‘ଯୁଦ୍ଧ ବନ୍ଦ କରନ୍ତୁ, ଗାଜାରେ ବଡ଼ ସଂଖ୍ୟାରେ ଶିଶୁ ମରି ପଡ଼ିଛନ୍ତି’, WHO ସମତେ ଅନ୍ୟ ଆନ୍ତରାଷ୍ଟ୍ରୀୟ ସଂଗଠନ କଲେ ଅପିଲ୍

ଭୁବନେଶ୍ୱର, ୨୨।୧୦: ମିଳିତ ଜାତିସଂଘ ଏବଂ ଇଜିପ୍ଟର ରେଡ କ୍ରିସେଣ୍ଟରୁ ୨୦ ଟ୍ରକ ଖାଦ୍ୟ ଏବଂ ଔଷଧ ନେଇ ଶନିବାର ରା଼ଫା ଫ୍ରାଂସିସ୍ ବାଟ ଦେଇ ଗାଜାରେ ପହଞ୍ଚିଛି। ଏହି ସାମଗ୍ରୀ ସବୁ ଯୁଦ୍ଧ ପ୍ରଭାବିତ ଲୋକମାନଙ୍କର ତତ୍କାଳ ଆବଶ୍ୟକତା ପୁରଣ କରିବ, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି।

ଯୁଏନଡିପି, ଯୁଏନଏଫପିଆଇ, ୟୁନିସେଫ, ଡବ୍ଲ୍ୟୁଏଫପି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏକ ମିଳିତ ବୟାନରେ କହିଛନ୍ତି ଯେ, ଏହା କେବଳ ଏକ ଛୋଟିଆ ଆରମ୍ଭ, ବର୍ତ୍ତମାନ ଆହୁରି ସହାୟତାର ଆବଶ୍ୟକ ରହିଛି। ଶିଶୁ, ଗର୍ଭବତୀ ମହିଳ ଏବଂ ବୟସ୍କ ଲୋକମାନେ ଅଧିକ ଅସୁରକ୍ଷିତ ଅଟନ୍ତି। ଗାଜାର ଅଧିକାଂଶ ବାସିନ୍ଦା ଶିଶୁ ଅଟନ୍ତି।

ଗାଜାରେ ସପ୍ତାହ ଧରି ଚାଲିଥିବା ବୋମା ମାଡ଼ରେ ସୁରକ୍ଷା ଗୃହ, ସ୍ୱାସ୍ଥ୍ୟ ସୁବିଧା ସହିତ ସମସ୍ତ ସାଧାରଣ ସୁବିଧା ଧ୍ୱଂସ ହୋଇଯାଇଛି। ବିଭିନ୍ନ ବେମାରୀ ପ୍ରକୋପ ଏବଂ ଅଭାବୀ ସ୍ୱାସ୍ଥ୍ୟବସ୍ଥା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ଆହତ ଏବଂ ମୃତକଙ୍କ ଭିଡ଼ ଲାଗିଛି। ଲୋକମାନେ ସାମାନ୍ୟ ଖାଦ୍ୟ ପାଇବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଜଳ, ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଇନ୍ଧନର ନିରାପଦ ଏବଂ ନିରନ୍ତର ଯୋଗାଣ ପାଇଁ ଆମେ ଆହ୍ବାନ କରୁଛୁ ବୋଲି ସଂଗଠନଗୁଡିକ କହିଛନ୍ତି। ଅତ୍ୟାବଶ୍ୟକ ସେବା ପାଇଁ ଏହା ଆବଶ୍ୟକ। ତେଣୁ ଗାଜାରେ ମାନବିକ ଶ୍ରମିକଙ୍କ ସୁରକ୍ଷା ପାଇଁ, ଯେଉଁମାନେ ଅନ୍ୟମାନଙ୍କ ସେବାରେ ନିଜ ଜୀବନକୁ ବିପଦରେ ପକାଉଛନ୍ତି ସେମାନଙ୍କ ପାଇଁ ଆନ୍ତର୍ଜାତୀୟ ମାନବିକତା ଆଇନ ପ୍ରତି ସର୍ବାଧିକ ସମ୍ମାନ ଦେଇ ଏହି ଯୁଦ୍ଧକୁ ବନ୍ଦ କରିଦିଅନ୍ତୁ ବୋଲି ସଂଗଠନ ଗୁଡିକ ଦାବି କରିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri