ରାମଲଲାଙ୍କ ମୁଖ୍ୟ ପୂଜାରୀ ଆଇସୋଲେଶନରେ

ଅଯୋଧ୍ୟା, ୩।୮: ଅଗଷ୍ଟ ୫ରେ ରାମମନ୍ଦିରର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏହାପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହାୟକ ପୂଜାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ରାମଲଲାଙ୍କ ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସ, ସହାୟକ ଅଶୋକ ଏବଂ ଅନ୍ୟ ଜଣଙ୍କୁ ୩ ଦିନିଆ ଆଇସୋଲେଶନରେ ରଖାଯାଇଛି। ସେମାନଙ୍କର ନମୁନା ମଧ୍ୟ ପରୀକ୍ଷା କରାଯାଇଛି। ତେବେ ରିପୋର୍ଟ କରୋନା ନେଗେଟିଭ୍‌ ଆସିଛି। ଅପରପକ୍ଷରେ ସୁରକ୍ଷା ଦାୟିତ୍ୱରେ ୪୫ ବର୍ଷ ବୟସରୁ କମ୍‌ ବୟସ୍କ ପୋଲିସଙ୍କୁ ମୁତୟନ କରାଯାଇଛି।

Share