Posted inଜାତୀୟ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମାତାପିତାଙ୍କ ସେବା ନ କଲେ ମିଳିବ ନାହିଁ ସମ୍ପତ୍ତି

ନୂଆଦିଲ୍ଲୀ,୫।୧: ମାତାପିତାଙ୍କଠାରୁ ତାଙ୍କ ସମ୍ପତ୍ତି ଉପହାର ସ୍ବରୂପ ପାଇବା ପରେ ସେମାନଙ୍କ ଦେଖାରାଖା ନ କରୁଥିବା ପିଲାମାନଙ୍କଠାରୁ ସେହି ସମ୍ପତ୍ତି ଫେରାଇ ନେଇ ହେବ। ବୟସ୍କଙ୍କ ସ୍ବାର୍ଥ ରକ୍ଷା ପାଇଁ ୨୦୦୭ରେ କରାଯାଇଥିବା ଆଇନର ବ୍ୟାଖ୍ୟା କରୁଥିବାବେଳେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ମଧ୍ୟପ୍ରଦେଶର ଛତ୍ରପୁର ଏହି ମାମଲାରେ ମାଆ ପୁଅକୁ ଦେଇଥିବା ଗିଫ୍ଟ ଡିଡକୁ ବାତିଲ କରିଦେଇଛନ୍ତି। ଫେବୃଆରୀ ୨୮ ସୁଦ୍ଧା ପୁଅର ସମ୍ପତ୍ତିକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟର ଜଷ୍ଟିସ ସିଟି ରବିକୁମାର ଏବଂ ସଞ୍ଜୟ କରୋଲଙ୍କ ଏକ ବେଞ୍ଚ କହିଛନ୍ତି ଯେ ମାତାପିତା ତଥା ବରିଷ୍ଠ ନାଗରିକ ଅଧିନିୟମ, ୨୦୦୭ ସମ୍ବନ୍ଧୀୟ ମାମଲାଗୁଡ଼ିକରେ କୋର୍ଟ ସଚେତନ ହେବା ଉଚିତ ଯାହା ବୟସ୍କଙ୍କୁ ସାହାଯ୍ୟ କରିବା ପାଇଁ କରାଯାଇଥିଲା। ଉପହାର କାରବାରରେ ଏହା ଲେଖା ହୋଇ ନାହିଁ ଯେ ପିଲା ଭବିଷ୍ୟତରେ ମାତାପିତାଙ୍କର ଯତ୍ନ ନେବେ, ତଥାପି ବେପରୁଆ ପିଲାଙ୍କୁ ଏହି ଆଧାରରେ ସମ୍ପତ୍ତି ଅଧିକାର କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ।

୨୦୦୭ରେ ପ୍ରସ୍ତୁତ ଆଇନର ଧାରା ୨୩ କହିଛି ଯେ ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଯଦି ଜଣେ ବରିଷ୍ଠ ନାଗରିକ ତାଙ୍କ ସମ୍ପତ୍ତି କାହାକୁ ଉପହାର କିମ୍ବା ଅନ୍ୟ କୌଣସି ଉପାୟରେ ପ୍ରଦାନ କରନ୍ତି ସେହି ସର୍ତ୍ତ ଅନୁଯାୟୀ ସମ୍ପତ୍ତି ପ୍ରାପ୍ତକର୍ତ୍ତା ସେହି ବରିଷ୍ଠ ନାଗରିକଙ୍କ ଯତ୍ନ ନେବେ, ଯଦି ଏହା ନହୁଏ, ତେବେ ବିବେଚନା କରାଯିବ ଯେ ସମ୍ପତ୍ତି ହସ୍ତାନ୍ତର ଠକେଇ କିମ୍ବା ଧମକ ଦ୍ୱାରା କରାଯାଇଛି। ଟ୍ରିବ୍ୟୁନାଲ ଏହି ଟ୍ରାନ୍ସଫରକୁ ରଦ୍ଦ ଘୋଷଣା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସଇ ଦାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

ପେଟ୍ରୋଲ ଅଭାବ ଭିତରେ ଭୁବନେଶ୍ୱରରେ ବଦଳିଲା ତେଲଦର! ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

୨୦ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୪ା୫(ରବିନାରାୟଣ ଜେନା):ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ…

କେନ୍ଦୁପତ୍ର ବୋଝେଇ ପିକଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ରିଆମାଳ, ୧୪୫(ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଜିରୋ ପଏଣ୍ଟଠାରେ ଏକ କେନ୍ଦୁପତ୍ର ବୋଝେଇ ପିକଅପ ଜବତ ହେବା ସହ ଦୁଇ ଜଣକୁ…

ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ଏତିକି ଟଙ୍କା ଯାଏ କିଣିପାରିବେ ପେଟ୍ରୋଲ, ପେଟ୍ରୋଲ-ଡିଜେଲ ନିୟମରେ ସରକାର କଲେ ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ,୧୪।୫: କେରଳରେ ପେଟ୍ରୋଲ ଏବଂ ଡିଜେଲ କ୍ରୟ ସମ୍ୱନ୍ଧୀୟ ନୂତନ ନିୟମାବଳୀ ଜାରି କରାଯିବା ସମ୍ପର୍କରେ ଖବର ପ୍ରକାଶ ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେରଳର ଇନ୍ଧନ…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

ପଶ୍ଚିମ ଓଡିଶା ପାଇଁ ଆଉ ଏକ ନୂଆ ଟ୍ରେନ: ସ୍ବପ୍ନ ପୂରଣ କଲେ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କେସିଙ୍ଗାରୁ ଭୁବନେଶ୍ୱରକୁ ନୂତନ ଟ୍ରେନ ପାଇଁ ଦାବି ଜୋର ଧରିଥିଲା। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ କୋରାପୁଟ ସିଧା ପଶ୍ଚିମ ଓଡ଼ିଶାରକୁ ସଂଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri