ରମାଦେବୀ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ଭୁବନେଶ୍ୱର,୨୨ା୧୦(ଅସମାପିକା ସାହୁ)ଭୁବନେଶ୍ୱର ରମାଦେବୀ ଜୁନିୟର କଲେଜ (ଉଚ୍ଚ ମାଧ୍ୟମିକ ସ୍କୁଲ୍‌)ରେ ରାଗିଂ ଅଭିଯୋଗ ଆସିଛି। ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀ ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗଣଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଛନ୍ତି। ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଗଣଶିକ୍ଷା ବିଭାଗ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି।
ଅଭିଯୋଗ ଆଣିଥିବା ଛାତ୍ରୀଙ୍କ ଘର ମୟୂରଭଞ୍ଜ ଜିଲାରେ। ତାଙ୍କ ଅଭିଯୋଗ ହେଲା, ରମାଦେବୀ ଜୁନିୟର କଲେଜର ୧ ନମ୍ବର ରୁମ୍‌ରେ ସେ ରହୁଥିବାବେଳେ ସେଠାରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଏପରିକି ଏକ ଘରିକିଆ କରି ରଖାଯାଇଛି। ତାଙ୍କ ପୋଷାକପତ୍ର, ଜୋତା ଅଲଗା ରଖିବାକୁ କୁହାଯାଉଛି। ସେ ଓଡ଼ିଆ ମିଡିୟମ ଛାତ୍ରୀ ହୋଇଥିବାବେଳେ ତାଙ୍କ ରୁମମେଟ୍‌ମାନେ ଇଂଲିଶ ମିଡିୟମ ଛାତ୍ରୀ। ତେଣୁ ସେମାନେ ଏପରି ପାତରଅନ୍ତର କରୁଛନ୍ତି। ସେହିଭଳି ଜାତିଆଣ ମନ୍ତବ୍ୟ, ଅଶ୍ଳୀଳ ଭିଡିଓ ଦେଖାଇବା, ରାତିରେ ଶର୍ଟସ୍‌ ପିନ୍ଧିବାକୁ ବାଧ୍ୟ କରିବା ଭଳି ମଧ୍ୟ ଛାତ୍ରୀଜଣଙ୍କ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଛାତ୍ରୀ ଜଣକ ପ୍ରଥମେ ତାଙ୍କ ମା’ ଓ ବାପାଙ୍କୁ ଏବଂ ପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏପରିକି କଲେଜ ଆଣ୍ଟି ରାଗିଂ ସେଲ୍‌ରେ ମଧ୍ୟ ଏହି ଅଭିଯୋଗ କରିଥିଲେ। ହେଲେ କଲେଜ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଛାତ୍ରୀ ଜଣକ ଗଣଶକ୍ଷା ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ଏହାପରେ ବିଭାଗ ଏହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କଳେଜ ଅଧ୍ୟକ୍ଷା ସରୋଜ ଲକ୍ଷ୍ମୀ ସିଂ କହିଛନ୍ତି, ସେ ଝିଅ ହଷ୍ଟେଲ ଆସିବାର ମାତ୍ର ୧୦ଦିନରେ ଏଭଳି ଅଭିଯୋଗ ଆଣିଥିଲେ। ସେ ରୁମ୍‌ରେ ସିନିୟର ପିଲା ରହୁନାହାନ୍ତି। ତାଙ୍କ ବ୍ୟାଚ୍‌ର ଛାତ୍ରୀ ରହୁଛନ୍ତି। ପୂର୍ବରୁ ସେମାନଙ୍କ ସହିତ ମିଶିକି ଭଲରେ ରହୁଥିଲେ, ମିଳିମିଶି ମାର୍କେଟ ମଧ୍ୟ ଯାଉଥିଲେ। କିନ୍ତୁ ଏବେ ସେ ଯେଉଁ ଅଭିଯୋଗ ଆଣିଛି ସେଥିରେ କୌଣସି ସତ୍ୟସତ୍ୟ ନାହିଁ। ଗତ ୧୪ ତାରିଖ ରାତି ପ୍ରାୟ ୧୦ଟା ପରେ ସେ ଝିଅ ତାଙ୍କ ଅଭିଭାବକଙ୍କ ସହିତ ଆସି ମୋତେ ଅଭିଯୋଗପତ୍ର ଦେଇଥିଲେ ଏବଂ ମୁଁ ଗ୍ରହଣ କରିଥିଲି। ଏହାପରେ ତା’ର ତଦନ୍ତ ହୋଇଥିଲା ଏବଂ ସେଭଳି କିଛି ହୋଇ ନ ଥିବା ଜଣାପଡ଼ିଥିଲା। କେବଳ ରୁମ୍‌ ବାହାରେ ମୁଣ୍ଡ କୁଣ୍ଡାଇବା ପାଇଁ ରୁମ୍‌ମେଟ୍‌ମାନେ ତାଙ୍କୁ କହିଥିବା ଜଣାପଡିଥିଲା। ତେଣୁ ଆମେ ତାଙ୍କୁ ଅନ୍ୟ ରୁମ୍‌ରେ ରହିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ସେ ଏଠାରେ ପଢ଼ିବେନି ବୋଲି କହିଥିଲେ ବୋଲି ଅଧ୍ୟକ୍ଷା ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri