Categories: ଜାତୀୟ

ରାମଦେବ ଭର୍ସେସ ଡାକ୍ତର: ବେକରେ ପୋଷ୍ଟର-ପିପିଇ କିଟ୍‌ ପିନ୍ଧି ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୧।୬: ଏଲୋପାଥି ଚିକିତ୍ସା ଓ ଡାକ୍ତରଙ୍କୁ ନେଇ ଯୋଗଗୁରୁ ବାବା ରାମଦେବ ଦେଇଥିବା ବୟାନର ବିବାଦ ଥମିବାର ନା ନେଉନି। ଏହି ମାମଲାରେ ବାବା ରାମଦେବ ନିଜର ସଫେଇ ରଖିଥିଲେ ମଧ୍ୟ ଏଥିରେ ଡାକ୍ତର ଅସନ୍ତୁଷ୍ଟ ଅଛନ୍ତି। ଏଥିପାଇଁ ମଙ୍ଗଳବାର ସାରା ଦେଶରେ ଏଲୋପାଥିକ ଡାକ୍ତରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ଏମ୍ସ ସମେତ ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ କଳାପଟି ବାନ୍ଧିବା ସହ ବ୍ଲାକ୍‌ ଡେ ପାଳନ କରିଛନ୍ତି। ଏଥିସହ ଆଉ କେହି ଡାକ୍ତର ବେକରେ ବାବାଙ୍କ ପୋଷ୍ଟର ଲଗାଇଥିବା ବେଳେ ଆଉ କେହି ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ ଆଉ କିଛି ଡାକ୍ତରମାନେ ପିପିଇ କିଟ୍‌ରେ ବ୍ଲାକ୍‌ ପଟି ବାନ୍ଧି ପିନ୍ଧି ନିଜର କାର୍ଯ୍ୟ ଜାରି ରଖିବା ସହ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ସମୟରେ ରୋଗୀଙ୍କ ଚିକିତ୍ସାରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଫେଡେରେଶନ୍‌ ଅଫ୍‌ ରେସିଡେଣ୍ଟ ଡାକ୍ତର ଆସୋସିଏସନ ଇଣ୍ଡିଆ(ଏଫ୍‌ଓଆରଡିଏ) ଘୋଷଣା କରିଛି। ତେବେ କରୋନା ମହାମାରୀ ମଧ୍ୟରେ ଏହି ବିବାଦ ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।

Share