ସମୟ ଧାରାରେ ରାମାୟଣ

ସମୟକ୍ରମେ ଅନେକ ରାମାୟଣ କାହାଣୀ ସାମ୍ନାକୁ ଆସିଛି, ଯେଉଁଥିରେ ହିନ୍ଦୁ ସମାଜର ପ୍ରମୁଖ ପରିବର୍ତ୍ତନଗୁଡ଼ିକ ସମାହିତ ରହିଛି। ଗୋଟିଏ କାହାଣୀରେ ଅଶ୍ୱାରୋହୀଙ୍କ ବର୍ଣ୍ଣନା ନାହିଁ। ଅର୍ଥାତ୍‌ ଏହା ସୂଚାଉଛି, ଏହି କାହାଣୀ ୨୫୦୦ ବର୍ଷର ପୁରୁଣା। ଆଉ ଏକ ରାମାୟଣରେ ରାବଣର ରଥକୁ ଗଧ ଟାଣୁଥିବା ବର୍ଣ୍ଣନା କରାଯାଇଛି ଏବଂ ଏହା ସୂଚିତ କରେ କାହାଣୀ ୩୦୦୦ ବର୍ଷ ପୂର୍ବର। କିନ୍ତୁ ପ୍ରାଚୀନଗ୍ରନ୍ଥରେ ଗ୍ରୀସ୍‌ବାସୀ ଓ ସ୍କିଥିଆନ୍ସ (ପୁରାତନ ଇରାନର ପୂର୍ବାଞ୍ଚଳରେ ରହୁଥିବା ଲୋକ)ଙ୍କୁ ଦର୍ଶାଯିବା ସୂଚିତ କରେ ଯେ କାହାଣୀ ରଚନା ୨୦୦୦ ବର୍ଷ ପୂର୍ବେ ହୋଇଥିଲା। ସବୁଠୁ ପୁରୁଣା ରାମାୟଣରେ ଜଣେ କ୍ଷତ୍ରିୟ ଯୋଦ୍ଧାଙ୍କ କାହାଣୀ ଅଛି। ସେହି ଯୋଦ୍ଧା ଗଣ୍ଡକ ନଦୀ ପୂର୍ବରେ ଥିବା ଗଙ୍ଗାନଦୀ ଅବବାହିକାରେ ରହୁଥିଲେ। ଯୋଦ୍ଧା ଜଣକ ଗଣ୍ଡକ ନଦୀର ପଶ୍ଚିମ ଭାଗରେ ରହୁଥିବା ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ଦକ୍ଷିଣ ଦିଗରେ ଘଞ୍ଚ ଶାଳବଣ ମଧ୍ୟରେ ଦୁଃସାହସିକ ଯାତ୍ରା କରି ମହାନଦୀ ଅବବାହିକାରେ ପହଞ୍ଚିଥିଲେ। ସେଠାରେ ହଂସକ ଗୋଷ୍ଠୀ (ରାକ୍ଷସ) ଏବଂ ମେଳାପୀ ଗୋଷ୍ଠୀ(ବାନର)ଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଶାଳ (ସୋରିଆ ରୋବୁଷ୍ଟା) ଗଛ କେବଳ ଉତ୍ତର ତରାଇ ଏବଂ ଏହାର ପୂର୍ବଭାଗରେ ଥିବା ଏବକାର ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଦେଖିବାକୁ ମିଳେ। ଏହି ଅଞ୍ଚଳର ଦକ୍ଷିଣକୁ ଆଉ ଶାଳ ଗଛ ଦେଖାଯାଏ ନାହିଁ। ଏହି ଅଞ୍ଚଳକୁ ଏବେ ମଧ୍ୟ ମହାସମୁଦ କିମ୍ବା ମହାସମୁଦ୍ର (ବିଶାଳ ଜଳଉତ୍ସ), ଦକ୍ଷିଣ କୋଶଳ ଓ ପଶ୍ଚିମ ଲଙ୍କା କୁହାଯାଉଛି। ଓଡ଼ିଶାର ସୁବର୍ଣ୍ଣପୁର ( ସୁବର୍ଣ୍ଣ ସହର)ରେ ଏବେ ମଧ୍ୟ ଲଙ୍କେଶ୍ୱରୀ (ଲଙ୍କାର ରକ୍ଷାକର୍ତ୍ତା)ଙ୍କ ମନ୍ଦିର ଅଛି। ଏହି ଅଞ୍ଚଳର ଶାସକ ଗଣ୍ଡ ରାଜାଙ୍କର ପୁଲସ୍ତ୍ୟ ବଂଶ ସହ ସମ୍ପର୍କ ରହିଛି, ଯାହା ରାବଣଙ୍କ ପୈତୃକ ପରିବାର। ରାବଣଙ୍କ ମା’ଙ୍କ ଘର(ମାମୁଘର) ଶାଳଙ୍କଟକଣ୍ଟ ବଂଶ ଶାଳ ଜଙ୍ଗଲର ଶାସକ ଥିଲେ। ଏହା ପ୍ରାରମ୍ଭିକ ବୈଦିକ ସମୟର ସ୍ମୃତି ହୋଇପାରେ। ଏହି କାହାଣୀ ହେଉଛି ସେହି ସମୟ ପୂର୍ବର ଯେତେବେଳେ ଅଯୋଧ୍ୟାକୁ ଶ୍ରାବସ୍ତି ଓ ସାକେତ ଭାବେ ପୁନଃ ନାମକରଣ କରାଯାଇଥିଲା ଏବଂ ମିଥିଳା ବୈଶାଳୀ ସହ ମିଶ୍ରଣ ଘଟିଥିଲା। ଏହା ଥିଲା ବୁଦ୍ଧଙ୍କ ସମୟର ବହୁ ପୂର୍ବର, ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ୮୦୦ର ପ୍ରାରମ୍ଭିକ କାଳ ହୋଇପାରେ।
ଏହା ପରେ ଯେଉଁ କାହାଣୀ ସାମ୍ନାକୁ ଆସିଛି ସେଥିରେ ଇନ୍ଦ୍ରଙ୍କୁ ବୈଦିକ ହିରୋ ଭାବେ ବର୍ଣ୍ଣନା କରାଯାଇଛି। ଇନ୍ଦ୍ର ବ୍ରାହ୍ମଣ, ଯଜ୍ଞ ଓ ଗୋରକ୍ଷା କରିଥିଲେ। ଋଷ୍ୟଶୃଙ୍ଗଙ୍କ ଦ୍ୱାରା କରାଯାଇଥିବା ବୈଦିକ ଯଜ୍ଞ ସାହାଯ୍ୟରେ ରାମ ଜନ୍ମ ହୋଇଛନ୍ତି। ରାମଙ୍କର ଅନେକ ବ୍ରାହ୍ମଣ ଋଷି ଓ ସନ୍ନ୍ୟାସୀଙ୍କ ସହ ସମ୍ପର୍କ ରହିଛି, ଯଥା ଗୁରୁ ବୈଶିଷ୍ଟ ଓ ବିଶ୍ୱାମିତ୍ର। ଏବଂ ଜଙ୍ଗଲରେ ଭରଦ୍ୱାଜ ଓ ଅଗସ୍ତ୍ୟଙ୍କ ସହ ତାଙ୍କର ସାକ୍ଷାତ ବି ହୋଇଛି। କାହାଣୀରେ ବୈଦିକ ଦେବତାଙ୍କୁ ସାମିଲ କରାଯାଇଛି। ଏହାସହ ବାୟୁପୁତ୍ର ହନୁମାନ, ସୂର୍ଯ୍ୟଙ୍କ ପୁତ୍ର ସୁଗ୍ରୀବ, ଇନ୍ଦ୍ରଙ୍କ ପୁତ୍ର ବାଳି, ଅଗ୍ନିଙ୍କ ପୁତ୍ର ନୀଳ, ବିଶ୍ୱକର୍ମାଙ୍କ ପୁତ୍ର ନଳ ଏବଂ ଅରୁଣୀଙ୍କ ପୁତ୍ର ଜଟାୟୁଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପାଖାପାଖି ଖ୍ରୀଷ୍ଟାବ୍ଦ ୧୦୦ରେ ବାସକରୁଥିବା ଅଶ୍ୱଭାଘୋଷ ମଧ୍ୟ ମହାକାବ୍ୟ ସହ ଜଡ଼ିତ ଥିଲେ ଏବଂ କାହାଣୀରେ ରାମଙ୍କ ନାମ ଖୋଦିତ ମୁଦି ସମ୍ପର୍କରେ ଦର୍ଶାଯାଇଛି, ଯାହାକୁ ଖ୍ରୀଷ୍ଟପୂର୍ବ ୧୦୦ରେ ଇଣ୍ଡୋ-ଗ୍ରୀକ ରାଜାମାନଙ୍କ ଦ୍ୱାରା ପ୍ରଥମେ ବ୍ୟବହାର ହୋଇଥିଲା। ରାବଣଙ୍କ ଉଡ଼ନ୍ତା ରଥରେ ଗଜଲକ୍ଷ୍ମୀ ଓ ଇହମୃଗ( ହାଇବ୍ରିଡ ଆନିମଲ)ଙ୍କ ମୂର୍ତ୍ତି ପ୍ରଥମେ ଖ୍ରୀଷ୍ଟାବ୍ଦ ୧୦୦ରେ ନିର୍ମିତ ଭାରହୁତର ବୌଦ୍ଧସ୍ତୂପରେ ଦେଖାଯାଇଛି। ଲଙ୍କା ସହରରେ ଦେଖାଯାଇଥିବା କ୍ରୁଦ-ଗୃହ( ଷ୍ଟାଡିୟମ)ଗୁଡ଼ିକର କାବେରୀ ଡେଲଟାରେ ଖ୍ରୀଷ୍ଟାବ୍ଦ ୩୦୦ରେ ଇକ୍ଷ୍ବାକୁ ରାଜାଙ୍କ ଦ୍ୱାରା ନିର୍ମିତ ନାଗାର୍ଜୁନକୋଣ୍ଡା ସହର ସହ ସାମଞ୍ଜସ୍ୟ ରହିଛି।
ତା’ ପରେ ଆସିଛି ଏକ ରାମାୟଣ କାହାଣୀ, ଯେଉଁଥିରେ ରାମଙ୍କୁ ସଂଯମତା, ପବିତ୍ରତା ଏବଂ ଇନ୍ଦ୍ରଙ୍କ ପ୍ରାଧାନ୍ୟ ହ୍ରାସ କରିଥିବା ପରମ ଦିବ୍ୟସତ୍ତା ବିଷ୍ଣୁଙ୍କ ସହ ଯୋଡ଼ାଯାଇଛି। ଏହି ମହାକାବ୍ୟରେ ଶିବଙ୍କ କଥା ସାମିଲ କରାଯାଇଛି। ଏଥିରେ ରାମ ହେଉଛନ୍ତି ଜଣେ ଆଦର୍ଶ ରାଜା ଓ ସେ ରାମରାଜ୍ୟ ପ୍ରତିଷ୍ଠା କରିଛନ୍ତି, ଯାହାକୁ ଅନ୍ୟ ରାଜାମାନେ ତାହା କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କ କାହାଣୀ ମହାଭାରତରେ ବର୍ଣ୍ଣିତ କୃଷ୍ଣଙ୍କ ଦ୍ୱାରା ଆହୁରି ଆକର୍ଷକ ହୋଇଛି। ସୀତାଙ୍କ ସତିତ୍ୱକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପାଖାପାଖି ୩୦୦ ଖ୍ରୀଷ୍ଟାବ୍ଦରେ ଗୁପ୍ତବଂଶ ଦ୍ୱାରା ନିର୍ମିତ ପ୍ରାଚୀନ ମନ୍ଦିରଗୁଡ଼ିକରେ ପ୍ରଥମେ ରାମ ଓ କୃଷ୍ଣଙ୍କ ମୂତ୍ତି ଦେଖିବାକୁ ମିଳେ। ଏହି ସମୟରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ଦ୍ୱାରା ନିର୍ମିତ ବୋଧିସତ୍ତ୍ୱ ଏବଂ ଜୈନଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ବଳଦେବଙ୍କ ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଛି। ଏହା ପରବର୍ତ୍ତୀ ସମୟରେ ରାମାୟଣ କାହାଣୀଗୁଡ଼ିକୁ ସଂସ୍କୃତ ନାଟକରେ ପୁନଃବର୍ଣ୍ଣନା କରାଯାଇଛି। ଭାଷଙ୍କ ଦ୍ୱାରା ରଚିତ ନାଟକରେ ରାବଣ ଜଣେ ବ୍ରାହ୍ମଣ ରୂପ ନେଇଛନ୍ତି ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସମର୍ପଣ କରାଯାଉଥିବା ଖାଦ୍ୟରେ ମୃଗ ମାଂସ ଦେବା ଲାଗି ରାମଙ୍କୁ କହିଛନ୍ତି। ଭାବବୁତିଙ୍କ ରଚିତ ଅନ୍ୟ ଏକ ନାଟକରେ ରାମ ବିଶ୍ୱାମିତ୍ରଙ୍କ ଆଶ୍ରମରେ ସୀତାଙ୍କୁ ଭେଟିଛନ୍ତି ଓ ତାଙ୍କ ଭଲପାଇବା ସୃଷ୍ଟି ହୋଇଛି। ଖ୍ରୀଷ୍ଟାବ୍ଦ ୮୦୦ ପରେ ରାମାୟଣ ଓ ମହାଭାରତର ପଥର ଖୋଦେଇ କାରୁକାର୍ଯ୍ୟ ପ୍ରଥମେ ସୁଦୂର ଜାଭା ଦ୍ୱୀପ ଓ କାମ୍ବୋଡ଼ିଆରେ ଦେଖିବାକୁ ମିଳିଛି।
