ ପରେ କଂଗ୍ରେସ ଭାଜପାକୁ ଟାର୍ଗେଟ କରୁଛି। ନିଜର ଅସନ୍ତୋଷ ବ୍ୟକ୍ତ କରି ପଓ୍ବନ ଲେଖିଛନ୍ତି ଯେ, ଏଭଳି ଅସଦାଚରଣ କେବଳ ଏହି ଘୃଣ୍ୟ ବ୍ୟକ୍ତି ହିଁ ପ୍ରଦର୍ଶନ କରିପାରିବେ। ଏହା ତାଙ୍କ ମାଲିକଙ୍କ ଅସଲ ମୁଖା ଦର୍ଶାଉଛି ବୋଲି ସେ କହିଛନ୍ତି।

କହିରଖୁଛୁ, ଭାଜପା ଶନିବାର ୨୯ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ କାଲକାଜୀ ଆସନରୁ CM ଆତିଶୀଙ୍କ ବିରୋଧରେ ରମେଶଙ୍କୁ ଟିକେଟ ମିଳିଛି। ଏହି ଆସନରେ କଂଗ୍ରେସ ଅଳକା ଲାମ୍ବାଙ୍କୁ ଟିକେଟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri