ରାମ୍‌କୋର ଭୂତଳ ଜଳ ଚୋରି

ଯାଜପୁର,୧୭ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କାରଖାନା ପ୍ରାୟ ୮ଟି ବୋରୱେଲ ମାଧ୍ୟମରେ ମନଇଚ୍ଛା ଭୂତଳ ଜଳ ଚୋରି କରୁଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଆଖପାଖ ୭ଟି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ ଏବଂ କୂଅପୋଖରୀ ଶୁଖି ଯାଉଥିବା ସ୍ଥାନୀୟ ଅଞ୍ଚଳର ଶ୍ରୀଧର କୁମାର ରାଉତ, ଜୟଦେବ ନାୟକ, ହେମନ୍ତ କୁମାର ପାଢ଼ୀ ପ୍ରମୁଖ କହିଛନ୍ତି।
ରାଜ୍ୟ ଜଳ ସମ୍ପଦ ବିଭାଗ ଚିଫ୍‌ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରୁ ୨୦୧୮ ଅଗଷ୍ଟରେ ରାମ୍‌କୋ ସିମେଣ୍ଟ କାରଖାନାର ନିର୍ମାଣ ଏବଂ ପାନୀୟ ଜଳ ଉଦ୍ଦେଶ୍ୟରେ ଦୈନିକ ୧୦୦ କିଲୋଲିଟର ଭୂତଳ ଜଳ ବ୍ୟବହାର କରିବାକୁ ଅନୁମତି ମିଳିଥିଲା। ଉକ୍ତ ଅନୁମତି ପତ୍ରରେ ୧୭ରୁ ଊର୍ଦ୍ଧ୍ୱ ସର୍ତ୍ତ ରହିଥିଲା। ବିଶେଷକରି କାରଖାନାରେ ଉତ୍ପାଦନ ଆରମ୍ଭ ହେବା ପରେ ଭୂପୃଷ୍ଠରେ ବୋହିଯାଉଥିବା ପାଣି ବ୍ୟବହାର କରିବା ଏବଂ ପରବର୍ତ୍ତୀ ସମୟରେ ଭୂତଳ ଜଳ ବ୍ୟବହାରକୁ ବନ୍ଦ କରିବାକୁ ପଡ଼ିବ ବୋଲି ସର୍ତ୍ତ ରହିଥିଲା। ଗତ ପ୍ରାୟ ୩ ବର୍ଷ ହେଲା ରାମ୍‌କୋ ଉତ୍ପାଦନ ଆରମ୍ଭ କରିସାରିଛି। କିନ୍ତୁ ଭୂତଳ ଜଳ ବ୍ୟବହାରକୁ ନେଇ ଜଳ ସମ୍ପଦ ବିଭାଗର କୌଣସି ନୀତିନିୟମକୁ କମ୍ପାନୀ ମାନୁ ନ ଥିବା ଅଭିଯୋଗ ହେଉଛି। ଇପିକଲ ପକ୍ଷରୁ ଯୋଗାଇ ଦିଆଯାଇଥିବା ୧୦୦ ଏକର ଜମିରେ ରାମ୍‌କୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ପ୍ରତିଷ୍ଠା କରିଥିବାବେଳେ ଏଥିପାଇଁ ଜନଶୁଣାଣି ହୋଇନାହିଁ। ଏହାଛଡ଼ା ଏହି ୧୦୦ ଏକର ପରିସର ବାହାରେ ରାମ୍‌କୋ ପାଣି ପାଇଁ ଏକ ପୋଖରୀ ଖନନ କରିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି। ଏହି ପୋଖରୀ ପାଣିରେ ଖରାଦିନେ ୧୫ ଦିନ ବି କାରଖାନା ଚଳାଇବା ସମ୍ଭବ ନୁହେଁ। ତେଣୁ ବିକଳ୍ପ ଭାବେ ରାମ୍‌କୋ ଏକାଧିକ ବୋରୱେଲ ଖୋଳି ପାଣି ଉତ୍ତୋଳନ କରୁଥିବାରୁ ଯୋଗଡ଼ା, ରଘୁନାଥପୁର, ମୁରାରିପୁର, ଖୁଣ୍ଟା, ଗୁଆରଙ୍ଗ, ଥାନୁଆଲ, ଶ୍ରୀବନ୍ତପୁର ପ୍ରଭୃତି ଗ୍ରାମର ନୂଳକୂପରୁ ପାଣି ବାହାରୁ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ବେଆଇନ ଭୂତଳ ଜଳ ଉତ୍ତୋଳନ ଉପରେ ନିୟନ୍ତ୍ରଣ କରିବାକୁ ଗଠିତ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ (ସିଜିଡବ୍ଲ୍ୟୁବି) ଓ ଡିଷ୍ଟ୍ରିକ୍ଟ ଲେଭଲ ଇଭାଲ୍ୟୁଶନ କମିଟି(ଡିଏଲ୍‌ଇସି) ଏବଂ ଭୁବନେଶ୍ୱର ଭୂତଳ ଜଳ ବିକାଶ ନିର୍ଦ୍ଦେଶକ ରାମ୍‌କୋର ଏହି ବେଆଇନ କାର୍ଯ୍ୟ ପ୍ରତି ଖାଲି ଆଖି ବନ୍ଦ କରିନାହାନ୍ତି ବରଂ ସହଯୋଗୀ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭୂତଳ ଜଳ ହ୍ରାସ ନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ କାର୍ଯ୍ୟାଳୟର ଚିଫ୍‌ ଇଞ୍ଜିନିୟର ଦେବୀଦତ୍ତ ଆର୍‌. ଆର୍‌. ପଟ୍ଟନାୟକ ୧୩ା୭ା୨୦୨୩ରେ ତାଙ୍କ ମାସିକ ଅଗ୍ରଗତି ରିପୋର୍ଟରେ ବେଆଇନ ଭୂତଳ ଜଳ ଉତ୍ତୋଳନ ନିୟନ୍ତ୍ରଣ ଉପରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦର୍ଶାଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ସଂକ୍ରାନ୍ତରେ ରାମ୍‌କୋର ଜେନେରାଲ ମ୍ୟାନେଜର ଅଜିତ କୁମାର ପଲଙ୍କୁ ପଚାରିବାରୁ ସେ କହିଛନ୍ତି, ଉତ୍ପାଦନ ପାଇଁ ପୋଖରୀ ପାଣି ବ୍ୟବହାର କରାଯାଉଛି। ବୋରୱେଲରୁ ପାଣି ଆଉ ଉତ୍ତୋଳନ କରାଯାଉନାହିଁ। ବୋରୱେଲ ପାଣି ବ୍ୟବହାର ଅଭିଯୋଗର କୌଣସି ସତ୍ୟତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri