ପଢ଼ାଖର୍ଚ୍ଚ ପାଇଁ ରମାଦେବୀର ବଣ୍ଡା ଛାତ୍ରୀ ଦିନମଜୁରିଆ

ମାଲକାନଗିରି,୩୧।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡାଘାଟିର ୫ ପଞ୍ଚାୟତରେ ୩୫ରୁ ଊର୍ଦ୍ଧ୍ୱ ଗ୍ରାମରେ ବଣ୍ଡା ଜନଜାତି ବସବାସ କରୁଛନ୍ତି। ଗତବର୍ଷ ମାଲକାନଗିରି ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ବଣ୍ଡାଘାଟି ବାଣ୍ଡିପଡ଼ା ଗ୍ରାମର ଛାତ୍ରୀ କର୍ମା ମୁଦୁଲି ଗୋବିନ୍ଦପାଲ୍ଲୀ ମହାବିଦ୍ୟାଳୟରେ ଅଧ୍ୟୟନ କରି ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଜିଲାରେ ପ୍ରଥମ ହୋଇଥିଲେ। ପରେ କର୍ମାଙ୍କୁ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟିଥିଲା। ୨୦୨୨ ଅଗଷ୍ଟ ୧୪ରେ ମାଲକାନଗିରି ସଦର ମହକୁମାରେ ଉତ୍କଳ ସାମ୍ବାଦିକ ସଂଘ ତରଫରୁ କରାଯାଇଥିବା କାର୍ଯ୍ୟକ୍ରମରେ ତତ୍କାଳୀନ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କୁ ସମ୍ମାନିତ କରିଥିଲେ। ସେହିପରି ଅଗଷ୍ଟ ୧୫ରେ ରାଜ୍ୟ ସରକାରଙ୍କ ତରଫରୁ ମାଲକାନଗିିରି ଜିଲାସ୍ତରୀୟ ପରେଡରେ ଶିକ୍ଷାମନ୍ତ୍ରୀ ସ୍ବତନ୍ତ୍ର ଭାବେ କର୍ମାଙ୍କୁ ସମ୍ବର୍ନ୍ଧିତ କରିଥିଲେ। ସେହି ସମୟରେ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ସଫଳତାକୁ ପ୍ରସାର କରାଯାଇ ବଣ୍ଡା ଜନଜାତିଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିଥିବା ପ୍ରଚାର କରାଯାଇଥିଲା। ଏପରିକି ରାଜ୍ୟପାଳ ମଧ୍ୟ ଟୁଇଟ୍‌ କରି କର୍ମାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ ଜିଲା ପ୍ରଶାସନ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ରେ କର୍ମାଙ୍କ ନାମ ଲେଖାଇ କେତେକ ପୁସ୍ତକ ଓ ନୋଟ୍‌ବୁକ ଦେଇଥିଲା। ହେଲେ ଅର୍ଥାଭାବ ଯୋଗୁ ରହିବା ଓ ଖାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଲା। ପଢ଼ା ଖର୍ଚ୍ଚ ତୁଲାଇବା ଲାଗି କିଛି ଗୋଟେ କରିବା ଦରକାର ବୋଲି ମନସ୍ଥ କରି ଖରାଛୁଟିରେ ଦିନମଜୁରିଆ ହେବାକୁ ବାଧ୍ୟ ହେଲେ।
ନିଜର ଦୟନୀୟ ସ୍ଥିତିକୁ ଧରି ମାଲକାନଗିରିରୁ ଭୁବନେଶ୍ୱର ତାଙ୍କ ଶିକ୍ଷାଯାତ୍ରା ଏକ କଠୋର ପରୀକ୍ଷାର ସମ୍ମୁଖୀନ ହୋଇଥିଲା। ବିଶ୍ୱବିଦ୍ୟାଳୟ ଛାତ୍ରୀ ଥାଇ ମୂଲ ଲାଗିବା ସଂକ୍ରାନ୍ତରେ ପ୍ରଶ୍ନ ହେବାରୁ କର୍ମା କହିଛନ୍ତି, ଭୁବନେଶ୍ୱର ଭଳିି ଜାଗାରେ କେବଳ ନାମ ଲେଖାଇଦେଲେ ହେବ ନାହିଁ। ରହିବା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ତାଙ୍କ ପରିବାର ପକ୍ଷେ ସମ୍ଭବ ନୁହେଁ। ତେଣୁ ବାଧ୍ୟହୋଇ ସେ ଭୁବନେଶ୍ୱରରୁ ଆସି ମାଲକାନଗିରିରେ ଅର୍ଥ ଉପାର୍ଜନ ପାଇଁ ମୂଲ ଲାଗୁଛନ୍ତି। ଦୈନିକ ୨୫୦ ଟଙ୍କା ମଜୁରି ମିଳୁଥିବାରୁ ତାହାକୁ ସଞ୍ଚୟ କରି ସେ ପୁନର୍ବାର ଭବନେଶ୍ୱର ଯାଇ ନିଜ ଖର୍ଚ୍ଚ ସହ ପାଠ୍ୟ ଉପକରଣ କିଣି ପଢ଼ାପଢ଼ି କରିପାରିବେ ବୋଲି କହିଛନ୍ତି।
କର୍ମାଙ୍କୁ ଛାଡ଼ିଦେଲେ ପରିବାରର ଅନ୍ୟମାନେ ଦିନ ମଜୁରିଆ। ୪ ଭଉଣୀ ଓ ଭାଇଙ୍କ ମଧ୍ୟରେ କେବଳ ସେ ହିଁ ପାଠ ପଢ଼ୁଛନ୍ତି। ଉଚ୍ଚଶିକ୍ଷା ପାଇଁ ଦୃଢ଼ମନା ଏହି ମେଧାବୀ ଛାତ୍ରୀ ଆଗକୁ ବଢ଼ିବାକୁ ହେଲେ ଅର୍ଥର ଆବଶ୍ୟକତା ପାଇଁ ସେ ବାଧ୍ୟହୋଇ ଅନ୍ୟ ସମୟରେ ଦିନ ମଜୁରିଆ ହେବେ ବୋଲି କହିବା ପରେ ତାଙ୍କ ସଂଘର୍ଷର କାହାଣୀ ଏବେ ଗଣମାଧ୍ୟମ ବିଶେଷକରି ସୋସିଆଲ ମିଡିଆରେ ଜୋରଦାର ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri