Categories: ଜାତୀୟ

ଅଯୋଧ୍ୟା ପରେ କର୍ନାଟକରେ ନିର୍ମାଣ ହେବ ରାମ ମନ୍ଦିର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବେଙ୍ଗାଲୁରୁ,୧୭।୨: ଅଯୋଧ୍ୟା ପରେ କର୍ନାଟକରେ ମଧ୍ୟ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ। ଶୁକ୍ରବାର ରାଜ୍ୟ ବିଧାନସଭାରେ ୨୦୨୩-୨୪ ବଜେଟ ଉପସ୍ଥାପନ ସମୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାମନଗରରେ ରାମ ମନ୍ଦିର ନିର୍ମାଣ ହେବ। ଏଥିସହ ରାଜ୍ୟର ସମସ୍ତ ମନ୍ଦିର ଏବଂ ମଠଗୁଡିକର ନବୀକରଣ ହେବ। ଏଥିପାଇଁ ୧୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି କାର୍ଯ୍ୟ ଆସନ୍ତା ୨ ବର୍ଷ ମଧ୍ୟରେ ଶେଷ ହେବ। ସେହପରି ଜଳ ସଂରକ୍ଷଣ ପାଇଁ କୂଅ, ବନ୍ଧ ଏବଂ ଡ୍ରେନ ବିକାଶ ପାଇଁ ଦୁଇଟି ପ୍ରକଳ୍ପ ପାଇଁ ୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହ ଟ୍ରାଫିକ ସମସ୍ୟାକୁ ହ୍ରାସ କରିବା ପାଇଁ ଏଲଭିଟେଡ୍‌ ରାସ୍ତାପାଇଁ ୩୫୦ କୋଟି ଘୋଷଣା କରାଯାଇଛି।

Share