ଖ୍ରୀଷ୍ଟାବ୍ଦ ୧୦୦୦ ପର୍ଯ୍ୟନ୍ତ ଶ୍ରୀଲଙ୍କାକୁ ରାବଣଙ୍କ ଲଙ୍କା ଏବଂ ଡେକାନ ଅଞ୍ଚଳକୁ ସୁଗ୍ରୀବଙ୍କ କିସ୍କିନ୍ଦା ବୋଲି କୁହାଯାଉଥିଲା। ଚୋଳ ବଂଶର ରାଜାମାନେ ତାମ୍ର ଖଣି ପାଇବା ଲାଗି ବୌଦ୍ଧ ଧର୍ମ ଗ୍ରହଣ କରିଥିବା ସଂହଳ ରାଜାଙ୍କ ସହ ଯୁଦ୍ଧ କରିଥିଲେ ଏବଂ ତାମିଲରେ ରାମାୟଣ ଲେଖିବା ପାଇଁ ଉତ୍ସାହିତ କରିଥିଲେ। ଏହା ପରେ ଏହି ରାମାୟଣକୁ ତେଲୁଗୁ, କନ୍ନଡ, ଓଡ଼ିଆ, ବେଙ୍ଗଲୀ ଏବଂ ଅହମିୟା(ଆସାମୀ) ଭାଷାରେ ପୁନଃବର୍ଣ୍ଣନା କରାଯାଇଥିଲା। ରାମଙ୍କୁ ମଣିଷ ଭାବେ କମ୍‌ ଦର୍ଶାଯିବା ଏବଂ ଦିବ୍ୟପୁରୁଷ ଭାବେ ଅଧିକ ବିଚାର କରାଯିବାର ଧାରା ଏହିଠାରୁ ଆରମ୍ଭ ହୋଇଛି। ତାଙ୍କ କଥା ଯିଏ ଶୁଣିବ ରାମ ତାଙ୍କୁ ମୁକ୍ତି ପ୍ରଦାନ କରିବେ ବୋଲି କୁହାଯାଇଛି।
ପୁରାଣରେ, ୫୦୦ରୁ ୧୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ, ରାମାୟଣରେ ତାନ୍ତ୍ରିକ ବିଚାରର ପ୍ରବେଶ ଆରମ୍ଭ ହୋଇଥିବା ଦେଖିବାକୁ ମିଳେ। ଏଥିରେ ସୀତାଙ୍କୁ କାଳୀଭାବେ ବର୍ଣ୍ଣନା କରାଯାଇଛି। ହନୁମାନଙ୍କୁ ରୁଦ୍ରଙ୍କ ଅବତାର ବୋଲି କୁହାଯାଇଛି। ହନୁମାନ ମାୟାବୀ ମହିରାବଣକୁ ପରାସ୍ତ କରି, ପନୋତି ଭଳି ଦୁଷ୍ଟ ଜ୍ୟୋତିଷୀୟ ଶକ୍ତିଙ୍କୁ କାବୁ କରିବା ସହ ରାମ ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କରିଛନ୍ତି। ରାମ ଯୁଦ୍ଧ କଲା ଭଳି ରାଜପୁତ ରାଜାମାନେ ମନ୍ଦିର ଧ୍ୱଂସ କରୁଥିବା ତୁର୍କ ‘ରାକ୍ଷସ’ଙ୍କ ବିରୋଧରେ ଲଢ଼େଇ କରୁଥିବା ବିଷୟକୁ ଶିଳାଲେଖରେ ଦର୍ଶାଇଥିଲେ। ଶେଷରେ ରାମାୟଣ କାହାଣୀରେ ଭକ୍ତି ସ୍ବାଦ ରହିଛି ଏବଂ ଏହାକୁ ବୈଦିକ ବିଚାରର ଏକ ପ୍ରତୀକ ଭାବେ ଦେଖାଯାଇଛି। ୧୫୦୦ ଖ୍ରୀଷ୍ଟାବ୍ଦ ପରେ ସୁଫି ବିଚାର ଭାରତରେ ପ୍ରବେଶ କରିବା ଯୋଗୁ ଏହା ଘଟିଛି। ୧୭୦୦ ପରେ ଭାରତରେ ମୋଗଲ ସାମ୍ରାଜ୍ୟର ପତନ ଆରମ୍ଭ ହେବା ଯୋଗୁ ହିନ୍ଦୁ ରାଜାମାନେ ନାସିକ, କୁଲୁ ଏବଂ ଜମ୍ମୁରେ ରଘୁନାଥ ରାମ ମନ୍ଦିର ପ୍ରତିଷ୍ଠା କରି ସେମାନଙ୍କ ସ୍ବାୟତ୍ତତା ହାସଲ କରିବା ଆରମ୍ଭ କରିଥିଲେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri