Posted inଫୁରସତ

ବାଲିଆପାଳର ରମାଦେବୀ

ପ୍ରତି ଆନ୍ଦୋଳନରେ ନିଜକୁ ଲୋକଙ୍କ ସହ ମିଶେଇ ଦେବା ତାଙ୍କର ବିଶେଷତ୍ୱ। ସେମାନଙ୍କ ମନରେ ଶୋଷଣମୁକ୍ତ ଓ ଶ୍ରେଣୀବିହୀନ ସମାଜର ସ୍ବପ୍ନ ବୁଣନ୍ତି। ଆଖି ପାଉ ନ ଥିବା ଦୂରତାକୁ ଟେକାଟିଏ ପକେଇବାର ନିର୍ଭୀକତା ରଖିଥାଆନ୍ତି ସେ। ଜଣେ ସମ୍ବେଦନଶୀଳ ମଣିଷର ଛାତିକୁ ଦୋହଲେଇ ଦେଲାଭଳି ବଳିଷ୍ଠ ଶବ୍ଦସବୁ ତାଙ୍କର। ସିଏ ହେଲେ ଭବାନୀ ଭୂୟାଁ; ଯିଏକି ଜଣେ କବି, ଚିତ୍ରକର, ସମ୍ପାଦିକା ଏବଂ ସାମାଜିକ କର୍ମୀ।

ଯିଏ ତାଙ୍କ ଆଦ୍ୟ ତାରୁଣ୍ୟ ବିତାଇଦେଲେ ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନରେ, ଯିଏ କେତେ ବିଦ୍ରୋହର ଝୁଲକୁ ଗୀତକରି ଗାଇଲେ କେତେ ପ୍ରତିବାଦ ଶୋଭାଯାତ୍ରାରେ, ଯିଏ ଘରେ କି ସମାଜରେ ସବୁଠି କର୍ମୀ ହୋଇ ରହିଗଲେ, ଯିଏ ସବୁବେଳେ ନିଜକୁ ଗୌଣ କରିଦେଇ ଅପରକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚିହ୍ନେଇ ଚାଲିଲେ, ଯିଏ କବିତାକୁ ବଞ୍ଚାଇ ନିଜକୁ କବି ବୋଲି ଦାବି କଲେ ନାହିଁ, ଯିଏ ସଙ୍ଗଠନ ଗଢ଼ି ନିଜକୁ ନେତ୍ରୀ ବୋଲି କହିଲେ ନାହିଁ ସେ ହେଉଛନ୍ତି ଭବାନୀ ଭୂୟାଁ, ଯିଏ ଜଣେ ସ୍ନେହୀ, ଦରଦୀ ମଣିଷର ଚିତ୍ରକଳ୍ପ ହୋଇ ଠିଆ ହୁଅନ୍ତି ସବୁ ପରିସ୍ଥିତିରେ। ମସିହା ମାର୍ଗଶିର ମାସ ଶାମ୍ବ ଦଶମୀ ତିଥିରେ ପୁରୀ ସହରରେ ଭବାନୀଙ୍କର ଜନ୍ମ। ପିତା ରଘୁନାଥ ଭୂୟାଁ ଏବଂ ମାତା ଅନପୂର୍ଣ୍ଣା ଭୂୟାଁ ଥିଲେ ତାଙ୍କ ପ୍ରେରଣା।

ଆନ୍ଦୋଳନରେ ନିଜକୁ ଲୋକଙ୍କ ସହ ମିଶେଇ ଦେବା ତାଙ୍କର ବିଶେଷତ୍ୱ। ସେମାନଙ୍କ ମନରେ ଶୋଷଣମୁକ୍ତ ଓ ଶ୍ରେଣୀବିହୀନ ସମାଜର ସ୍ବପ୍ନ ବୁଣନ୍ତି। ଆଖି ପାଉ ନ ଥିବା ଦୂରତାକୁ ଟେକାଟିଏ ପକେଇବାର ନିର୍ଭୀକତା ରଖିଥାଆନ୍ତି ସେ। ଜଣେ ସମ୍ବେଦନଶୀଳ ମଣିଷର ଛାତିକୁ ଦୋହଲେଇ ଦେଲାଭଳି ବଳିଷ୍ଠ ଶବ୍ଦସବୁ ତାଙ୍କର। ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନରେ ୧୯୮୫ରୁ ୧୯୯୦ ଯାଏ ସେଠି ସେ ନିଜେ ରହୁଥିଲେ। ସେଠାକାର ଲୋକଙ୍କ ଆଖିରେ ଭବାନୀ ସ୍ଥାନୀୟ ‘ରମାଦେବୀ’ ନାମରେ ପରିଚିତା ଥିଲେ। ସେ ମଧ୍ୟ ଜଣେ କବି, ଚିତ୍ରକର, ସମ୍ପାଦିକା ଏବଂ ସାମାଜିକ କର୍ମୀ।

ବତିଶ ବର୍ଷ ଧରି ବିଭିନ୍ନ ସାମାଜିକ ଆନ୍ଦୋଳନ ଯଥା ମଦ ବିରୋଧୀ ଆନ୍ଦୋଳନ, ଗୋପାଳପୁର ଟାଟା ବିରୋଧୀ ଆନ୍ଦୋଳନ, ପୋସ୍କୋ ବିରୋଧୀ ଆନ୍ଦୋଳନ, ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ, ସିପସରୁବାଲି ଆନ୍ଦୋଳନ, ବିଭିନ୍ନ ପରିବେଶ ଆନ୍ଦୋଳନ ସହ ଜଡ଼ିତ ହୋଇଛନ୍ତି ଭବାନୀ। ଅନେକ ସମୟରେ ଜାଗରଣ ସୃଷ୍ଟି କରିବା ପାଇଁ ଭବାନୀ ଗଣସଙ୍ଗୀତ ପରିବେଷଣ କରନ୍ତି। ସେଥିରେ କେବେ ଥାଏ ମନମୋହନ ମିଶ୍ରଙ୍କର ‘ତୋର ମୁକତିର ସୂର୍ଯ୍ୟ ପରା ଉଇଁଲା’, କେବେ ଥାଏ ଅନନ୍ତ ପଟ୍ଟନାୟକଙ୍କର ‘ଚାଲରେ ଚାଲରେ ଚାଲ’, ପୁଣି କେବେ ଥାଏ ଭୁପେନ ହଜାରିକା ଗାଇଥିବା ‘ଜୀବନ ଜୀବନେର ଜନ୍ୟେ’। ନାରୀ ସ୍ବାଧୀନତାକୁ ନେଇ ତାଙ୍କ ବିଚାର ସ୍ବତନ୍ତ୍ର। ନାରୀ ସଶକ୍ତୀକରଣକୁ ନେଇ ତାଙ୍କ ରଚିତ କିଛି ଗୀତି କବିତା ସହଜ ଭାବେ ନାରୀର ଅତୁଳନୀୟତା ସାବ୍ୟସ୍ତ କରେ। ସେ ଚିତ୍କାର କରି କିଛି କହିନାହାନ୍ତି, ପୁରୁଷକୁ ଝିଙ୍ଗାସି ନାହାନ୍ତି, କେବଳ ନାରୀକୁ ସୂଚେଇ ଦେଇଛନ୍ତି ତା’ର ଅନ୍ତର୍ନିହିତ ସାମର୍ଥ୍ୟ।

ଭାବରେ ଅନ୍ୟାୟ ବିରୋଧରେ ନିଜେ ପ୍ରତିବାଦ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରତିବାଦର ରାସ୍ତାରେ ଚଲାଇପାରନ୍ତି ସେ। ବିଶେଷ ଦୃଶ୍ୟମାନ ହେବାକୁ ଚେଷ୍ଟା ନ କରି ନେପଥ୍ୟରେ ଥାଇ ଅନ୍ୟମାନଙ୍କୁ କର୍ମ ଲାଗି ପ୍ରେରଣା ଯୋଗାଇବାରେ ବ୍ୟସ୍ତ ରୁହନ୍ତି । ସଂଗଠନ କଲାବେଳେ ନିଜକୁ ନେତ୍ରୀ ନ ଭାବି ଖନ୍ଦାରେ ପଶି କର୍ମୀମାନଙ୍କ ପାଇଁ କଣ ରନ୍ଧା ହେଉଛି ସେ ଖବର କେବଳ ବୁଝନ୍ତିନି ଅଧିକନ୍ତୁ ଅଣ୍ଟାରେ ଲୁଗା ଗୁଡ଼ାଇ ରୋଷେୟା ସହ ଯୋଗାଡ଼ିଆ ସାଜି ମାଆ ସମାନ ଭୋକିଲା ପେଟମାନଙ୍କ ଯତ୍ନ ନିଅନ୍ତି। ତାଙ୍କରି ଚେଷ୍ଟାରେ ସବୁ କିଛି ସୁବିନ୍ୟସ୍ତ ହୁଏ ଅଥଚ ସେ ଶ୍ରେୟ ନିଅନ୍ତି ନାହିଁ। ବିଦ୍ରୋହ ଏବଂ ପ୍ରତିବାଦ ତାଙ୍କ ପାଇଁ ପ୍ରସାଧନୀ ନୁହେଁ। ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ ହେଉ ଅଥବା ପୁରୀର ସିପସରୁବାଲି ଶାମୁକା ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ସବୁଠି ସେ ଥାଆନ୍ତି କର୍ମଚଞ୍ଚଳ, ନିଷ୍ଠାପର। ବାଣୀବିହାରରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର, ରିଜିଓନାଲ କଲେଜ ଅଫ୍‌ ଏଜୁକେଶନରୁ ଶିକ୍ଷାରେ ସ୍ନାତକ ଭବାନୀ ଭୂୟାଁ ବାଲିଆପାଳ ଆନ୍ଦୋଳନ ପାଇଁ ନିଜର ସମ୍ଭାବନାମୟ କ୍ୟାରିଅରକୁ ଜଳାଞ୍ଜଳି ଦେଇଥିଲେ। ଘରସଂସାର ମୋହରୁ ନିଜକୁ ମୁକାଳି ଏଯାବତ ସେ ଲାଗିଛନ୍ତି ସମାଜସେବାରେ। ଏବେ ନିଜର କର୍ମକ୍ଷେତ୍ରରେ ସେ ସବୁ ସାଆନ୍ତିଆ ଭାବରୁ ଦୂରରେ। ସ୍ବର୍ଗଦ୍ୱାର ପାଖରେ ତାଙ୍କ ବାପା ଛାଡ଼ିଯାଇଥିବା ଗୋଟିଏ ସାଧାରଣ ରେସ୍ତୋରାଁ କଥା ବୁଝନ୍ତି ସେ। ମାଲିକାଣୀ ହେବା ପରିବର୍ତ୍ତେ ଭବାନୀଙ୍କୁ ଦେଖି ହେବ ଜଣେ କର୍ମୀ ହିସାବରେ ସେଠାରେ। ବହୁତ ପରିବାର ନିର୍ଭର କରନ୍ତି ସେହି ଛୋଟିଆ ରେସ୍ତୋରାଁ ଉପରେ। ତାଙ୍କ ବ୍ୟକ୍ତିତ୍ୱ ଏବଂ କାମ ଗୋଷ୍ଠୀଜୀବନର ପ୍ରତିରୂପ। କେତେବେଳେ ବିରାଟ ଚୁଲି ସାମ୍ନାରେ ବସି ସେ ତରକାରି ରାନ୍ଧୁଥାନ୍ତି ତ କେତେବେଳେ ଚକଟି ବସନ୍ତି ଅଟା। ହୋଟେଲରେ କାମ କରୁଥିବା ସବୁ କର୍ମଚାରୀଙ୍କ ସହ ମିଶି କାମ କରୁଥିବା ଭବାନୀ ଭୂୟାଁଙ୍କୁ ନିଜେ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି ସେ କେତେ ଖଟି ପାରନ୍ତି ଏବଂ ସେ ଭିତରେ ମାଆର ପ୍ରସନ୍ନତା କେମିତି ବୋଳି ହୋଇଥାଏ ତାଙ୍କ ମୁହଁରେ। ମାଆ ବୋଧହୁଏ ସବୁଠାରୁ ବଡ଼ ବିପ୍ଳବିଣୀ, ଯିଏ ଛୁଆକୁ ଗଢ଼ିବା ଭିତରେ ଦୃଢ଼, ନମନୀୟ ଏବଂ ଅସମ୍ଭବ ଶକ୍ତିର ଆଧାର ହୋଇଥାଏ। ଗ୍ରାହକମାନେ ସନ୍ତୋଷରେ କେମିତି ଖାଇକି ଯିବେ ସେ ଯେମିତି ବୁଝନ୍ତି ତାଙ୍କୁ ନିର୍ଭର କରିଥିବା ଦାଣ୍ଡ କୁକୁର ପଞ୍ଝାକ କେମିତି ଖାଇବେ ସେତକି ନିଘା କରନ୍ତି।

ବିଚାରକୁ ଗୁରୁତ୍ୱ ଦେବା ପାଇଁ ସେ ବି ଆରମ୍ଭ କରିଥିଲେ ‘ନିର୍ଭୟା’ନାମକ ଏକ ପତ୍ରିକା। ଏଥିରେ ପ୍ରକାଶିତ ଲେଖାଗୁଡ଼ିକରେ ବେଶି ପ୍ରକଟିତ ହୋଇଥିଲା ନାରୀ ତା’ର ଅନ୍ତରରୁ ସଶକ୍ତ ହେବାର କଥା। ସତରେ ଭବାନୀ ଭୂୟାଁ ସ୍ବାଧୀନଚେତା ମଣିଷ ପାଇଁ ପ୍ରେରଣା।

-ମାନମୟୀ ରଥ
ମୋ-୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri