ରାମଚଣ୍ଡୀ ମନ୍ଦିର ଦାନବାକ୍ସ ଅର୍ଥ ଆତ୍ମସାତ୍‌

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଶକ୍ତି ପୀଠ ମା’ରାମଚଣ୍ଡୀ ମନ୍ଦିର ଦାନବାକ୍ସରେ ଶ୍ରଦ୍ଧାଳୁମାନେ ଟଙ୍କା, ପଇସା , ସୁନା ରୁପା ଆଦି ଦାନ କରିଥାନ୍ତି। ସେହି ଦାନଅର୍ଥକୁ ଯାନିଯାତ୍ରା ଓ ମା’ଙ୍କ ସେବାରେ ଖର୍ଚ୍ଚ କରାଯାଇଥାଏ। ହେଲେ ଟ୍ରଷ୍ଟି ମନଇଛା ମା’ଙ୍କ ଦାନ ଓ ଆୟ ଅର୍ଥ ଘରେ ରଖି ଖର୍ଚ୍ଚ କରୁଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି। ୨ଦିନ ତଳେ ମା’ଙ୍କ ହୁଣ୍ଡି ଅର୍ଥକୁ ଟ୍ରଷ୍ଟି ନେଇଥିଲେ ା ହୁଣ୍ଡିକୁ ଖୋଲିବା ସମୟରେ ପରିଚାଳନା କମିଟି ସଦସ୍ୟ, ମନ୍ଦିର ସେବାୟତ , ସ୍ଥାନୀୟ ପୋଲିସଙ୍କ ଉପସ୍ଥିତରେ ଦାନ ଅର୍ଥ ଗଣିବା ନିୟମ ରହିଛି। ହେଲେ ଟ୍ରଷ୍ଟି ମଥୁରୀ ଚରଣ ସେନାପତି କାହାକୁ କିଛି ନ ଜଣାଇ ଦାନବାକ୍ସର ସମସ୍ତ ଅର୍ଥ ଘରକୁ ନେଇ ଥିବା ନେଇଥିଲେ ା ଏ ସଂକ୍ରାନ୍ତରେ ତାଙ୍କୁ ପ୍ରଶ୍ନ କରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଉ ନ ଥିବା ଅଭିଯୋଗ ହୋଇଛି ା ଦାନ ଅର୍ଥ ଓ ଝାମୁ ଯାତ୍ରାରେ ରାଜସ୍ବ ଆୟର ହିସାବ ପରିଚାଳନା କମିଟି ସଦସ୍ୟମାନଙ୍କୁ ଦିଆଯାଉନାହିଁ ା ସେ ମନଇଚ୍ଛା ଖର୍ଚ୍ଚ କରିବାକୁ ନେଇ ମା’ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି ା ଏ ସଂକ୍ରାନ୍ତରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନା ପକ୍ଷରୁ ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ ସୋମବାର ରାଜ୍ୟ ଏଣ୍ଡାମେଣ୍ଟ କମିଶନରଙ୍କ ଉଦ୍ଦେଶ୍ୟରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ମା’ରାମଚଣ୍ଡୀ ଝାମୁ ଯାତ୍ରା ମେଳାରୁ ୧୦ଲକ୍ଷ ଟଙ୍କାରୁ ଅଧିକ ରାଜସ୍ବ ଆଦାୟ ହୋଇଥିଲା। ଟ୍ରଷ୍ଟି ସମସ୍ତ ଅର୍ଥ ମା’ଙ୍କ ଜମା ଖାତାରେ ରଖିବାର ବ୍ୟବସ୍ଥା ଥିଲେ ମଧ୍ୟ ସେଥିରେ ବ୍ୟତିକ୍ରମ ସୃଷ୍ଟି ହୋଇଥିଲା। ଏ ନେଇ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଟ୍ରଷ୍ଟି ତରବରିଆ ଭାବେ ୩ ଲକ୍ଷ ଟଙ୍କା ମା’ରାମଚଣ୍ଡୀଙ୍କ ବ୍ୟାଙ୍କ ଖାତାରେ ଜମା କରିଥିଲେ। ଅବଶିଷ୍ଟ ଅର୍ଥ ଟ୍ରଷ୍ଟିଙ୍କ ହେପାଜତରେ ଥିବା କୁହାଯାଇଛି। ଏ ନେଇ ମନ୍ଦିର ଟ୍ରଷ୍ଟି ସେନାପତି କହିଛନ୍ତି, କାହାକୁ ନ ଜଣାଇ ଦାନବାକ୍ସ ନେବା ମୋର ଭୁଲ ଥିଲା ବୋଲି ସେ ସ୍ବୀକାର କରିଛନ୍ତି ା ମହାକାଳପଡ଼ା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ କହିଛନ୍ତି, ମନ୍ଦିର ପରିଚାଳନାରେ ତ୍ରୁଟି ହୋଇଛି ା ଏ ନେଇ ଟ୍ରଷ୍ଟିଙ୍କ ସହିତ ଆଲୋଚନା କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri