ରାମନବମୀରେ ଘୋଷଣା ହେବ ‘ରାମାୟଣ’!

ମୁମ୍ବାଇ: ଆସନ୍ତା ରାମନବମୀରେ ଘୋଷଣା ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ରାମାୟଣ। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏହି ବିଗ୍‌ ବଜେଟ୍‌ର ଫିଲ୍ମ ନିର୍ମାଣ ହୋଇପାରେ। ଏଥିରେ ଲିଡ୍‌ ରୋଲରେ ରଣବୀର କପୁର, ସାଇପଲ୍ଲବୀ ଓ ୟଶଙ୍କୁ ଦେଖିବାକୁ ମିଳିପାରେ। ଭଗବାନ ରାମଙ୍କ ଭୂମିକାରେ ରଣବୀର, ସୀତା ଭୂମିକାରେ ସାଇପଲ୍ଲବୀ ଓ ରାବଣ ଭୂମିକାରେ ୟଶ୍‌ ନଜର ଆସି ପାରନ୍ତି। କୁହାଯାଉଛି ଯେ ଏହି ଫିଲ୍ମ ତିନୋଟି ପାର୍ଟରେ ନିର୍ମାଣ କରାଯାଉଛି। ‘ଏପ୍ରିଲ୍ ୧୭ ରାମନବମୀ ଅବସରରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇପାରେ।

Share