ମୋଦିଙ୍କ ପ୍ରଶଂସାରେ ଶତମୁଖ ଦୀପିକା

ରମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ଚିଖାଲିଆ ନିକଟରେ ଅଯୋଧ୍ୟା ଯାଇ ରାମ ଲଲାଙ୍କ ଦର୍ଶନ କରିଛନ୍ତି। ଅଭିନେତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି, କ୍ଷମତାକୁ ଆସିବା ପରଠାରୁ ସେ ସନାତନ ଧର୍ମ ପାଇଁ ବହୁତ କିଛି କରିଛନ୍ତି। ତାଙ୍କୁ ବହୁତ ବହୁତ ଧନ୍ୟବାଦ। ରାମ ମନ୍ଦିର ନିର୍ମାଣ ପରେ ମୁଁ ପୁନର୍ବାର ପ୍ରଭୁ ରାମଙ୍କ ଆଶୀର୍ବାଦ ପାଇବାକୁ ଆସିଛି। ପ୍ରଭୁ ରାମଙ୍କ ପ୍ରତିମା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଆଜିକାଲି ଦୀପିକା ତାଙ୍କର ନୂଆ ଶୋ ‘ଧର୍ମପୁତ୍ର ନନ୍ଦିନୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଏଥିପାଇଁ ସେ ଅଯୋଧ୍ୟାରେ ମଧ୍ୟ ପହଞ୍ଚିଥିଲେ।

Share