Categories: ଜାତୀୟ

କପିଲଙ୍କୁ ଭାଜପାରେ ଯୋଗଦେବାକୁ ପରାମର୍ଶ ଦେଲେ ଅଠଓ୍ବାଲେ

ନୂଆଦିଲ୍ଲୀ,୨।୯: କଂଗ୍ରେସରେ ଚିଠିକୁ ନେଇ ବିବାହ ସୃଷ୍ଟି ହୋଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ଏଥିରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ କପିଲ ସିବଲଙ୍କୁ କଂଗ୍ରେସ ଛାଡି ଭାଜପାରେ ଯୋଗଦେବାକୁ ପରାମର୍ଶ ଦେଇଛନ୍ତି। ଅଠଓ୍ବାଲେ କହିଛନ୍ତି ଯେ, କେନ୍ଦ୍ରରେ ଏନଡିଏ ସରକାର ପୁଣି କ୍ଷମତାକୁ ଫେରିବେ। ଯେହେତୁ କପିଲ ସିବଲ, ଗୁଲାମ ନବୀ ଆଜାଦ ଏବଂ ଅନ୍ୟ ଭେଟେରାନ କଂଗ୍ରେସ ନେତାମାନେ ଭାଜପା ସହ ଲିଙ୍କ୍‌ ଥିବା ଅଭିଯୋଗ ହୋଇଛି, ତେଣୁ ସେମାନେ ଦଳରୁ ଇସ୍ତଫା ଦେଇ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆଙ୍କ ପରି ଭାଜପାରେ ଯୋଗଦେବା ଉଚିତ। କଂଗ୍ରେସ ଅଧ୍ୟକ୍ଷ ପଦବୀକୁ ନେଇ ବିବାଦ ଲାଗି ରହିଛି। ରାହୁଲ ଗାନ୍ଧୀ ସିବଲ, ଆଜାଦଙ୍କୁ ଭାଜପା ତରଫରୁ କାମ କରୁଥିବା ଅଭିଯୋଗ କରିଛନ୍ତି। ତେଣୁ ମୁଁ ସିବଲ ଏବଂ ଆଜାଦଙ୍କୁ କଂଗ୍ରେସରୁ ଇସ୍ତଫା ଦେବାକୁ ଅନୁରୋଧ କରୁଛି। କଂଗ୍ରେସକୁ ବିସ୍ତାର କରିବାରେ ସେମାନେ ବହୁ ସଂଘର୍ଷ କରିଛନ୍ତି। ଯଦି ତାଙ୍କୁ ଅପମାନିତ କରାଯାଏ ତେବେ ସେମାନେ କଂଗ୍ରେସ ଛାଡିବା ଉଚିତ ବୋଲି ଅଠଓ୍ବାଲେ କହିଛନ୍ତି।

Share