ରମଣ ପ୍ରଭାବ

‘ରମଣ ପ୍ରଭାବ’ ହେଉଛି ଆଲୋକ ବିଚ୍ଛୁରଣର ଗୋଟିଏ ପ୍ରମୁଖ ତତ୍ତ୍ୱ। ଏହାର ଆବିଷ୍କାର କାହାଣୀ ବଡ ଚମତ୍କାର। ଆମ ଦେଶର ବିଶିଷ୍ଟ ବୈଜ୍ଞାନିକ ସାର୍‌ ସି.ଭି. ରମଣ ଏହାକୁ ଆବିଷ୍କାର କରିଥିଲେ। କେବଳ ସେତିକି ନୁହେଁ, ବିଜ୍ଞାନ କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦାର୍ଥ ବିଜ୍ଞାନରେ ୧୯୩୦ରେ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ସମ୍ମାନରେ ଆମ ଦେଶରେ ପ୍ରତିବର୍ଷ ଫେବୃୟାରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ରମଣ ୧୮୮୮ ମସିହା ନଭେମ୍ବର ୭ ତାରିଖରେ ତାମିଲନାଡୁର ତ୍ରିଚିନାପଲ୍ଲୀ ନିକଟସ୍ଥ ଏକ କ୍ଷୁଦ୍ର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ମାନ୍ଦ୍ରାଜ (ବର୍ତ୍ତମାନର ଚେନ୍ନାଇ)ର ପ୍ରେସିଡେନ୍ସି କଲେଜରୁ ପଦାର୍ଥ ବିଜ୍ଞାନରେ ୧୯୦୫ରେ ସ୍ନାତକ ଏବଂ ୧୯୦୭ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଖାସ୍‌ କଥା ହେଲା ଏହି ପରୀକ୍ଷାଦ୍ୱୟରେ ସେ ଉକ୍ତ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଥିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛାତ୍ରାବସ୍ଥାରୁ ସେ ଇଂଲଣ୍ଡର ବିଖ୍ୟାତ ପତ୍ରିକା ଫିଲୋସୋଫିକାଲ ମାଗାଜିନ୍‌ରେ ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରି ଖ୍ୟାତି ଅର୍ଜନ କରିଥିଲେ। ଶିକ୍ଷା ସମାପ୍ତ ପରେ ସେ ଭାରତୀୟ ଅର୍ଥ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରି କଲିକତାରେ ସହକାରୀ ଆକାଉଣ୍ଟାଣ୍ଟ ଜେନେରାଲ ପଦରେ ଯୋଗ ଦେଲେ। କିନ୍ତୁ ତାଙ୍କର ନିଶା ଥିଲା ବିଜ୍ଞାନ। ତେଣୁ ସେ ଅଫିସ ସମୟ ବାହାରେ ସକାଳେ ଓ ସନ୍ଧ୍ୟା ସମୟରେ କଲିକତାରେ ଥିବା ‘ଇଣ୍ଡିଆନ୍‌ ଆସୋସିଏଶନ ଫର କଲଟିଭେଶନ ଅଫ ସାଇନ୍ସ’ ଅନୁଷ୍ଠାନରେ ଗବେଷଣା କରୁଥିଲେ। ସେହି ସମୟରେ ସେ ସଙ୍ଗୀତ ଓ କମ୍ପନ ତତ୍ତ୍ୱ ଉପରେ ଗବେଷଣା କରି ଅନେକ ନିବନ୍ଧ ପ୍ରକାଶ କରିଥିଲେ। କଲିକତା ବିଶ୍ୱବିଦ୍ୟାଳୟର କୁଳପତି ସାର୍‌ ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ଆକର୍ଷଣୀୟ ସରକାରୀ ଚାକିରି ଛାଡି କଲିକତା ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରଫେସର ଭାବରେ ଯୋଗ ଦେଲେ। ୧୯୨୧ରେ ରମଣ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଅନୁଷ୍ଠିତ ହୋଇଥିବା ‘ବ୍ରିଟିଶ ସାମ୍ରାଜ୍ୟର ବିଶ୍ୱବିଦ୍ୟାଳୟ କଂଗ୍ରେସ ସମ୍ମିଳନୀ’ରେ ଯୋଗ ଦେଇଥିଲେ। ସେଠାରୁ ଫେରିବା ସମୟରେ ସେ ସମୁଦ୍ରର ନୀଳ ଜଳରାଶିକୁ ଦେଖି ‘ସମୁଦ୍ର ଜଳ ନୀଳ କାହିଁକି’ ଉପରେ ଏକ ନିବନ୍ଧ ଲେଖି ସାଉଁଟିଥିଲେ ବେଶ୍‌ ପ୍ରଶଂସା। କଲିକତାରେ ପହଞ୍ଚତ୍ବା ପରେ ସେ ଏହା ଉପରେ ଅଧିକ ଗବେଷଣା କଲେ ଏବଂ ତାହାର କାରଣ ମଧ୍ୟ ଜାଣିପାରିଲେ। ତାହା ହେଉଛି ଆଲୋକ ରଶ୍ମି। ଆଲୋକ ରଶ୍ମି ଚାରିଆଡକୁ ବିଚ୍ଛୁରିତ ହୋଇଥାଏ। କିନ୍ତୁ କେତେକ ବିଚ୍ଛୁରିତ ରଶ୍ମିର ଆବୃତ୍ତି ହେଉଛି ଆପାତତ ରଶ୍ମିର ଆବୃତ୍ତି ଠାରୁ ଅଲଗା। ଏହା ‘ରମଣ ପ୍ରଭାବ’ ନାମରେ ଜଣା। ଏଣୁ ଆବୃତ୍ତି ଅଲଗା ହେଲେ ରଙ୍ଗ ମଧ୍ୟ ଅଲଗା ହୋଇଥାଏ। ସମୁଦ୍ର ଜଳ ନୀଳ ହେବାର ଏହା ହେଉଛି କାରଣ। ସମୁଦ୍ର ଜଳ ନୀଳ ବୋଲି ସମସ୍ତେ ଦେଖିଛନ୍ତି। କିନ୍ତୁ ରମଣଙ୍କ ଉନ୍ନତ ମସ୍ତିଷ୍କ ଏହାର କାରଣ ଖୋଜିଥିଲା ଏବଂ ସେଥିରେ ସଫଳ ହୋଇଥିଲା। ଏଥିପାଇଁ ତାଙ୍କୁ ମିଳିଥିଲା ନୋବେଲ ପୁରସ୍କାର। ନୋବେଲ ପୁରସ୍କାର ବ୍ୟତୀତ ରମଣଙ୍କୁ ଫ୍ରାଙ୍କଲିନ୍‌ ପଦକ, ହିଉଜେନ୍‌ସ ପଦକ ସମେତ ଅନେକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ବ୍ରିଟିଶ ସରକାର ତାଙ୍କୁ ସମ୍ମାନଜନକ ‘ନାଇଟ୍‌’ ଉପାଧିରେ ଭୂଷିତ କରିଥିଲେ। ରୁଷ ତାଙ୍କୁ ‘ଲେନିନ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରିଥିଲା। ଭାରତ ସରକାର ତାଙ୍କୁ ୧୯୫୪ରେ ଦେଶର ଶ୍ରେଷ୍ଠ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ଉପାଧି ପ୍ରଦାନ କରିଥିଲେ। ରମଣ ୧୯୭୦ ନଭେମ୍ବର ୨୧ରେ ଇହଲୀଳା ସମ୍ବରଣ କରିଥିଲେ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri